ବିବିସିକୁ ଚେତାବନୀ, ୧୬ ପାକ୍ ୟୁଟ୍ୟୁବ୍ ଚ୍ୟାନେଲ ନିଷିଦ୍ଧ

Advertisment

ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଉତ୍ତେଜନାମୂଳକ ଓ ସାମ୍ପ୍ରଦାୟିକ ସମ୍ବେଦନଶୀଳ ବିଷୟବସ୍ତୁ ପ୍ରସାରଣ କରିଥିବାରୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ସୁପାରିସକ୍ରମେ ଭାରତରେ ମୋଟ ୬୩ ନିୟୁତ ସବ୍‌ସ୍କ୍ରାଇବର ଥିବା ୧୬ଟି ପାକିସ୍ତାନୀ ୟୁଟ୍ୟୁବ୍ ଚ୍ୟାନେଲକୁ ନିଷିଦ୍ଧ କରାଯାଇଛି।

ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଉତ୍ତେଜନାମୂଳକ ଓ ସାମ୍ପ୍ରଦାୟିକ ସମ୍ବେଦନଶୀଳ ବିଷୟବସ୍ତୁ ପ୍ରସାରଣ କରିଥିବାରୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ସୁପାରିସକ୍ରମେ ଭାରତରେ ମୋଟ ୬୩ ନିୟୁତ ସବ୍‌ସ୍କ୍ରାଇବର ଥିବା ୧୬ଟି ପାକିସ୍ତାନୀ ୟୁଟ୍ୟୁବ୍ ଚ୍ୟାନେଲକୁ ନିଷିଦ୍ଧ କରାଯାଇଛି।

scscsc

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଉତ୍ତେଜନାମୂଳକ ଓ ସାମ୍ପ୍ରଦାୟିକ ସମ୍ବେଦନଶୀଳ ବିଷୟବସ୍ତୁ ପ୍ରସାରଣ କରିଥିବାରୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ସୁପାରିସକ୍ରମେ ଭାରତରେ ମୋଟ ୬୩ ନିୟୁତ ସବ୍‌ସ୍କ୍ରାଇବର ଥିବା ୧୬ଟି ପାକିସ୍ତାନୀ ୟୁଟ୍ୟୁବ୍ ଚ୍ୟାନେଲକୁ ନିଷିଦ୍ଧ କରାଯାଇଛି। ନିଷିଦ୍ଧ ପ୍ଲାଟଫର୍ମଗୁଡ଼ିକ ମଧ୍ୟରେ ନ୍ୟୁଜ୍ ଆଉଟଲେଟ୍ ଡନ୍, ସମା ଟିଭି, ଏଆର୍‌ୱାଇ ନ୍ୟୁଜ୍, ବୋଲ୍ ନ୍ୟୁଜ୍, ରଫତାର, ଜିଓ (ଜିଇଓ) ନ୍ୟୁଜ୍ ଓ ସୁନୋ ନ୍ୟୁଜ୍ ପ୍ରମୁଖ ଅନ୍ତର୍ଭୁକ୍ତ। ସାମ୍ବାଦିକ ଇରଶାଦ ଭଟ୍ଟୀ, ଅସ୍ମା ଶିରାଜି, ଉମର ଚିମା ଓ ମୁନିବ ଫାରୁକଙ୍କ ୟୁଟ୍ୟୁବ୍ ଚ୍ୟାନେଲକୁ ମଧ୍ୟ ନିଷିଦ୍ଧ କରାଯାଇଛି। ପାକିସ୍ତାନ ରେଫରେନ୍ସ, ସମା ସ୍ପୋର୍ଟସ, ଉଜୈର କ୍ରିକେଟ ଓ ରାଜି-ନାମାକୁ ନିଷିଦ୍ଧ କରାଯାଇଛି। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପହଲଗାମ ଘଟଣା ପରେ ପଡ଼ୋଶୀଙ୍କ ସହ ତିକ୍ତ ସମ୍ପର୍କ ମଧ୍ୟରେ ଏହି ୟୁଟ୍ୟୁବ୍ ଚ୍ୟାନେଲଗୁଡ଼ିକ ଉତ୍ତେଜନାମୂଳକ ଓ ସାମ୍ପ୍ରଦାୟିକ ସମ୍ବେଦନଶୀଳ ବିଷୟବସ୍ତୁ ଏବଂ ଭାରତ, ଏହାର ସେନା ଓ ସୁରକ୍ଷା ଏଜେନ୍ସି ବିରୋଧରେ ମିଥ୍ୟା ଓ ବିଭ୍ରାନ୍ତିକର ବିବରଣୀ ତଥା ଭୁଲ ସୂଚନା ପ୍ରସାରଣ କରୁଥିଲେ।  

ପର୍ଯ୍ୟଟକଙ୍କ ଉପରେ ଆକ୍ରମଣ ପରେ ପାକିସ୍ତାନ ଭାରତୀୟଙ୍କ ଭିସା ବନ୍ଦ କରିଛି ବୋଲି ବିବିସିର ଶୀର୍ଷକକୁ ନେଇ ଏହାକୁ ଚେତାବନୀ ଦେଇଛନ୍ତି ସରକାର। ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀ ଦର୍ଶାଇଥିଲେ ଯେ ଶୀର୍ଷକରୁ ବୁଝାପଡ଼ୁଛି ଯେପରି ‘ଭାରତ ପର୍ଯ୍ୟଟକଙ୍କୁ ହତ୍ୟା କରିଛି’। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ବୈଦେଶିକ ପ୍ରଚାର ବିଭାଗ କହିଛି ଯେ ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ରିପୋର୍ଟିଂ ସମ୍ପର୍କରେ ବିବିସିର ଭାରତ ମୁଖ୍ୟ ଜ୍ୟାକି ମାର୍ଟିନଙ୍କୁ ଦେଶର ଦୃଢ଼ ଭାବନା ବିଷୟରେ ଅବଗତ କରାଯାଇଛି। ଆତଙ୍କବାଦୀଙ୍କୁ ‘ମିଲିଟାଣ୍ଟ୍‌’ ବୋଲି ବିବିସି ଦର୍ଶାଇଥିବାରୁ ଏହାକୁ ଏକ ଚିଠି ମଧ୍ୟ ପଠାଯାଇଛି। ଧର୍ମ ପଚାରି ପର୍ଯ୍ୟଟକମାନଙ୍କୁ ଆତଙ୍କବାଦୀମାନେ ଆକ୍ରଣ କରିଛନ୍ତି ବୋଲି ବିବିସି ଉଲ୍ଲେଖ କରିନାହିଁ। ବିବିସିର ରିପୋର୍ଟିଂ ଉପରେ ସରକାର ନଜର ରଖିବେ ବୋଲି ସୂତ୍ରରୁ ପ୍ରକାଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe