ସାମ୍ବାଦିକ ବୋରିଆ ମଜୁମଦାରଙ୍କୁ ଦୁଇ ବର୍ଷ ପାଇଁ ବାସନ୍ଦ କଲା ବିସିସିଆଇ

ସାମ୍ବାଦିକ ବୋରିଆ ମଜୁମଦାରଙ୍କୁ ଦୁଇ ବର୍ଷ ପାଇଁ ବାସନ୍ଦ କଲା ବିସିସିଆଇ

Image Courtesy: The Indian Express

ମୁମ୍ବାଇ: କ୍ରିକେଟର ରିଦ୍ଧିମାନ ସାହାଙ୍କୁ ଭୟଭୀତ କରିବା ପାଇଁ ସାମ୍ବାଦିକ ବୋରିଆ ମଜୁମଦାରଙ୍କୁ ଦୁଇ ବର୍ଷ ପାଇଁ ବାସନ୍ଦ କରିବାକୁ ବିସିସିଆଇ ନିଷ୍ପତ୍ତ ନେବା ସହ ଆଜି (ବୁଧବାର) ଅପରାହ୍ନରେ ଏ ସଂକ୍ରାନ୍ତରେ ଏକ ନିର୍ଦ୍ଦେଶନାମା ଜାରି କରିଛି।

ଏକ ସାକ୍ଷାତକାରରୁ ବଞ୍ଚିତ ହେବା ପରେ ସାମ୍ବାଦିକ ମଜୁମଦାର ଓ କ୍ରିକେଟର ରିଦ୍ଧିମାନଙ୍କ ମଧ୍ୟରେ ଏକ ବିବାଦର ସୂତ୍ରପାତ ହୋଇଥିଲା। ଯାହାକୁ କେନ୍ଦ୍ରକରି ମଜୁମଦାର ରିଦ୍ଧିମାନଙ୍କୁ ଅଶାଳୀନ ଆଚରଣ ପ୍ରଦର୍ଶନ କରି ତାଙ୍କୁ କିଛି କଠୋର କଥା କହିଥିବା ନେଇ ଅଭିଯୋଗ ହୋଇଥିଲା।

ଏସଂପର୍କରେ ବିବିସିଆଇ ନିକଟରେ ଅଭିଯୋଗ ହେବା ପରେ ଏହି ମାମଲାର ତଦନ୍ତ ପାଇଁ ବିସିସିଆଇ ଏକ ୩ ଜଣିଆ କମିଟି ଗଠନ କରିଥିଲା। ତଦନ୍ତ କମିଟିିର ରିପୋର୍ଟ ମିଳିବା ପରେ ସାମ୍ବାଦିକ ବୋରିଆ ମଜୁମଦାରଙ୍କୁ ଏହି ମାମଲାରେ ଦୋଷୀ ପାଇବା ପରେ ତାଙ୍କୁ ଦୁଇ ବର୍ଷ ପାଇଁ ବାସନ୍ଦ କରିବାକୁ ବିସିସିଆଇ ନିଷ୍ପତ୍ତି ନେଇଥିଲା।
ବିସିସିଆଇର ଜଣେ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି ଯେ ଆମେ ଭାରତୀୟ କ୍ରିକେଟ୍‌ ବୋର୍ଡର ସମସ୍ତ ରାଜ୍ୟ ୟୁନିଟ୍‌କୁ ଷ୍ଟାଡିୟମ ଭିତରକୁ ତାଙ୍କୁ ପ୍ରବେଶ ଅନୁମତି ନ ଦେବାକୁ ସୂଚନା ଦେବୁ। ଏଥିସହ ସମସ୍ତ ଘରୋଇ ମ୍ୟାଚ୍‌ ପାଇଁ ତାଙ୍କୁ ଗଣମାଧ୍ୟମ ସ୍ୱୀକୃତି ମଧ୍ୟ ଦିଆଯିବ ନାହିଁ ଏବଂ ଆମେ ତାଙ୍କୁ କଳା ତାଲିକାଭୁକ୍ତ କରିବା ପାଇଁ ଆଇସିସିକୁ ମଧ୍ୟ ଲେଖିବୁ। ଖେଳାଳିମାନଙ୍କୁ ତାଙ୍କ ସହ ଜଡିତ ନହେବାକୁ କୁହାଯିବ ବୋଲି ବିସିସିଆଇର ଜଣେ ଶୀର୍ଷ ଅଧିକାରୀ ପୂର୍ବରୁ ଏକ ସାକ୍ଷାତକାରରେ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe