ଯୁଗ୍ମ ଅଯୁଗ୍ମ ଫର୍ମୁଲାରେ ଦିଲ୍ଲୀରେ ଖୋଲିବ ବଜାର, ମଲ୍‌

‘ଘର-ଘର ରାସନ’ ଯୋଜନା ଅନିଶ୍ଚିତତାରେ

ଯୁଗ୍ମ ଅଯୁଗ୍ମ ଫର୍ମୁଲାରେ ଦିଲ୍ଲୀରେ ଖୋଲିବ ବଜାର, ମଲ୍‌

India TV News

ନୂଆଦିଲ୍ଲୀ: କରୋନା ପାଇଁ ଦିଲ୍ଲୀରେ ଲକଡାଉନ୍ ଘୋଷଣା କରାଯାଇଥିଲା। କିନ୍ତୁ ଧୀରେ ଧୀରେ ଏହାକୁ ଖୋଲାଯାଉଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀର ମଲ୍ ଏବଂ ବଜାର ଯୁଗ୍ମ ଅଯୁଗ୍ମ ଫର୍ମୁଲାରେ ଖୋଲିବ ବୋଲି ଘୋଷଣା କରିଛନ୍ତି। ଏଥିସହିତ ମେଟ୍ରୋ ସେବାକୁ ମଧ୍ୟ ଆରମ୍ଭ କରାଯିବ। ଦିଲ୍ଲୀରେ କରୋନା ସ୍ଥିତି ଯଥେଷ୍ଟ ନିୟନ୍ତ୍ରଣକୁ ଆସିଛି।

ସୋମବାର ସକାଳ ୫ଟା ପର୍ଯ୍ୟନ୍ତ ଲକଡାଉନ୍ ଜାରି ରହିଲେ ମଧ୍ୟ କିଛି ରିହାତି ଦିଆଯାଇଛି। ସରକାରୀ କାର୍ଯ୍ୟାଳୟରେ ଗ୍ରୁପ ଏ ବର୍ଗର ୧୦୦ ପ୍ରତିଶତ ଅଫିସର କାର୍ଯ୍ୟ କରିବେ। ଘରୋଇ କାର୍ଯ୍ୟାଳୟରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ ଆରମ୍ଭ ହେବ। ତେବେ ଗୋଟିକିଆ ଦୋକାନ ସବୁଦିନ ଖୋଲାଯିବ। ସେହିଭଳି ଦିଲ୍ଲୀ ମେଟ୍ରୋ ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ଯାତ୍ରା ଆରମ୍ଭ କରିବ। ଆସନ୍ତା ସପ୍ତାହରେ କରୋନାକୁ ଦେଖି ଏ ସଂପର୍କରେ ନିଷ୍ପତ୍ତି ନିଆଯିବ। ତୃତୀୟ ଲହରରେ ୩୭ ପ୍ରତିଶତ ପିଲା ସଂକ୍ରମିତ ହେବା ଆଶଙ୍କାକୁ ଦେଖି ପ୍ରସ୍ତୁତି ଆରମ୍ଭ ହେବ ବୋଲି ଜଣାଯାଇଛି। ଅନ୍ୟପକ୍ଷରେ ଦିଲ୍ଲୀ ସରକାରଙ୍କ ‘ଘର-ଘର ରାସନ’ ଯୋଜନା କାର୍ଯ୍ୟକାରୀ କରିବା ଉପରେ କେନ୍ଦ୍ର ସରକାର ରୋକ୍‌ ଲଗାଇଛନ୍ତି। ଯୋଜନା ପାଇଁ କେତେକ ନିୟମ ପାଳନ ହୋଇନାହିଁ ବୋଲି ଉପରାଜ୍ୟପାଳ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe