ଭାରତୀୟ କିକେଟ ଦଳର ମୁଖ୍ୟ କୋଚ ପାଇଁ ମୋଦୀ, ଧୋନି ଓ ଶାହରୁଖଙ୍କ ଭଳି ବ୍ୟକ୍ତିଙ୍କ ନାମରେ ଆସିଛି ଆବେଦନ

Advertisment
ଭାରତୀୟ କିକେଟ ଦଳର ମୁଖ୍ୟ କୋଚ ପାଇଁ ମୋଦୀ, ଧୋନି ଓ ଶାହରୁଖଙ୍କ ଭଳି ବ୍ୟକ୍ତିଙ୍କ ନାମରେ ଆସିଛି ଆବେଦନ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଭାରତୀୟ କିକେଟ ଦଳର ମୁଖ୍ୟ କୋଚର ପଦ ପାଇଁ ୩୪୦୦ଟି ନକଲି ଆବେଦନ ମିଳିଥିବା ବିସିସିଆଇ ପକ୍ଷରୁ ସୂଚନା ମିଳିଛି।

ବିସିସିଆଇ ପୁରୁଷ ଦଳର ମୁଖ୍ୟ କୋଚ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରି ଥିଲା। ଏହି ପଦ ପାଇଁ ଆବେଦନ କରିବା ପାଇଁ ଏକ ଗୁଗୁଲ ଡକ୍ୟୁମେଣ୍ଟ ଫର୍ମ ଅନଲାଇନରେ ଜାରି କରାଯାଇଥିଲା। ଏହା ଜରିଆରେ ‌ଯେଉଁ ପ୍ରାର୍ଥୀମାନେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଭାରତୀୟ କିକେଟ ଦଳର ମୁଖ୍ୟ କୋଚ ପାଇଁ ଇଚ୍ଛୁକ ଥିଲେ ସେମାନେ ଏଥିରେ ଆବେଦନ କରିଥିଲେ। ଏହି ଆବେଦନର ଶେଷ ତାରିଖ ମଇ ୨୭ ତାରିଖ ପର୍ଯ୍ୟନ୍ତ ଥିଲା।

ଏହି କ୍ରମରେ ବିସିସିଆଇ ପକ୍ଷରୁ ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ପ୍ରକାଶ ପାଇଛି। ଯେଉଁଥିରେ ଉଲ୍ଳେଖ ରହିଛି କି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଭାରତୀୟ କିକେଟ ଦଳର ମୁଖ୍ୟ କୋଚର ପଦ ପାଇଁ ୩୪୦୦ଟି ନକଲି ଆବେଦନ ଆସିଛି। ଯେଉଁଥିରେ ନରେନ୍ଦ୍ର ମୋଦୀ, ଅମିତ ଶାହ, ବୀରେନ୍ଦ୍ର ସହୱାଗ, ସଚିନ ତେନ୍ଦୁଲକର, ଏମଏସ ଧୋନି ଓ ଶାହରୁଖ ଖାନଙ୍କ ଭଳି ନାମୀଦାମୀ ବ୍ୟକ୍ତିଙ୍କ ନାମରେ ଆବେଦନ ଫର୍ମ ପୁରଣ ହୋଇ ଆସିଥିବା ଦେଖିବାକୁ ମିଳିଛି।
ତେବେ ଫର୍ମରେ ଏଭଳି ବ୍ୟକ୍ତିଙ୍କ ନାମ ନେଇ ପ୍ରାର୍ଥୀମାନେ କାହିଁକି  ଆବେଦନ କରିଛନ୍ତି ସେନେଇ ଯାଞ୍ଚ ଚାଲିଛି। ଆଗକୁ ଯେମିତି ଏଭଳି ଘଟଣା ନଘଟେ ସେଥିପାଇଁ ଦୃଷ୍ଟି ଦିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe