୮୫ ବର୍ଷ ବୟସରେ ହେଲେ ଉଦ୍ୟୋଗୀ, କିଣିଲେ ନିଜର ପ୍ରଥମ କାର୍

Advertisment
୮୫ ବର୍ଷ ବୟସରେ ହେଲେ ଉଦ୍ୟୋଗୀ, କିଣିଲେ ନିଜର ପ୍ରଥମ କାର୍

ନୂଆଦିଲ୍ଲୀ : ଜଣେ ବ୍ୟକ୍ତି ‌ଯେକୌଣସି ବୟସରେ ଉଦ୍ୟୋଗୀ ହେବାର ସ୍ବପ୍ନ ଦେଖିପାରିବେ ଓ ତାହାକୁ ସାକାର ମଧ୍ୟ କରିପାରିବେ। ଏହାକୁ ପ୍ରମାଣ କରିଛନ୍ତି ଗୁଜରାଟ ଜଣେ ୮୫ ବର୍ଷ ବୟସ୍କ ବ୍ୟକ୍ତି। ତାଙ୍କ ନାମ ହେଉଛି ରାଧା କ୍ରିଷ୍ଣ ଚୌଧୁରୀ। ଲୋକମାନଙ୍କ ମଧ୍ୟରେ ସେ ନାନାଜୀ ଭାବେ ପରିଚିତ।

ନିଜ ଝିଅ ଝଡ଼ୁଥିବା କେଶ ପାଇଁ ଘରେ ତିଆରି କରିଥିବା ତେଲକୁ ଲୋକମାନେ ପସନ୍ଦ କରିବା ପରେ ମହାମାରୀ ସମୟରେ ସେ ପତ୍ନୀଙ୍କ ସହ ମିଶି ସେହି ତେଲର ବ୍ୟବସାୟ ଆରମ୍ଭ କରିଥିଲେ। ତାହା ଲୋକମାନଙ୍କ ଦ୍ବାରା ବେଶ ଗ୍ରହଣୀୟ ହୋଇଛି। ଆୟୁର୍ବେଦରେ ରୁଚି ରଖୁଥିବା ନାନାଜୀ ୨୦୨୧ ଡିସେମ୍ବରରେ ‘ଆଭିମି ହର୍ବାଲ’ ନାମରେ ନିଜ ସଂସ୍ଥା ଆରମ୍ଭ କରିଛନ୍ତି। ସେ ପ୍ରସ୍ତୁତ କରୁଥିବା ତେଲ ବ୍ୟବହାର ଉପଯୋଗୀ ହେବା ଲାଗି ତିନି ମାସ ସମୟ ଲାଗିଥାଏ। ରାତାରାତି ସଫଳତା ମିଳିଯାଇଛି ବୋଲି ଯାହା କୁହାଯାଉଛି ତାହା ସତ ନୁହେଁ। ଏହି ସଫଳତା ପାଇବାକୁ ମୋତେ ୨୫ ବର୍ଷ ସମୟ ଲାଗିଥିଲା ବୋଲି ନାନାଜୀ କହିଛନ୍ତି। ବେପାର ଭଲ ଚାଲିବା ପରେ ସେ ନିଜର ପ୍ରଥମ କାର୍ କିଣିଛନ୍ତି। ବଲିଉଡ୍ ତାରକା ସାହିଦ କପୁରଙ୍କ ପତ୍ନୀ ମୀରା ରାଜପୁତ ନାନାଜୀଙ୍କ ତେଲକୁ ବହୁତ ପ୍ରଶଂସା କରି ସୋସିଆଲ ମିଡିଆରେ ବାର୍ତା ଛାଡ଼ିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe