ଚଳିତବର୍ଷ ଶେଷ ସୁଦ୍ଧା ଚୀନ ଓ ଭାରତ ମିଳିତ ଭାବେ କରିବେ ସମରଭ୍ୟାସ

ଚଳିତବର୍ଷ ଶେଷ ସୁଦ୍ଧା ଚୀନ ଓ ଭାରତ ମିଳିତ ଭାବେ କରିବେ ସମରଭ୍ୟାସ

ବେଜିଂ: ଚଳିତବର୍ଷ ଶେଷ ପୂର୍ବରୁ ଭାରତ ଓ ଚୀନ ମିଳିତଭାବେ ଚୀନରେ ସମରଭ୍ୟାସ କରିବେ ବୋଲି ଜାଣିବାକୁ ମିଳିଛି। ଦୁଇ ଦେଶ ମିଶି ସମରଭ୍ୟାସ କରିବେ ବୋଲି ମଙ୍ଗଳବାର ଚୀନର ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ପ୍ରକାଶ । ସମରଭ୍ୟାସ୍‌ ସଂପର୍କରେ ସୂଚନା ଦେଇ ଚୀନର ପ୍ରତିରକ୍ଷା ମନ୍ତ୍ରାଳୟ ମୁଖପାତ୍ର ଉ କୁୟାନ୍‌ କହିଛନ୍ତି କି ଚଳିତବର୍ଷ ଶେଷ ସୁଦ୍ଧା ଏହା ଆରମ୍ଭ ହେବ।

ଏ ସଂପର୍କରେ ଆଲୋଚନା କରିବା ପାଇଁ ଦୁଇ ଦେଶ ଆସନ୍ତା ମାସରେ ଦକ୍ଷିଣ-ପଶ୍ଚିମ ଚୀନ ସହରରେ ଭେଟ ହେବେ। ଏ ସଂପର୍କରେ ମୁଖପାତ୍ର ଅନ୍ୟ କୌଣସି ବିଶେଷ ସୂଚନା ପ୍ରଦାନ କରିନାହାନ୍ତି।

ଉଲ୍ଲେଖଯୋଗ୍ୟ, ଭାରତ ଓ ଚୀନ ମଧ୍ୟରେ ୧୯୬୨ ମସିହାରେ ଯୁଦ୍ଧ ହୋଇଥିଲା।  ଦୁଇ ଦେଶର ସୀମାରେ ଥିବା ୩,୫୦୦ କିଲୋମିଟର ଅଞ୍ଚଳକୁ ନେଇ ସେବେଠାରୁ ଦୁଇ ଦେଶ ମଧ୍ୟରେ ବିବାଦ  ରହିଛି। ମାତ୍ର ଏସିଆ ମହାଦେଶର ଏହି ଦୁଇ ବୃହତ୍‌ ଅର୍ଥନୀତି ସମାନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଆମେରିକାର ବାଣିଜ୍ୟିକ ନୀତି ଦ୍ୱାରା ଏହି ଦୁଇ ରାଷ୍ଟ୍ର ପ୍ରଭାବିତ ହେଉଛନ୍ତି। ଏଣୁ ପ୍ରଧାନମନ୍ତ୍ରୀ ନନ୍ଦ୍ରେ ମୋଦି ଓ ଚୀନ ରାଷ୍ଟ୍ରପତି ଜିନପିଙ୍ଗ୍‌ ଦ୍ୱିପାକ୍ଷିକ ସଂପର୍କ ଉପରେ ଗୁରୁତ୍ୱ ଦେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe