କୋଭିଡ୍‌ ଉତ୍ପତ୍ତି ବୁଝି ହେବା ଭଳି ତଥ୍ୟାବଳି ବେଜିଙ୍ଗ୍‌ ପାଖରେ ଅଛି: ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ

କୋଭିଡ୍‌ ଉତ୍ପତ୍ତି ବୁଝି ହେବା ଭଳି ତଥ୍ୟାବଳି ବେଜିଙ୍ଗ୍‌ ପାଖରେ ଅଛି: ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ

ଜିନିଭା: ଅନ୍ୟମାନଙ୍କ ଅପେକ୍ଷା କୋଭିଡ୍‌ ଉତ୍ପତ୍ତି ସଂକ୍ରାନ୍ତରେ ଚୀନ୍‌ ପାଖରେ ଅଧିକ ତଥ୍ୟାବଳି ଅଛି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ସୁନିଶ୍ଚିତ ବୋଲି ଡାକ୍ତର ଟେଡ୍‌ରସ୍‌ ଆଧନୋମ୍‌ ଗେବ୍ରେୟେସସ୍  ଗୁରୁବାର ଦିନ କହିଛନ୍ତି।

ସେ କହିଛନ୍ତି, ଚୀନ୍‌ ପାଖରୁ ସମ୍ପୂର୍ଣ୍ଣ ତଥ୍ୟ ନ ମିଳିଲେ କୋଭିଡ୍‌ ବିଷୟରେ ଆଲୋଚନା ପାଇଁ ଆଗତ ବାକି ସମସ୍ତ ତତ୍ତ୍ବ ପଡ଼ି ରହିଥିବ। ସେଥିପାଇଁ ଏ ବିଷୟରେ ସହଯୋଗ କରିବା ଲାଗି ଚୀନ୍‌କୁ ଅନୁରୋଧ କରିଆସୁଛୁ। ବେଜିଙ୍ଗ୍‌ ଯଦି ଏହି ଭୂତାଣୁ ସଂକ୍ରାନ୍ତରେ ମିଳୁ ନ ଥିବା ତଥ୍ୟାବଳି ଯୋଗାଇ ଦିଅନ୍ତା, ଆମେ ଜାଣି ପାରନ୍ତୁ ଯେ, କେଉଁଥି ପାଇଁ ବା କେମିତି କୋଭିଡ୍‌ ଉତ୍ପତ୍ତି ହେଲା।

ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ମୁଖ୍ୟ ଆହୁରି ମଧ୍ୟ କହିଛନ୍ତି ଯେ, ତଥ୍ୟାବଳି ସେୟାର୍‌ କରିବା ଚୀନ୍‌ର ନୈତିକତା। ଯଥେଷ୍ଟ ପ୍ରମାଣ ସହିତ ଆମେ କୋଭିଡ୍‌ ଉତ୍ପତ୍ତି ସଂକ୍ରାନ୍ତରେ ଜାଣିବା ଆବଶ୍ୟକ।

publive-image Image Courtesy of India Today

ତେଣୁ, ଚୀନ୍‌ଠାରୁ ସମ୍ପୂର୍ଣ୍ଣ ତଥ୍ୟ ନ ପାଇ ଆମେ କୋଭିଡ୍‌ର ଉତ୍ପତ୍ତି ବିଷୟରେ କାଳ୍ପନିକ ସିଦ୍ଧାନ୍ତ ନେଇ ପାରିବା ନାହିଁ। ଏହି ମହାମାରୀର ଅବସାନ ହୋଇ ଆସୁଥିବା ବିଷୟରେ ଆମେ ଆଶାବାଦୀ ‌ହୋଇଥିଲେ ସୁଦ୍ଧା ଏହାର ଉତ୍ପତ୍ତି ବିଷୟରେ ଏପର୍ଯ୍ୟନ୍ତ ଜଣାପଡ଼ିଲା ନାହିଁ ବୋଲି ଡାକ୍ତର ଟେଡ୍‌ରସ୍‌ କହିଛନ୍ତି।

ସୂଚନାଯୋଗ୍ୟ, ଗତ ମାର୍ଚ ମାସରେ ମଧ୍ୟ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ମୁଖ୍ୟ ଚୀନ୍‌କୁ କୋଭିଡ୍‌-୧୯ର ବାସ୍ତବ ତଥ୍ୟାବଳି ଯୋଗାଇବାକୁ କହିଥିଲେ। ଫଳରେ ଉକ୍ତ ରୋଗ ଉତ୍ପତ୍ତିର କାରଣ ଜଣାପଡ଼ନ୍ତା। ୨୦୨୦ରେ ଉହାନ୍‌ ଆମିଷ ବଜାରରୁ ସଂଗ୍ରହ କରିଥିବା ନମୁନାକୁୁ ଚୀନ୍‌ ଗୁପ୍ତ ରଖିଛି। ସେଥିରୁ କୋଭିଡ୍‌ ମହାମାରୀ ଉତ୍ପତ୍ତି ସଂକ୍ରାନ୍ତରେ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳବ ବୋଲି ଆଶା କରାଯାଉଛି।

ସ୍ମରଣଯୋଗ୍ୟ, ୨୦୧୯ରେ ଚୀନା ନଗରୀ ଉହାନ୍‌ର ଆମିଷ ବଜାରରୁ ପ୍ରଥମେ କୋଭିଡ୍‌ ଭୂତାଣୁ ସଂକ୍ରମିତ ହୋଇଥିବା କଥା ଜଣାପଡ଼ିଥିଲା। ସେଠାରୁ ଏହା ସମଗ୍ର ବିଶ୍ବକୁ ବ୍ୟାପୀ ଅଦ୍ୟାବଧି ୭ ନିୟୁତ ଲୋକଙ୍କ ମୃତ୍ୟୁର କାରଣ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe