ଅଧିକ ଭିକ ପାଇଁ ମହିଳା ଭିକାରି ସପ୍ତମଥର ହୋଇଛନ୍ତି ଅନ୍ତସତ୍ତ୍ବା

Advertisment

ସପ୍ତମଥର ଅନ୍ତସତ୍ତ୍ବାକୁ ନେଇ ମହିଳା ଭିକାରି କହିଥିଲେ, ‘ଅନ୍ତସତ୍ତ୍ବା ହୋଇ ଭିକ ମାଗିଲେ ଅଧିକ ଭିକ ମିଳିଥାଏ। ମାସକୁ ୮୦ରୁ ୯୦ହଜାର ପର୍ଯ୍ୟନ୍ତ ମୁଁ ଭିକ ମାଗି ସଂଗ୍ରହ କରିଥାଏ।’

Updated On

ସପ୍ତମଥର ଅନ୍ତସତ୍ତ୍ବାକୁ ନେଇ ମହିଳା ଭିକାରି କହିଥିଲେ, ‘ଅନ୍ତସତ୍ତ୍ବା ହୋଇ ଭିକ ମାଗିଲେ ଅଧିକ ଭିକ ମିଳିଥାଏ। ମାସକୁ ୮୦ରୁ ୯୦ହଜାର ପର୍ଯ୍ୟନ୍ତ ମୁଁ ଭିକ ମାଗି ସଂଗ୍ରହ କରିଥାଏ।’

ଅଦ୍ୟତନ ହୋଇଛି
sa

ନୂଆଦିଲ୍ଲୀ: ଲକ୍ଷ୍ମୌରେ ଭିକାରିଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ସମାଜରେ ଏମିତି କିଛି ଭିକାରି ଅଛନ୍ତି ଯେଉଁମାନେ ସରକାରୀ ଯୋଜନାରୁ ବଞ୍ଚିତ ଅଛନ୍ତି। ତେଣୁ ଭିକାରିମାନଙ୍କୁ ସରକାରୀ ଯୋଜନାର ଲାଭଦେବା ପାଇଁ ସ୍ବତନ୍ତ୍ର ଅଭିଯାନ ଚାଲିଛି।

ଏହି ଅଭିଯାନ ଆଧାରରେ ଭିକାରିଙ୍କ ଫର୍ମ ପୁରଣ କରାଯାଉଛି। ଆଧାରକାର୍ଡର ଫଟୋକପି ନିଆଯାଉଛି।  ଅଭିଯାନରେ ୫ଟି ଟିମ ସମ୍ପୃକ୍ତ ଅଛନ୍ତି। ଏହି ଅଭିଯାନ ସମୟରେ ଯେଉଁସବୁ ତଥ୍ୟ ସମ୍ନାକୁ ଆସିଛି ତାହାକୁ ଜାଣିବା ପରେ ସମସ୍ତେ ଚକିତ ହୋଇଯାଇଛନ୍ତି। 

ଲକ୍ଷ୍ମୌ ନଗରନିଗମ, ସମାଜ କଲ୍ୟାଣ ବିଭାଗ ଓ ଡୁଡା କରିଥିବା ସର୍ଭେରେ ୫୩୧୨ଜଣ ଏପରି ଭିକାରି ସାମ୍ନାକୁ ଆସିଛନ୍ତି ଯାହାଙ୍କ ମାସକୁ ରୋଜଗାର କୌଣସି  ଭଲ ଚାକିରିଆଙ୍କ ଠାରୁ କମ ନୁହେଁ। 
ଅନ୍ତସତ୍ତ୍ବା ମହିଳା ବା ଛୋଟପିଲାଙ୍କୁ ଧରି ଭିକମାଗୁଥିବା ଭିକାରିଙ୍କ ଟଙ୍କା ଅନ୍ୟ ଭିକାରିଙ୍କ ଠାରୁ ଅଧିକ ଥାଏ। ଏମାନେ ପ୍ରତିଦିନ ଲୋକଙ୍କୁ ଠାରୁ ଭିକମାଗି ୩ରୁ୪ ହଜାର ଟଙ୍କା ପର୍ଯ୍ୟନ୍ତ ସଂଗ୍ରହ କରିଥାଆନ୍ତି। 
ଏହି ସର୍ଭେ ସମୟ‌ରେ ଏମିତି ଜଣେ ମହିଳା ଭିକାରି ସାମ୍ନାକୁ ଆସିଥିଲେ ଯିଏକି ସପ୍ତମଥର ଅନ୍ତସତ୍ତ୍ବା ଅଛନ୍ତି। ସପ୍ତମଥର ଅନ୍ତସତ୍ତ୍ବାକୁ ନେଇ ମହିଳା ଭିକାରି କହିଥିଲେ, ‘ଅନ୍ତସତ୍ତ୍ବା ହୋଇ ଭିକ ମାଗିଲେ ଅଧିକ ଭିକ ମିଳିଥାଏ। ମାସକୁ ୮୦ରୁ ୯୦ହଜାର ପର୍ଯ୍ୟନ୍ତ ମୁଁ ଭିକ ମାଗି ସଂଗ୍ରହ କରିଥାଏ।’

ସେହିପରି ବୃଦ୍ଧ ଓ ଛୋଟପିଲାମାନେ ଦିନକୁ ଦେଢ଼ ଓ ଦୁଇହଜାର ଟଙ୍କା ପର୍ଯ୍ୟନ୍ତ ସଂଗ୍ରହ କରି ପାରନ୍ତି। ସବୁଠାରୁ ଧନୀ ଭିକାରି ମୁମ୍ବାଇର ଭରତ ଜୈନରେ ଅଛନ୍ତି। ଏମାନଙ୍କ ମଧ୍ୟରୁ ଏମିତି କିଛି ଭିକାରି ଅଛନ୍ତି ଯେଉଁମାନଙ୍କ ଆଠକୋଟି ଟଙ୍କାର ସମ୍ପତି ଥିବା ଜଣାପଡ଼ିଛି। ଏମିତି କି ମୁମ୍ବାଇ ଓ ପୁଣେରେ ଭିକାରିଙ୍କ ‌କୋଟିଏ ଟଙ୍କାର ଘର ଅଛି। 

ପରିଯୋଜନା ଅଧିକାରୀ ସୌରଭ ତ୍ରିପାଠୀ କହିଛନ୍ତି, ‘ଅନେକ ଦିନ ହେବ ବୃଦ୍ଧି ପାଉଥିବା ଭିକାରିଙ୍କ ସଂଖ୍ୟାକୁ ନେଇ ସର୍ଭେ କରାଯାଉଛି। ଲକ୍ଷ୍ମୌରେ ପ୍ରତିଦିନ ଲୋକ ପାଖାପାଖି ୬୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଭିକ ଆକାରରେ ଦାନ କରିଥାଆନ୍ତି। ’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe