BCCI revises venue for Team India-South Africa match: First T20I to be held in Barabati Photograph: (sambad.in)
କଟକ: ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ସୋମବାର ୨୦୨୫ ପାଇଁ ଅନ୍ତର୍ଜାତୀୟ ଘରୋଇ ସିଜିନ୍ ଏବଂ ଦକ୍ଷିଣ ଆଫ୍ରିକା ‘ଏ’ର ଭାରତ ଗସ୍ତ ପାଇଁ ସଦ୍ୟତମ କାର୍ଯ୍ୟସୂଚୀ ଘୋଷଣା କରିଛି ଏବଂ ବିସିସିଆଇ ଦ୍ୱାରା ଘୋଷଣା କରାଯାଇଥିବା ଅନୁସାରେ, ଭାରତ ଗସ୍ତ ସମୟରେ, ଦକ୍ଷିଣ ଆଫ୍ରିକା ୫ଟି ଟି-୨୦ ମ୍ୟାଚ୍ ଖେଳିବ, ଯାହା ମଧ୍ୟରୁ ପ୍ରଥମ ଟି-୨୦ ମ୍ୟାଚ୍ ଓଡ଼ିଶାର କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯିବ। ଏହା ସନ୍ଧ୍ୟା ୭ଟାରେ ଆରମ୍ଭ ହେବ।
ଏଠାରେ କ୍ଲିକ୍ କରନ୍ତୁ:
ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନ୍ୟ ଚାରୋଟି ଟି-୨୦ ମ୍ୟାଚ୍ ସ୍ଥାନ:
ଡିସେମ୍ବର ୧୧ (ମଙ୍ଗଳବାର) ରେ ନ୍ୟୁ ଚଣ୍ଡିଗଡ଼ରେ ଦ୍ୱିତୀୟ ଟି-୨୦,
ଡିସେମ୍ବର ୧୪ (ରବିବାର) ଧର୍ମଶାଳାରେ ତୃତୀୟ ଟି-୨୦,
ଡିସେମ୍ବର ୧୭ (ବୁଧବାର) ଲକ୍ଷ୍ନୌରେ ଚତୁର୍ଥ ଟି-୨୦,
ଡିସେମ୍ବର ୧୯ (ଶୁକ୍ରବାର) ରେ ଅହମ୍ମଦାବାଦରେ ୫ମ ଟି-୨୦
ଅଧିକ ପଢ଼ନ୍ତୁ: BCCI revises venue for Team India-South Africa match: First T20I to be held in Barabati
ପରିଦର୍ଶକ ଦଳ ଦୁଇଟି ଟେଷ୍ଟ ମ୍ୟାଚ୍ ମଧ୍ୟ ଖେଳିବ। ଆଇଡିଏଫସି ଫାଷ୍ଟ ବ୍ୟାଙ୍କ ଟେଷ୍ଟ ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ୍ ନଭେମ୍ବର ୧୪ ରୁ ନୂଆଦିଲ୍ଲୀରେ ଆରମ୍ଭ ହେବ। ସେହିପରି ଗୌହାଟୀରେ ଦ୍ୱିତୀୟ ଟେଷ୍ଟ ନଭେମ୍ବର ୨୨ରୁ ଅନୁଷ୍ଠିତ ହେବ।
ସେହିପରି ଦୁଇ ଦେଶ ମଧ୍ୟରେ ତିନୋଟି ଏକଦିବସୀୟ ମ୍ୟାଚ୍ ଖେଳାଯିବ। ନଭେମ୍ବର ୩୦ରେ ରାଞ୍ଚିରେ ପ୍ରଥମ ଏକଦିବସୀୟ , ଡିସେମ୍ବର ୩ରେ ରାୟପୁରରେ ଦ୍ୱିତୀୟ ଏକଦିବସୀୟ, ଡିସେମ୍ବର ୬ରେ ଭାଇଜାଗରେ ତୃତୀୟ ଏକଦିବସୀୟ ଖେଳାଯିବାର କାର୍ଯ୍ୟକ୍ରମ ରହିଛି।
ଅଧିକ ପଢ଼ନ୍ତୁ: ୟୁକ୍ରେନ ଉପରେ ରୁଷର ପ୍ରଚଣ୍ଡ ଆକ୍ରମଣ
Barabati Stadium | Cuttack
Follow Us