ବେଗୁସରାଇ: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଜାତୀୟ ସଙ୍ଗୀତକୁ ଅପମାନ କରିଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗକୁ କେନ୍ଦ୍ର କରି ନୀତିଶ କୁମାରଙ୍କ ବିରୋଧରେ ବେଗୁସରାଇ କୋର୍ଟ ଏକ ନୋଟିସ ଜାରି କରିଛନ୍ତି।
ଓକିଲ ବିକାଶ ପାସୱାନ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ବିରୋଧରେ ଜାତୀୟ ସଙ୍ଗୀତର ଅପମାନ କରିଥିବା ଅଭିଯୋଗ କରିଥିଲେ। ସେ ମାର୍ଚ୍ଚ ୨୨ ତାରିଖରେ କୋର୍ଟରେ ଜାତୀୟ ସମ୍ମାନ ଅପମାନ ନିବାରଣ ଆଇନ, ୧୯୭୧ର ଧାରା ୩ ଅନୁଯାୟୀ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ବିରୋଧରେ ମାମଲା ଦାୟର କରିଛନ୍ତି।
ଅଭିଯୋଗକାରୀ ବିକାଶ ପାସୱାନ ଅଭିଯୋଗ କରି କହିଥିଲେ, ୨୦୨୫ ମାର୍ଚ୍ଚ ୨୦ ଅପରାହ୍ନ ପ୍ରାୟ ଦୁଇଟା ସମୟରେ ଏକ ଭିଡିଓ ଦେଖିବାକୁ ପାଇଥିଲି। ଏହି ଭିଡିଓଟି ଅନେକ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା।
Follow Us