ହଠାତ୍‌ ବଢ଼ିଗଲା କରୋନା ସଂକ୍ରମଣ; ମଲ୍ ଓ ଘର ସିଲ୍ କଲା ବେଜିଂ

Advertisment
ହଠାତ୍‌ ବଢ଼ିଗଲା କରୋନା ସଂକ୍ରମଣ; ମଲ୍ ଓ ଘର ସିଲ୍ କଲା ବେଜିଂ

www.ndtv.com

ନୂଆଦିଲ୍ଲୀ: ପୁଣି ଚିନ୍ତା ବଢ଼ାଇଲାଣି କରୋନା ଭୂତାଣୁ। ଭାରତରେ ଏବେ କରୋନା ସଂକ୍ରମଣ ନିୟନ୍ତ୍ରଣରେ ଥିବା ବେଳେ ବେଜିଂରେ କରୋନା ସଂକ୍ରମଣ ବଢ଼ୁଥିବା ଜଣାପଡ଼ିଛି। ହଠାତ ସଂକ୍ରମଣ ବଢ଼ିବାରୁ ଏବେ ବେଜିଂରେ ମଲ୍ ସିଲ କରାଯିବା ସହ କିଛି ଅଞ୍ଚଳକୁ ଲକଡାଉନ କରାଯାଇଛି। ଲକଡାଉନ୍, କରୋନା ପରୀକ୍ଷଣ ଏବଂ ଯାତାୟତ ଉପରେ ପ୍ରତିବନ୍ଧକ ମାଧ୍ୟମରେ ଚୀନ୍ କରୋନାଭାଇରସର ବ୍ୟାପକ ବିସ୍ତାରକୁ ରୋକିଥିଲା। କିନ୍ତୁ ଗତ ଏକ ମାସ ହେଲାଣି ସଂକ୍ରମଣ ବଢ଼ୁଥିବାରୁ ଏବେ ହାଇ ଆଲର୍ଟରେ ରହିଛି ବେଜିଂ।

ବେଜିଂର କେନ୍ଦ୍ରୀୟ ଜିଲ୍ଲା ଚାଓୟାଙ୍ଗ ଏବଂ ହାଡିୟାନରେ ୬ଜଣ ସଂକ୍ରମିତ ହେବା ପରେ ଏବେ ଏହି ଅଞ୍ଚଳରେ କଡ଼ା କଟକଣା ଲାଗୁ କରାଯାଇଛି। ଏମାନଙ୍କ ସଂପର୍କରେ ଆସିଥିବା ଜଣେ ଯୁବକ ରାଫେଲସ ସିଟି ମଲ୍ ଯାଇଥିବାରୁ ଏବେ ମଲକୁ ସିଲ କରାଯାଇଛି। ମଲରେ କାମ କରୁଥିବା କର୍ମଚାରୀ ଏବଂ ସେଠାକୁ ଆସିଥିବା ଲୋକଙ୍କୁ ଏବେ ମଲ୍ ଭିତରେ ରଖାଯାଇଛି। ସେମାନଙ୍କର କରୋନା ପରୀକ୍ଷା କରାଯିବା ପରେ ବାହାରକୁ ଛଡ଼‌ାଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe