ଜମ୍ମୁ ଓ କଶ୍ମୀର: ରାଜୌରୀର ଭିକାରୁଣୀ ପାଖରୁ ମିଳିଲା ୨.୫୮ ଲକ୍ଷ ଟଙ୍କା

Advertisment
ଜମ୍ମୁ ଓ କଶ୍ମୀର: ରାଜୌରୀର ଭିକାରୁଣୀ ପାଖରୁ ମିଳିଲା ୨.୫୮ ଲକ୍ଷ ଟଙ୍କା

Image Courtesy of Daily Excelsior

ଜମ୍ମୁ: ଚଳିବାରେ ସୁବିଧା ଲାଗି ଜମ୍ମୁ ଓ କଶ୍ମୀର ଅନ୍ତର୍ଗତ ରାଜୌରୀର ଜିଲ୍ଲାରେ ଜଣେ ୬୫ ବର୍ଷୀୟ ଭିକାରୁଣୀକୁ ‘ସେଲ୍‌ଟର୍‌ ହୋମ୍’କୁ ସ୍ଥାନାନ୍ତରଣ କରାଯିବାର ଅଳ୍ପ ସମୟ ପରେ ତା’ ପାଖରେ ୨.୫୮ ଲକ୍ଷରୁ ଅଧିକ ଟଙ୍କା ଥିବା କଥା ଜଣାପଡ଼ିଛି ବୋଲି ମଙ୍ଗଳବାର ଦିନ ସରକାରୀ ଅଧିକାରୀମାନେ କହିଛନ୍ତି।

ଗତ ତିନି ଦଶନ୍ଧି ହେବ ବସ୍‌ଷ୍ଟାଣ୍ଡ୍‌ ରାସ୍ତା ଏବଂ ଆଖପାଖ ଅଞ୍ଚଳରେ ଘୂରି ବୁଲୁଥିବା ଉକ୍ତ ଅପରିଚିତା ଭିକାରୁଣୀକୁ ସୋମବାର ଦିନ ବାସହୀନମାନଙ୍କ ସୁବିଧା ନିମନ୍ତେ ଉଦ୍ଦିଷ୍ଟ ‘ସେଲ୍‌ଟର୍‌ ହୋମ୍’କୁ ସ୍ଥାନାନ୍ତର କରାଯାଇଥିବା କଥା ନୌଶେରାର ଅତିରିକ୍ତ କମିସନର୍‌ ସୁଖଦେବ ସିଂହ ସାମ୍ୟାଲ୍‌ ଗଣମାଧ୍ୟମକୁ କହିଛନ୍ତି।

ସେ କହିଛନ୍ତି, ପଶୁ ଚିକିତ୍ସାଳୟ ବାହାରେ ଥିବା ତା’ର ପଲାକୁ ଉଠାଇ ଦେବା ଲାଗି ମଙ୍ଗଳବାର ସକାଳେ ମ୍ୟୁନିସ୍‌ପାଲ୍‌ କମିଟିର ଟିମ୍‌କୁ ପଠାଯାଇଥିଲା। ସେମାନେ ଭିକାରୁଣୀର ପଲାରେ ପଲିଥିନ୍‌ରେ ଟାଇଟ୍‌‌ ହୋଇ ଗୁଡ଼ା ହୋଇଥିବା ବିଭିନ୍ନ ଅଙ୍କର କାଗଜ ଟଙ୍କାରେ ପୂର୍ଣ୍ଣ  ୩ଟି ପ୍ଲାଷ୍ଟିକ୍‌ କ୍ରେଟ୍‌ ଏବଂ ଧାତବ ମୁଦ୍ରା ଭରା ଗୋଟାଏ ଜରିବସ୍ତା ପାଇ ଆଚମ୍ବିତ ହୋଇଯାଇଥିଲେ।

publive-image Image Courtesy of NDTV

ଏ ଖବର ପାଇବା ପରେ ମୁଁ ଜଣେ ମାଜିଷ୍ଟ୍ରେଟ୍‌ଙ୍କ ସହିତ ଘଟଣାସ୍ଥଳକୁ ଦଳେ ପୁଲିସ ପଠାଇଲି। ବହୁ ଶ୍ରମ କରି ଗଣାଗଣି କରିବା ପରେ ସମୁଦାୟ ୨,୫୮,୫୦୭ ଟଙ୍କା ଥିବା କଥା ଜଣାପଡ଼ିଲା। ପୁଙ୍ଖାନୁପୁଙ୍ଖ ବିବରଣୀ ସହ ଗୋଟାଏ ବାକ୍ସରେ ପୂରାଯାଇ ତାଲା ବନ୍ଦକରା ଯାଇଥିବା ଉକ୍ତ ଅର୍ଥକୁ ବୁଧବାର ଦିନ ସେ ଭିକାରୁଣୀକୁ ଦିଆଯିବ।

ଭିକ୍ଷାବୃତ୍ତିକୁ ଆଶ୍ରା କରି ଜୀବନଯାପନ କରୁଥିବା ସେ ମହିଳାଜଣକ ପ୍ଲାଷ୍ଟିକ୍‌ ଡବାରେ ଉକ୍ତ ଟଙ୍କା ସଞ୍ଚୟ କରିଥିଲା। ତା’ର ଠିକଣା ଜଣାନାହିଁ। ସେ କୁଆଡୁ ଆସିଛି କେହି ଜାଣନ୍ତି ନାହିଁ, କିନ୍ତୁ ୩୦ ବର୍ଷରୁ ଊର୍ଦ୍ଧ୍ବ ହେବ ସେ ପ୍ରାଣୀ ଚିକିତ୍ସାଳୟ ଆଖପାଖ ଅଞ୍ଚଳ ଏବଂ ବସ୍‌ଷ୍ଟାଣ୍ଡ୍‌ରେ ବୁଲାବୁଲି କରୁଥିବା ସମସ୍ତେ ଦେଖିଛନ୍ତି।

ସାଧୁତା ନିମନ୍ତେ ପୁଲିସ ଅଧିକାରୀ ସାମ୍ୟାଲ୍‌ ମ୍ୟୁନିସ୍‌ପାଲିଟି କମିଟି କର୍ମଚାରୀମାନଙ୍କୁ ପ୍ରସଂଶା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe