ଦ୍ବିତୀୟ ଲହରର ଭୟାବହତା ପଛରେ ଡେଲ୍‌ଟା ପ୍ରଜାତିର ଭୂତାଣୁ

Advertisment
କେନ୍ଦୁଝର: ଚାରିଦିନରେ କରୋନା ନେଲାଣି ୮ ଜୀବନ

festo.com

ନୂଆଦିଲ୍ଲୀ : ଭାରତରେ ପ୍ରଥମେ ଦେଖାଦେଇଥିବା ଡେଲ୍‌ଟା ପ୍ରଜାତିର ରୂପାନ୍ତରିତ କରୋନାଭୂତାଣୁ ଅତିଶୟ ସଂକ୍ରାମକ ହେବା ସହ ଏହାର କ୍ଷିପ୍ରତା ହିଁ ସଂକ୍ରମଣର ବ୍ୟାପକତାକୁ ଦ୍ରୁତ କରି ପକାଉଛି। ଦେଶରେ ବ୍ୟାପକ କ୍ଷତି ପହଞ୍ଚାଇଥିବା କୋଭିଡ୍‌-୧୯ ଦ୍ବିତୀୟ ଲହର ସଂକ୍ରମଣର ପ୍ରାଦୁର୍ଭାବ ପାଇଁ ଏହି ଡେଲ୍‌ଟା ବା ବି.୧..୬୧୭.୨ ନାମକ ପ୍ରଜାତି ହିଁ ଦାୟୀ ବୋଲି ଏକ ସରକାରୀ ଅନୁଧ୍ୟାନରୁ ଜଣାଯାଇଛି। ଏପରିକି ବ୍ରିଟେନ୍‌ର କେଣ୍ଟ୍‌ରେ ପ୍ରଥମେ ଦେଖାଦେଇଥିବା ଆଲ୍‌ଫା ପ୍ରଜାତିର ରୂପାନ୍ତରିତ କରୋନାଭୂତାଣୁ ଠାରୁ ଏହି ଡେଲ୍‌ଟା ପ୍ରଜାତି ଅଧିକ ସଂକ୍ରାମକ ବୋଲି ଏଥିରୁ ଜଣାଯାଇଛି।

ଦେଶରେ ଦ୍ବିତୀୟ ଲହର ଆବିର୍ଭାବର କାରଣ ଖୋଜିବା ପାଇଁ ଭାରତୀୟ ସାର୍ସ କୋଭ୍‌-୨ ଜିନୋମିକ୍‌ କନ୍‌ସୋର୍ଟିଆ ଓ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ରର ବୈଜ୍ଞାନିକମାନଙ୍କ ଦ୍ବାରା କରାଯାଇଥିବା ଏହି ଗବେଷଣାରୁ ମିଳିଥିବା ନିର୍ଯାସ ଅନୁଯାୟୀ, ଏହି ଡେଲ୍‌ଟା ପ୍ରଜାତି ୟୁକେର ଆଲ୍‌ଫା ପ୍ରଜାତି ଅପେକ୍ଷା ୫୦ ପ୍ରତିଶତ ଅଧିକ ସଂକ୍ରାମକ। ଅପରପକ୍ଷେ, ଏହି ଦ୍ବିତୀୟ ଲହରରେ ସଂଘଟିତ ଅଧିକ ସଂଖ୍ୟକ ମୃତ୍ୟୁ ଅଥବା ରୋଗୀକୁ ଅଧିକ ଗୁରୁତର କରି ପକାଇବା ପଛରେ ଡେଲ୍‌ଟା ପ୍ରଜାତି ଭୂତାଣୁର କୌଣସି ଭୂମିକା ଥିବା ସମ୍ପର୍କରେ ସେଭଳି କିଛି ଠୋସ ପ୍ରମାଣ ମିଳିପାରିନାହିଁ। ତେବେ ୟୁକେରେ ଏହି ରୂପାନ୍ତରିତ ପ୍ରଜାତିଗୁଡ଼ିକ ଉପରେ ନିଘା ରଖିଥିବା ବ୍ରିଟେନ ଜନସ୍ବାସ୍ଥ୍ୟ ବିଭାଗର ଅନୁଧ୍ୟାନ ଅନୁଯାୟୀ, ଆଲ୍‌ଫା ପ୍ରଜାତି ଅପେକ୍ଷା ଏହି ଡେଲ୍‌ଟା ପ୍ରଜାତି ହିଁ ରୋଗୀର ଡାକ୍ତରଖାନାରେ ଭର୍ତ୍ତି ହେବା ଆଶଙ୍କା ବଢ଼ାଇଦେଉଛି। ତଥାପି ଏ ଦିଗରେ ଅଧିକ ଗବେଷଣା କାମ୍ୟ ବୋଲି କୁହାଯାଇଛି।

ଅପରପକ୍ଷେ, ଭାରତରେ ଜାରି ରହିଥିବା ଏହି ଅନୁଧ୍ୟାନରେ ଦେଶରେ ୧୨,୨୦୦ରୁ ଅଧିକ ପ୍ରଜାତି ଭୂତାଣୁର ଆନୁବଂଶିକ ଅନୁକ୍ରମକୁ ତର୍ଜମା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe