ଦୁର୍ଘଟଣାରେ ପାଇଲଟଙ୍କ ମୃତ୍ୟୁ; ମାସକ ପୂର୍ବରୁ ବାପା ହେବାର ସୌଭାଗ୍ୟ ପାଇଥିଲେ

f45ae36a-36b5-47ca-8c65-2128cc0587a5

ଜୟପୁର: ରାଜସ୍ଥାନର ଚୁରୁ ଜିଲ୍ଲା ଅଧୀନସ୍ଥ ଭାନୁଦା ଗ୍ରାମରେ ବାୟୁସେନାର ଏକ ଜାଗୁଆର୍ ଯୁଦ୍ଧବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ଖସି ପଡ଼ିବା ପରେ ସମ୍ପୂର୍ଣ୍ଣ ଭାବେ ଜଳି ଯାଇଛି। 

ଭାରତୀୟ ବାୟୁସେନା ଏହି ବିମାନ ଦୁର୍ଘଟଣା ନେଇ ସ୍ପଷ୍ଟୀକରଣ ଦେଇ କହିଛି,ବିମାନର ଭଗ୍ନାବଶେଷ ନିକଟସ୍ଥ ଏକ କ୍ଷେତରୁ ମିଳିଛି ଏବଂ ୨ ଜଣ ପାଇଲଟଙ୍କ ମର ଶରୀର ମଧ୍ୟ ସେଠାରୁ ଉଦ୍ଧାର ହୋଇଛି।’

ସହିଦ ହୋଇଥିବା ଭାରତୀୟ ବାୟୁସେନାର ଦୁଇଜଣ ପାଇଲଟଙ୍କ ମଧ୍ୟରୁ ଜଣଙ୍କ ନାମ ସ୍କ୍ୱାଡ୍ରନ୍ ଲିଡର ଲୋକେନ୍ଦ୍ର ସିଂହ ସିନ୍ଧୁ ଥିବା ବେଳେ ଅନ୍ୟ ଜଣକଙ୍କ ନାମ ଫ୍ଲାଇଟ୍ ଲେଫ୍ଟନାଣ୍ଟ ରିଷି ରାଜ ସିଂହ ଭାବରେ ଚିହ୍ନଟ କରାଯାଇଛି। 
 
ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଜାଗୁଆର ବିମାନ ଦୁର୍ଘଟଣାରେ ସହିଦ ହୋଇଥିବା ଲୋକେନ୍ଦ୍ର ସିଂହ ସିନ୍ଧୁ ମୂଳତଃ ହରିୟାଣାର ରୋହତକ ଜିଲ୍ଲାର ଦେବ କଲୋନି ଅଞ୍ଚଳର ବାସିନ୍ଦା ଥିଲେ। ଲୋକେନ୍ଦ୍ର ଯୋଧପୁରରେ ଦ୍ୱାଦଶ ଶ୍ରେଣୀ ପାଠ ଶେଷ କରିବା ପରେ  ଏନଡିଏ ଯାଇଥିଲେ। ଏଠାରେ ସେ ସାଢ଼େ ତିନି ବର୍ଷର କୋର୍ସ କରିଥିଲେ। ତା'ପରେ ଲୋକେନ୍ଦ୍ର ଭାରତୀୟ ବାୟୁସେନାରେ ଯୋଗ ଦେଇଥିଲେ ଏବଂ ବିମାନ ଉଡ଼ାଣ ତାଲିମ ନେବା ପରେ ପାଇଲଟ୍ ହୋଇ ନିଜର ପିଲା ଦିନର ସ୍ବପ୍ନକୁ ପୂରା କରିଥିଲେ। 

ଲୋକେନ୍ଦ୍ର କୋଭିଡ୍-୧୯ ସମୟରେ ବିବାହ କରିଥିବା ବେଳେ ଗତ ଜୁନ୍ ୧୦ ତାରିଖରେ ପୁତ୍ର ସନ୍ତାନର ବାପା ହେବାର ସୌଭାଗ୍ୟ ପାଇଥିଲେ। ଏଭଳି ଖୁସି ସମୟରେ ଲୋକେନ୍ଦ୍ର ସହିଦ ହେବା ଖବର ଆସିବା ପରେ ପରିବାର ଉପରେ ଦୁଃଖର ପାହାଡ ଭାଙ୍ଗି ପଡ଼ିଥିଲା। ଲୋକେନ୍ଦ୍ରଙ୍କ ଧର୍ମପତ୍ନୀ ନବଜାତକୁ ଧରି ସ୍ବ‌ାମୀଙ୍କୁ ଝୁରିଝୁରି ବାହୁନି ବାହୁନି କାନ୍ଦୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe