ସାବଧାନ ! ମୋଦୀ ପୁଣି ଥରେ ଆସିଲେ ଚିକେନ୍-ମଟନ୍ କରିଦେବେ ବ୍ୟାନ୍: ଡିଏମ୍‌କେ ନେତାଙ୍କ ଭିଡ଼ିଓ ଭାଇରାଲ

ସାବଧାନ ! ମୋଦୀ ପୁଣି ଥରେ ଆସିଲେ ଚିକେନ୍-ମଟନ୍ କରିଦେବେ ବ୍ୟାନ୍: ଡିଏମ୍‌କେ ନେତାଙ୍କ ଭିଡ଼ିଓ ଭାଇରାଲ

ଚେନ୍ନାଇ: ଲୋକସଭା ନିର୍ବାଚନ ପାଖେଇ ଆସୁଛି। ଏହାକୁ ନେଇ ବିଭିନ୍ନ ରାଜନୈତିକ ଦଳଙ୍କ ପକ୍ଷରୁ ପ୍ରଚାର ସମୟରେ ପ୍ରତିପକ୍ଷ ନେତା ଏବଂ ଦଳ ଉପରେ ଆରୋପ ପ୍ରତ୍ୟାରୋପ ଜାରି ରହିଛି। ସମ୍ପ୍ରତି ଡିଏମ୍‌କେ ନେତାଙ୍କ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓରେ ଡିଏମ୍‌କେ ନେତା କହୁଛନ୍ତି ସାବଧାନ! ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୁଣି ଥରେ କ୍ଷମତାକୁ ଆସିଲେ ଚିକେନ୍ ଏବଂ ମଟନ୍କୁ ବ୍ୟାନ୍ କରିବେ। ଏବେ ଆପଣମାନେ ଚିନ୍ତା କରନ୍ତୁ ଆପଣ ଭାତ, ଇଡଲି ଏବଂ ସମ୍ବର ଖାଇବେ ନା ମଟନ୍ ଆଉ ଚିକେନ୍ ଖାଇବେ।

ଏହି ଭିଡ଼ିଓ ଚେନ୍ନାଇର ଏକ ନିର୍ବାଚନୀ ପ୍ରଚାର ସଭାର ବୋଲି କୁହାଯାଉଛି। ଡିଏମ୍‌କେ ନେତା ପ୍ରଚାର ଗାଡ଼ିରେ ଠିଆ ହୋଇ କହୁଛନ୍ତି ଯଦି ଆସନ୍ତା ୫ ବର୍ଷ ଖାଲି ଭାତ, ଇଡଲି, ସମ୍ବର ଖାଇବାର ଅଛି ତେବେ ମୋଦୀଙ୍କୁ ଦିଅନ୍ତୁ। ସେ ଚିକେନ୍, ମଟନ୍ ସହିତ ସମସ୍ତ ନନ୍‌ଭ‌େଜ୍ ଖାଦ୍ୟ ଉପରେ କଟକଣା ଲଗାଇଦେବେ। ଆପଣ ଏପରି କରିବେ କି? ବୋଲି ଡିଏମ୍‌କେ ନେତା ପ୍ରଶ୍ନ କରୁଥିବାର ଭିଡ଼ିଓରେ ଦେଖିବାକୁ ମିଳୁଛି।

ସୂଚନାଯୋଗ୍ୟ,ତାମିଲନାଡୁରେ ୩୯ ଟି ଲୋକସଭା ଆସନ ଅଛି। ରାଜ୍ୟର ଏହିସବୁ ଆସନରେ ପ୍ରଥମ ପର୍ଯ୍ୟାୟରେ ଏପ୍ରିଲ୍ ୧୯ରେ ମତଦାନ କରାଯିବ। ରାଜ୍ୟରେ ଡିଏମ୍‌କେର ସରକାର ଅଛନ୍ତି। ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ରାଜ୍ୟର ଅଷ୍ଟମ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ଏମକେ ଷ୍ଟାଲିନ୍ ଏମ୍ କରୁଣାନିଧିଙ୍କ ପୁଅ। ରାଜ୍ୟରେ ୨୩୪ ବିଧାନସଭା ଆସନ ଥିବାବେଳେ ୩୩ ଜିଲ୍ଲାର ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe