ଅମୃତସର ମର୍ମନ୍ତୁଦ ରେଳ ଦୁର୍ଘଟଣା ପୂର୍ବ ଭିଡ଼ିଓ : କଂଗ୍ରେସ ନେତା କହୁଥିଲେ ଏହି କଥା! ଭିଡ଼ିଓ ଭାଇରାଲ ହେବାପରେ ଆୟୋଜକ ଫେରାର୍‌ !

Advertisment
ଅମୃତସର ମର୍ମନ୍ତୁଦ ରେଳ ଦୁର୍ଘଟଣା ପୂର୍ବ ଭିଡ଼ିଓ : କଂଗ୍ରେସ ନେତା କହୁଥିଲେ ଏହି କଥା! ଭିଡ଼ିଓ ଭାଇରାଲ ହେବାପରେ ଆୟୋଜକ ଫେରାର୍‌ !

ଅମୃତସର: ରେଳ ଧାରଣା ଉପରେ ଦଶହରା ଦେଖୁଥିବା ବେଳେ ଅମୃତସରରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣା ସଂପର୍କୀତ କେତେକ ଭିଡ଼ିଓ ଭାଇରାଲ୍‌ ହୋଇଛି। ସେଥିମଧ୍ୟରୁ ଗୋଟିଏ ଭିଡ଼ିଓ ଏବେ ସାମ୍ନାକୁ ଆସିଛି। ମୋବାଇଲରେ ପ୍ରସ୍ତୁତ ଏହି ଭିଡ଼ିଓରେ ମେଳାର ଆୟୋଜକ ସୌରଭ ମିଠୁ ମଦାନ୍‌ ରେଳ ଧାରଣା ଉପରେ ଥିବା ଲୋକଙ୍କ ଉପରେ ଟିପ୍ପଣୀ କରୁଛନ୍ତି।
କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ବିଧାୟକନବଜୋତ୍‌ କୌର୍‌ ସିଦ୍ଧୁ ( ମନ୍ତ୍ରୀ ନବଜୋତ୍‌ ସିଂହ ସିଦ୍ଧୁଙ୍କ ପତ୍ନୀ)ଙ୍କୁ ସୌରଭ ମଦାନ୍‌ କହୁଥାନ୍ତି ଯେ,ଏଠାରେ ପ୍ରବଳ ଭିଡ଼ ହୋଇଛି। ଏଠି ଏତେ ଲୋକ ଅଛନ୍ତି,ଯେଉଁମାନଙ୍କ ମଧ୍ୟରୁ ପ୍ରାୟ ୫ ହଜାର ଲୋକ ରେଳ ଧାରଣା ଉପରେ ଠିଆ ହୋଇଛନ୍ତି। ୫୦୦ ଟ୍ରେନ୍‌ ଯଦି ରେଳ ଧାରଣା ଦେଇ ଗତି କରିବ,ତେବେ ବି ଏହି ଲୋକମାନେ ସେଠାରୁ ହଟିବେ ନାହିଁଁ।
ଏହି ଭିଡ଼ିଓ ଭାଇରାଲ୍‌ ହେବାପରେ ବିରୋଧୀଦଳ ପକ୍ଷରୁ କୁହାଯାଇଛି ଯେ, ଆୟୋଜକମାନେ ଲୋକଙ୍କୁ ରେଳ ଧାରଣା ଉପରେ ଠିଆ ରହିବାକୁ ପ୍ରୋତ୍ସାହିତ କରିଛନ୍ତି। ଶିରୋମଣି ଅକାଳୀ ଦଳ ପ୍ରମୁଖ ସୁଖବୀର ବାଦଲ୍‌ ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ସିଧାସଳଖ ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁଙ୍କ ଇସ୍ତଫା ଓ ଗିରଫ ଦାବି କରିଛନ୍ତି। ସୌରଭ ମଦାନ୍‌ ସେହି ଭିଡ଼ିଓରେ କହୁଛନ୍ତି,‘ମ୍ୟାଡାମ୍‌ଜୀ (ବିଧାୟକ ନବଜୋତ୍‌ କୌର୍‌ ସିଦ୍ଧୁ) ଏପଟେ ଦେଖନ୍ତୁ,ଲୋକମାନଙ୍କର ରେଳ ଧାରଣାରେ ଠିଆ ହେବାର ଭୟ ନାହିଁ। ଯଦି ୫୦୦ ଟ୍ରେନ୍‌ ଯାଏ,ତଥାପି ସେମାନଙ୍କର ଚିନ୍ତା ନାହିଁ। ପାଞ୍ଚ ହଜାରରୁ ଅଧିକ ଲୋକ ରେଳ ଧାରଣାରେ ଠିଆ ହୋଇଛନ୍ତିି।

publive-imagepublive-image
ଏହି ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିବାପରେ ଆୟୋଜକ ସୌରଭ ମଦାନ୍‌ ଅମୃତସରରୁ ଫେରାର୍‌ ହୋଇଯାଇଛନ୍ତି ଓ ତାଙ୍କର ଫୋନ୍‌ ବି ସୁଇଚ୍‌ ଅଫ୍‌ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe