କୋଭିସିଲ୍‌ଡ୍‌ କମାଲ୍ : ଦୁର୍ଘଟଣା ପରେ କଥା କହିପାରୁ ନଥିଲେ, ଟିକା ନେବା ପରେ ବାକ୍‌ ଶକ୍ତି ଫେରିପାଇଲେ

Advertisment
କୋଭିସିଲ୍‌ଡ୍‌ କମାଲ୍ : ଦୁର୍ଘଟଣା ପରେ କଥା କହିପାରୁ ନଥିଲେ, ଟିକା ନେବା ପରେ ବାକ୍‌ ଶକ୍ତି ଫେରିପାଇଲେ

ବୋକାରୋ: ଝାଡ଼ଖଣ୍ଡର ବୋକାରୋ ଜିଲ୍ଲାରେ ୪ ବର୍ଷ ହେବ ଶଯ୍ୟାଶାୟୀ ଥିଲେ ବୋଲି କୁହାଯାଉଥିବା ଜଣେ ବ୍ୟକ୍ତି କୋଭିଡ୍‌-୧୯ ଟିକାର ପ୍ରଥମ ଡୋଜ୍‌ ନେବା ପରେ ଚଳପ୍ରଚଳ କରୁଥିବା କୁହାଯାଉଛି।

ପ୍ରାପ୍ତ ସୂଚନା ଅନୁସାରେ, ୪ ବର୍ଷ ତଳେ ବୋକାରୋ ଅନ୍ତର୍ଗତ ପେତରୱର୍‌ ଗାଁର ୪୪ ବର୍ଷିୟ ଦୁଲାରଚାନ୍ଦ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ଦୁର୍ଘଟଣାରେ ସେ ବାକ୍‌ଶକ୍ତି ହରାଇବା ସହ ବିଛଣାରେ ପଡ଼ି ରହିଥିଲେ।

ଜାନୁଆରି ୪ ତାରିଖରେ ଦୁଲାରଚାନ୍ଦ କୋଭିସିଲ୍‌ଡ୍‌ ଟିକାର ପ୍ରଥମ ଡୋଜ୍‌ ନେଲେ। ପେତର୍‌ୱର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ମେଡିକାଲ୍‌-ଇନ୍‌-ଚାର୍ଜ ଡାକ୍ତର ଅଲ୍‌ବେଲ୍‌ କେର୍କେଟ୍ଟାଙ୍କ କହିବା ଅନୁସାରେ, କୋଭିଡ୍-୧୯ ଟିକା ନେବାର ଦିନକ ପରେ ଦୁଲାରଚାନ୍ଦଙ୍କ ଶରୀର ପ୍ରତିକ୍ରିୟାଶୀଳ ହେବାକୁ ଲାଗିଲା।

publive-image Image Courtesy of India Today

ଆଉ କିଛି ଦିନ ବିତିଯିବା ପରେ ଦୁଲାରଚାନ୍ଦ କହିଲେ ଯେ, ସେ ନିଜେ ଠିଆ ହୋଇ ପାରିବା ସହ ବାକ୍‌ ଶକ୍ତି ଫେରିପାଇଛନ୍ତି। ଗଣମାଧ୍ୟମକୁ ଦୁଲାରଚାନ୍ଦ କହିଛନ୍ତି, ଏ ଟିକା ନେଇ ଆନନ୍ଦିତ। ଜାନୁଆରି ୪ ତାରିଖ ଦିନ ଟିକା ନେବା ପରଠାରୁ ମୋ ଗୋଡ଼ ଚଳୁଛି।

publive-image Image Courtesy of India Today

ବୋକାରୋର ସିଭିଲ୍‌ ସର୍ଜନ୍‌ ଡାକ୍ତର ଜିତେନ୍ଦ୍ର କୁମାର କହିଛନ୍ତି, ଘଟଣାଟି ଆଶ୍ଚର୍ଯ୍ୟଜନକ ହେଲେ ବି ଏଥିରେ ଚମତ୍କାରିତା ନାହିଁ।

ଦୁଲାରଚାନ୍ଦଙ୍କ ‘ମେଡିକାଲ୍‌ ହିଷ୍ଟ୍ରି’ (ଚିକିତ୍ସା ଇତିବୃତ) ବିଶ୍ଳେଷଣ କରିବା ଲାଗି ସେ ମେଡିକାଲ୍‌ ଟିମ୍‌ ଗଠନ କରିବା ଲାଗି ଆଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe