ନିର୍ବାଚନ ପୂର୍ବରୁ କିଛି ବି ଘଟିପାରେ: ଇମ୍ରାନ୍‌

Advertisment
ମୋଦୀ ସରକାରଙ୍କ ଘୋଷଣା ପରେ ପାକିସ୍ତାନ ଚକିତ 

(PTI File Photo)

ଇସଲାମାବାଦ୍‌ : ପାକିସ୍ତାନର ବାଲାକୋଟ୍‌ ସ୍ଥିତ ଜୈସ୍‌ ଆତଙ୍କବାଦୀ ଶିବିରରେ ଭାରତୀୟ ବାୟୁସେନାର ବିମାନ ଆକ୍ରମଣପରଠାରୁ ଦୁଇ ଦେଶ ମଧ୍ୟରେ ଲାଗି ରହିଥିବା ଉତ୍ତେଜନାପୂର୍ଣ୍ଣ ସ୍ଥିତି ଏବେ ସୁଧୁରିଥିଲେ ମଧ୍ୟ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ କିନ୍ତୁ ଭୟରେ ଅଛନ୍ତି। ଦୁଇ ଦେଶ ଉପରେ ଯୁଦ୍ଧର କଳାବାଦଲ ଏବେ ବି ଢାଙ୍କି ରହିଛି ବୋଲି ଇମ୍ରାନ୍ କହିଛନ୍ତି। ଭାରତରେ ଲୋକସଭା ନିର୍ବା‌ଚନ ପୂର୍ବରୁ ଉଭୟ ଭାରତ ଏବଂ ପାକିସ୍ତାନରେ ପୁଣିଥ‌‌ରେ ଆତଙ୍କବାଦୀ ଆକ୍ରମଣ ହୋଇପାରେ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣିଥ‌‌ରେ ପାକିସ୍ତାନ ବିରୋଧରେ ଆଉ ଏକ ଦୁଃସାହସିକ କାର୍ଯ୍ୟାନୁଷ୍ଠାନ ନେଇପାରନ୍ତି ବୋଲି ଇମ୍ରାନ୍‌ ଫାଇନା‌ନସିଆଲ୍‌ ଟାଇମ୍ସକୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe