କିଏ କରିଛି ଦୁର୍ନୀତି? ପରସ୍ପରକୁ ଦୋଷାରୋପ କଲେ ମନୀଷ ସିସୋଦିଆ-ହିମନ୍ତ ବିଶ୍ବ ଶର୍ମା

Advertisment
କିଏ କରିଛି ଦୁର୍ନୀତି? ପରସ୍ପରକୁ ଦୋଷାରୋପ କଲେ ମନୀଷ ସିସୋଦିଆ-ହିମନ୍ତ ବିଶ୍ବ ଶର୍ମା

ନୂଆଦିଲ୍ଲୀ: ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଶନିବାର ଏକ ସାମ୍ବାଦିକ ସମ୍ମିଳନୀ କରି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ଉପରେ ଦୁର୍ନୀତି କରିବାର ଅଭିଯୋଗ ଆଣିଥିଲେ। ପିପିଇ କିଟ୍ କିଣିବାରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଦୁର୍ନୀତି କରିଥିବା ଅଭିଯୋଗ କରିଥିଲେ ସିସୋଦିଆ । ଏବେ ହିମନ୍ତ ବିଶ୍ୱ ଶର୍ମା ଗୋଟିଏ ପରେ ଗୋଟିଏ ଟୁଇଟ୍ କରି ସିସୋଦିଆଙ୍କ ସବୁ ଅଭିଯୋଗ ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ଯଦି ଆପଣଙ୍କର ସାହସ ଅଛି ତେବେ କେବଳ ଅଧା କାଗଜପତ୍ର ଦେଖାନ୍ତୁ ନାହିଁ, ସମ୍ପୂର୍ଣ୍ଣ ସୂଚନା ଦିଅନ୍ତୁ।

ଆସାମ ମୁଖ୍ୟମନ୍ତ୍ରୀ ତାଙ୍କ ଟ୍ୱିଟରରେ ଲେଖିଛନ୍ତି, ଯେଉଁ ସମୟରେ ସମଗ୍ର ଦେଶ ସବୁଠାରୁ ଭୟଙ୍କର ମହାମାରୀର ସମ୍ମୁଖୀନ ହୋଇଥିଲା, ସେ ସମୟରେ ଆସାମରେ କୌଣସି ପିପିଇ କିଟ୍ ନଥିଲା। ଏଭଳି ସମୟରେ ମୋ ପତ୍ନୀ କରୋନା ଯୋଦ୍ଧାଙ୍କ ଜୀବନ ରକ୍ଷା କରିବାକୁ ଆଗେଇ ଆସି ମାଗଣାରେ ୧୫୦୦ଟି ପିପିଇ କିଟ୍ ଯୋଗାଇ ଦେଇଥିଲେ।

ଅନ୍ୟ ଏକ ଟ୍ୱିଟରେ ସେ ଲେଖିଛନ୍ତି ଯେ, ମନୀଷ ସିସୋଦିଆଜୀ, ଆପଣ ସେହି ସମୟରେ ଏକ ଭିନ୍ନ ରୂପ ଦେଖାଇଥିଲେ। ଦିଲ୍ଲୀରେ ଅଟକି ରହିଥିବା ଆସାମର ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆପଣ ମୋର ଅନେକ ନିବେଦନକୁ ଅଣଦେଖା କରିଥିଲେ। ସେତେବେଳେ ଦିଲ୍ଲୀର ଶବଗୃହରୁ ଆସାମର କୋଭିଡ ପୀଡିତାଙ୍କ ମୃତଦେହ ସଂଗ୍ରହ କରିବାକୁ ମୋତେ ୭ ଦିନ ଅପେକ୍ଷା କରିବାକୁ ପଡୁଥିଲା, ମୁଁ ଏହାକୁ କେବେ ବି ଭୁଲି ପାରିବି ନାହିଁ। ଟ୍ବିଟ ସହ ପ୍ରମାଣ ଆକାରରେ ଶର୍ମା କିଛି ଜରୁରୀ କାଗଜପତ୍ରର ଫଟୋ ମଧ୍ୟ ସେୟାର କରିଛନ୍ତି।

ତେବେ ଏହା ପୂର୍ବରୁ ସିସୋଦିଆ କହିଥିଲେ ଯେ, କରୋନା ସମୟୟରେ ହିମନ୍ତ ବିଶ୍ୱ ଶର୍ମା ତାଙ୍କ ପତ୍ନୀଙ୍କ କମ୍ପାନିରୁ ପିପିଟି କିଟ୍ କିଣିଥିଲେ। ଟେଣ୍ଡର ନପକାଇ ତାଙ୍କ ପତ୍ନୀଙ୍କ କମ୍ପାନିକୁ ୫,୦୦୦ ପିପିଟି କିଟ୍ ଦେବାର ଅର୍ଡର ମିଳିଥିଲା। ସ୍ୱାସ୍ଥ୍ୟମନ୍ତ୍ରୀ ଭାବରେ ଆପଣଙ୍କ ପତ୍ନୀଙ୍କ କମ୍ପାନିକୁ ଟେଣ୍ଡର ବିନା କ୍ରୟ ଅର୍ଡର ଦେବା ଦୁର୍ନୀତି ନୁହେଁ କି? ବୋଲି ପ୍ରଶ୍ନ କରିଥିଲେ ସିସୋଦିଆ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe