ପାଠ ପଢ଼ାଇ ସ୍ତ୍ରୀକୁ ଅଧ୍ୟାପିକା କଲି, ସେ ଏବେ ମାଡ଼ ମାରି ମୋ ଗୋଡ଼ ଭାଙ୍ଗିଦେଲା

Advertisment
ପାଠ ପଢ଼ାଇ ସ୍ତ୍ରୀକୁ ଅଧ୍ୟାପିକା କଲି, ସେ ଏବେ ମାଡ଼ ମାରି ମୋ ଗୋଡ଼ ଭାଙ୍ଗିଦେଲା

ବାନ୍ଦା: ପାଠ ପଢ଼ାଇ ସ୍ତ୍ରୀକୁ ଅଧ୍ୟାପିକା କଲି, ସେ ମୋ ଗୋଡ଼ ଭାଙ୍ଗିଦେଲା। କାନ୍ଦି କାନ୍ଦି ଜଣେ ସ୍ବାମୀ ନିଜ ସ୍ତ୍ରୀ ବିରୋଧରେ ଏଭଳି ଅଭିଯୋଗ କରିଥିବା ଜଣାପଡ଼ିଛି। ଉତ୍ତରପ୍ରଦେଶର ବାନ୍ଦାରେ ଘଟିଛି ଏଭଳି ଘଟଣା। ଛେ‌ାଟ କଥାକୁ ନେଇ ଅଧ୍ୟାପିକା ପତ୍ନୀ ତାଙ୍କ ଭାଇମାନଙ୍କ ସହିତ ମିଶି ସ୍ୱାମୀର ଗୋଡ ଭାଙ୍ଗିଦେବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଏଭଳି ଘଟଣା ଘଟିଥିବା ନେଇ ପୁଲିସ ସୂଚନା ପାଇବା ପରେ ଯୁବକଙ୍କୁ ଆହତ ଅବସ୍ଥାରେ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ଏହି ସମୟରେ ସ୍ୱାମୀ କାନ୍ଦୁଥିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।

ସୂଚନା ମୁତାବକ, ଘଟଣାଟି ଘଟିଛି କୋତୱାଲି ଅଞ୍ଚଳରେ। ପୀଡ଼ିତ କାମା ପ୍ରସାଦଙ୍କ କହିବା ମୁତାବକ, ଘରକୁ ଯାଇ ସେ ତାଙ୍କ ପତ୍ନୀଙ୍କୁ ପଚାରିଥିଲେ ଯେ ପୁତୁରାକୁ ଖାଇବାକୁ ଦେଇଛ କି ନାହିଁ? ଏହା ଶୁଣି ପତ୍ନୀ ରାଗିଯିବା ସହ ଝଗଡ଼ା କରିଥିଲେ ଏବଂ ନିଜ ଭାଇମାନଙ୍କୁ ଡାକି ମାଡ଼ ମାରିଥିଲେ। ଏହା ଫଳରେ କାମା ପ୍ରସାଦଙ୍କ ଗୋଡ଼ ଭାଙ୍ଗି ଯାଇଥିଲା।

ପୁଲିସ ଡାକ୍ତରଖାନା ନେବା ପରେ କାମା ପ୍ରସାଦ କାନ୍ଦି କାନ୍ଦି କହିଥିଲେ, ସ୍ତ୍ରୀର ସ୍ବପ୍ନ ଥିବାରୁ ତାଙ୍କୁ ବିବାହ ପରେ ପାଠ ପଢ଼ାଇ ଅଧ୍ୟାପିକା କଲି। ହେଲେ ଆଜି ସେ ମୋ ସହ ଏଭଳି ବ୍ୟବହାର କରୁଛନ୍ତି। ଏଦୁଃଖ ମୁଁ ଏବେ କାହାକୁ କହିବି। ଏବେ ପତ୍ନୀ ଚାକିରି କରିବା ପରେ ମୋ‌ତେ ଅପମାନିତ କରୁଛନ୍ତି। କହୁଛନ୍ତି ତୁମେ କୌଣସି କାମକୁ ନୁହଁ। କିଛି କାମ କରୁନ। ତମେ ପିଲାମାନଙ୍କ ସହ ଘରେ ରହିପାରିବ ନାହିଁ।

ଅନ୍ୟପକ୍ଷରେ ପୀଡ଼ିତଙ୍କ ଶଳା କହିଛନ୍ତି ଯେ, ସବୁଦିନ ମଦ ପିଇବା ସହ ଘରେ ଆସି ଝଗଡ଼ା କରନ୍ତି ଭିଣୋଇ। ଏଥିପାଇଁ ଘଟଣା ଦିନ ଝଗଡ଼ା ‌ଆରମ୍ଭ ହୋଇଥିଲା। ସ୍ବାମୀ-ସ୍ତ୍ରୀ ଝଗଡ଼ା କରୁଥିବା ‌ବେଳେ ନିୟନ୍ତ୍ରଣ ହରାଇ ଭିଣୋଇ ତଳେ ପଡ଼ିଯାଇଥିଲେ। ଏହା ଫଳରେ ତାଙ୍କ ଗୋଡ଼ରେ ଆଘାତ ଲାଗିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe