ଟ୍ରମ୍ପ୍‌ଙ୍କ ପୂର୍ବରୁ ୭ ଥର ଭାରତ ଆସିଛନ୍ତି ଆମେରିକା ରାଷ୍ଟ୍ରପତି

Advertisment
ଟ୍ରମ୍ପ୍‌ଙ୍କ ପୂର୍ବରୁ ୭ ଥର ଭାରତ ଆସିଛନ୍ତି ଆମେରିକା ରାଷ୍ଟ୍ରପତି

ନୂଆଦିଲ୍ଲୀ: ବିଗତ ୭୩ ବର୍ଷ ମଧ୍ୟରେ ଆମେରିକାର ରାଷ୍ଟ୍ରପତି ୭ ଥର ଭାରତ ଗସ୍ତରେ ଆସିଛନ୍ତି। ସର୍ବ ପ୍ରଥମେ ୧୯୫୯ରେ ରାଷ୍ଟ୍ରପତି ଡ୍ବାଇଟ୍‌ ଡି ଆଇଜନ୍‌ହାୱର ଭାରତ ଗସ୍ତ କରିଥିଲେ। ତତ୍କାଳୀନ ପ୍ରଧାନମନ୍ତ୍ରୀ ଜାବାହରଲାଲ ନେହରୁଙ୍କୁ ସେ ସାକ୍ଷାତ କରିଥିଲେ। ସେହି ସମୟରୁ ଆମେରିକା ସହିତ ଭାରତର ସୁଦୃଢ଼ ସଂପର୍କ ଆରମ୍ଭ ହୋଇଥିଲା। ଏହାପରେ ୧୯୬୯ରେ ଦ୍ବିତୀୟ ଆମେରିକୀୟ ରାଷ୍ଟ୍ରପତି ଭାବେ ରିଚାର୍ଡ ନେକ୍ସନ ଭାରତ ଆସିଥିଲେ। ସେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ସହିତ ଦ୍ବିପାକ୍ଷିକ ଆଲୋଚନା କରିଥିଲେ ଏବଂ ଭାରତରେ ପ୍ରାୟ ୨୩ ଘଣ୍ଟା କଟାଇଥିଲେ। ୧୯୭୮ରେ ଆମେରିକା ରାଷ୍ଟ୍ରପତି ଜିମି କାର୍ଟର ଭାରତ ଆସିଥିଲେ ଏବଂ ପ୍ରଧାନମନ୍ତ୍ରୀ ମୋରାରଜୀ ଦେଶାଇଙ୍କ ସହିତ ତାଙ୍କର ଆଲୋଚନା ହୋଇଥିଲା। ଦେଶାଇ ସେତେବେଳେ ଆମେରିକାର ପରମାଣୁ ଚୁକ୍ତିରେ ସ୍ବାକ୍ଷର କରିବାକୁ ମନା କରିଦେଇଥିଲେ।

୨୦୦୦ରେ ଆମେରିକା ରାଷ୍ଟ୍ରପତି ବିଲ୍‌ କ୍ଲିଣ୍ଟନ ଭାରତ ଆସିଥିଲେ। ଏହି ଗସ୍ତ ବେଳେ ସେ ଭାରତୀୟ ସଂସଦରେ ଉଦ୍‌ବୋଧନ ଦେଇଥିଲେ। ୨୦୦୬ରେ ରାଷ୍ଟ୍ରପତି ଜର୍ଜ ଡବ୍ଲୁ ବୁଶ୍‌ ଭାରତ ଗସ୍ତରେ ଆସିଥିଲେ। ଏହି ସମୟରେ ଭାରତ-ଆମେରିକା ବେସାମରିକ ପରମାଣୁ ଚୁକ୍ତି ସ୍ବାକ୍ଷର ହୋଇଥିଲା। ଆମେରିକାର ରାଷ୍ଟ୍ରପତି ବାରାକ୍‌ ଓବାମା ୨ ଥର ଭାରତ ଗସ୍ତରେ ଆସିଥିଲେ। ପ୍ରଥମେ ସେ ୨୦୧୦ରେ ଭାରତ ଗସ୍ତରେ ଆସି ଜାତିସଂଘ ନିରାପତ୍ତା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତା ଦାବିକୁ ସମର୍ଥନ କରିଥିଲେ। ଏହାପରେ ଓବାମା ୨୦୧୫ରେ ଭାରତ ଗସ୍ତରେ ଆସି ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe