ଭୟଙ୍କର ରୂପ ନେଲା ‘ବାୟୁ’

Advertisment

ଆଜି ଗୁଜରାଟରେ ମାଡ଼ ହେବ, ୩ ଲକ୍ଷ ସ୍ଥାନାନ୍ତର

ଆଜି ଗୁଜରାଟରେ ମାଡ଼ ହେବ, ୩ ଲକ୍ଷ ସ୍ଥାନାନ୍ତର

ଭୟଙ୍କର ରୂପ ନେଲା ‘ବାୟୁ’

ନୂଆଦିଲ୍ଲୀ : ସାମୁଦ୍ରିକ ବାତ୍ୟା ‘ବାୟୁ’ ଅତି ଭୟଙ୍କର ରୂପ ନେଇଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଗୁଜରାଟର ଭେରାବାଲ୍‌ ଉପକୂଳଠାରୁ ‘ବାୟୁ’ ଏବେ ୨୮୦ କିମି ଦକ୍ଷିଣରେ ଥିବା ବେଳେ ଆସନ୍ତାକାଲି ଅପରାହ୍ନରେ ଏହା ଦ୍ବାରକା ଏବଂ ଭେରାବାଲ୍ ମଧ୍ୟରେ ମାଡ଼ ହେବ। ଏଥିଯୋଗୁଁ ଘଣ୍ଟା ପ୍ରତି ୧୫୦ରୁ ୧୮୦ କିମି ବେଗରେ ପବନ ବହିବ। ପ୍ରବଳରୁ ଅତି ପ୍ରବଳ ବର୍ଷା ମଧ୍ୟ ହେବ। ‘ବାୟୁ’ ବାତ୍ୟା ପ୍ରଭାବରେ  ମୁମ୍ବାଇରେ ପ୍ରବଳ ବର୍ଷା ଓ ପବନ ଜନଜୀବନକୁ ଅସ୍ତବ୍ୟବସ୍ତ କରିଦେଇଛି। ଏଥିଯୋଗୁଁ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ବାୟୁ ପାଇଁ ଏବେ ଗୁଜରାଟରେ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ହାଇ ଆଲର୍ଟ ଜାରି ହୋଇଛି। ୩ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ବାତ୍ୟା ପାଇଁ ରାଜ୍ୟରେ ଏବେ ସମସ୍ତ ସ୍କୁଲ୍‌ କଲେଜ୍‌ଗୁଡ଼ିକୁ ବନ୍ଦ କରି ଦିଆ‌ଯାଇଛି। ଗୁଜରାଟ ସରକାର ବାୟୁର ମୁକାବିଲା ପାଇଁ ଓଡ଼ିଶା ସରକାରଙ୍କ ସହ ଯୋଗାଯୋଗ ରଖିଥିବା ଜଣାପଡ଼ିଛି। ନିକଟରେ ବାତ୍ୟା ଫନି ଓଡ଼ିଶାରେ ଆତଙ୍କ ଖେଳାଇ ଦେଇଥିଲା। ଫନି ମୁକାବିଲା ପରେ ଓଡ଼ିଶା ସରକାରଙ୍କ ସଫଳତାକୁ ଦେଖି ଗୁଜରାଟ ସରକାର ଏନେଇ ପରାମର୍ଶ ଲୋଡ଼ିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe