ବାଓ୍ଵାନା ଅଗ୍ନିକାଣ୍ଡ: କାରଖାନା ମାଲିକ ଗିରଫ

Advertisment
ବାଓ୍ଵାନା ଅଗ୍ନିକାଣ୍ଡ: କାରଖାନା ମାଲିକ ଗିରଫ

Image Courtesy of The Indian Express

ନୂଆଦିଲ୍ଲୀ: ଶନିବାର ଓ୍ଵାନାସ୍ଥିତ ବାଣଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୧୭ ଜଣ ଲୋକଙ୍କର ଜୀବନହାନି ହେବା ପରେ ରବିବାର ଦିନ ପୁଲିସ ଗୋଦାମ ମାଲିକ ମନୋଜ ଜୈନଙ୍କୁ ଗିରଫ କରିଛି।

ତଦନ୍ତରୁ ଜଣାପଡ଼ିଛି ଯେ ଏହା ଥିଲା ଷ୍ଟେଜ୍‌ ସୋ’ ଏବଂ ହୋଲିରେ ବ୍ୟବହୃତ ହେଉଥିବା ‘କୋଲ୍‌ଡ୍‌ ଫାୟାର୍‌କ୍ରାକର୍‌’ କାରଖାନା। ଘଟଣାସ୍ଥଳରୁ ମଳିଥିବା ବାଣଖୋଳରୁ ମଧ୍ୟ ଏ କଥା ଜଣାପଡ଼ିଛି। ଜାନୁଆରି ପହିଲାରୁ ଜୈନ ସେ କାରଖାନାକୁ ଭଡ଼ା ଦେଇଛନ୍ତି।

ମୃତବ୍ୟକ୍ତିମାନଙ୍କ ମଧ୍ୟରୁ ଚିହ୍ନଟ ହୋଇଥିବା ୭ ଜଣ ହେଉଛନ୍ତି ୪୦ ବର୍ଷୀୟ ବେବି ଦେବୀ, ୩୫ ବର୍ଷୀୟ ଅଫ୍‌ସାନା, ୨୩ ବର୍ଷୀୟ ସୋନମ, ୧୮ ବର୍ଷୀୟ ରୀତା, ୫୫ ବର୍ଷୀୟ ରଖୋ ଏବଂ ୪୫ ବର୍ଷୀୟ ଧର୍ମ ଦେବୀ।

ଦୁଇ ତାଲାବିଶିଷ୍ଟ କୋଠାର ତଳ ମହଲାରେ ନିଅାଁ ଲାଗି ଚାରିଆଡ଼କୁ ବ୍ୟାପୀ ଯାଇଥିଲା।

୧୭ ଜଣ ମୃତବ୍ୟକ୍ତିଙ୍କ ମଧ୍ୟରେ ଅଛନ୍ତି ୧୦ ଜଣ ମହିଳା। ଜଣେ ପୁରୁଷ ଏବଂ ଜଣେ ମହିଳା ମଧ୍ୟ ଏହି ଘଟଣାରେ ଆହତ ହୋଇଛନ୍ତି।

ଗତକାଲି ଜୈନଙ୍କୁ ଅଟକ ରଖାଯାଇ ପଚରା ଉଚୁରା କରାଯାଇଥିଲା। ଲଳିତ ଗୋଏଲ୍‌ ନାମକ ଅନ୍ୟ ଜଣେ ବ୍ୟକ୍ତି ଜୈନଙ୍କର ସହଯୋଗୀ ବୋଲି ଜଣାପଡ଼ିଛି। ଏଠାରେ ବାହାରୁ ବାଣ ଅଣାଯାଇ କେବଳ ପ୍ୟାକେଟ୍‌ କରାଯାଉଛି ବୋଲି ଜଣେ ଆହତ ଶ୍ରମିକ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe