ବେଜିଙ୍ଗ୍ ଇଞ୍ଚେ ବି ଅଞ୍ଚଳ ଛାଡ଼ିବ ନାହିଁ, କିନ୍ତୁ ଭାରତର ଉତ୍ତମ ପଡ଼ୋଶୀ ହୋଇ ଚଳିବ: ‘ଗ୍ଲୋବାଲ୍ ଟାଇମ୍‌ସ୍’

ବେଜିଙ୍ଗ୍ ଇଞ୍ଚେ ବି ଅଞ୍ଚଳ ଛାଡ଼ିବ ନାହିଁ, କିନ୍ତୁ ଭାରତର ଉତ୍ତମ ପଡ଼ୋଶୀ ହୋଇ ଚଳିବ: ‘ଗ୍ଲୋବାଲ୍ ଟାଇମ୍‌ସ୍’

Image Courtesy of Global Times

ନୂଆଦିଲ୍ଲୀ: ବେଜିଙ୍ଗ୍ ଇଞ୍ଚେ ବି ଅଞ୍ଚଳ ଛାଡ଼ିବ ନାହିଁ, କିନ୍ତୁ ନୂଆଦିଲ୍ଲୀ ସହ ଉତ୍ତମ ପଡ଼ୋଶୀ ସମ୍ପର୍କ ଆଶା କରୁଥିବା କଥା ଚୀନ୍ ସରକାରଙ୍କର ଏକ ମୁଖପତ୍ରରେ ପ୍ରକାଶ ପାଇଛି। ଏଥିସହ ଚୀନ୍ ସତର୍କ କରାଇ କହିଛି ଯେ, ୱାସିଂଟନ୍ ବୁଦ୍ଧିରେ ପଡ଼ି ଭାରତ ଭଳି ନ ଯାଉ।

ଏ ଭଳି ମନ୍ତବ୍ୟ ପ୍ରକାଶ ପାଇଛି ଚୀନ୍‌ର ରାଷ୍ଟ୍ରାୟତ ଗଣମାଧ୍ୟମ ‘ଗ୍ଲୋବାଲ୍ ଟାଇମ୍‌ସ୍’ର ସମ୍ପାଦକୀୟରେ। ଏହି ସମ୍ବାଦପତ୍ରର ଶୁକ୍ରବାର ସଂସ୍କରଣ ସମ୍ପାଦକୀୟ ଲେଖିଛି, ଚୀନ୍ ଭାରତ ସହ ବିବାଦ ଲଗାଇବାକୁ ଚାହୁଁନାହିଁ। ଉତ୍ତମ-ପଡ଼ିଶା ସମ୍ପର୍କ ଗତ କେତେ ଦଶନ୍ଧିରୁ ଊର୍ଦ୍ଧ୍ବ ହେବ ଚୀନ୍‌ର ମୌଳିକ ଜାତୀୟ ନୀତି ହୋଇ ଆସୁଛି। ସୀମାନ୍ତ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ପ୍ରତି ଚୀନ୍ ଦୃଢ଼ ପ୍ରତିବଦ୍ଧ।

କିନ୍ତୁ, ଚୀନ୍ ଇଞ୍ଚେ ମଧ୍ୟ ଅଞ୍ଚଳ ଛାଡ଼ିବ ନାହିଁ। ଯଦି ଭାରତ ଭୁଲ୍ ରଣନୀତି ଅବଲମ୍ବନ କରି ଚୀନ୍ ଟିକିଏ ଟିକିଏ କରି ଚୀନ୍ ଅଞ୍ଚଳ ନେଇଯାଏ, ଚୀନ୍ କଦାପି ତାହା ବରଦାସ୍ତ କରିବ ନାହିଁ। ଏହାର ତୀବ୍ର ମୁକାବିଲା କରିବାକୁ ଚୀନ୍ ବାଧ୍ୟ ହେବ। ଆମର ବିଶ୍ବାସ, ସୀମାନ୍ତ ଅଞ୍ଚଳରେ ଚୀନ୍ ଓ ଭାରତ ମଧ୍ୟରେ କୌଣସି ସାମରିକ ଅଭିଯାନରେ ଚୀନ୍ କୌଣସି ଅସୁବିଧାରେ ପଡ଼ିବ ନାହିଁ ବୋଲି ଭାରତ ଭଲ ଭାବରେ ଜାଣେ।

publive-image Image Courtesy of DNA India

ଚୀନ୍-ଭାରତ ସହଯୋଗରେ ଭାରତ ଶାନ୍ତିପୂର୍ଣ୍ଣ ଆନ୍ତର୍ଜାତିକ ପରିବେଶ ପ୍ରାପ୍ତ ହେବ ବୋଲି ଏଥିରେ କୁହାଯାଇଛି। କିନ୍ତୁ, ଯଦି ସୀମାନ୍ତ ମାମଲାରେ ଦୁଇ ଦେଶ ମଧ୍ୟରେ ବିବାଦର ସମ୍ମୁଖୀନ ହୁଅନ୍ତି, ‌ତେବେ ସମଗ୍ର ହିମାଳୟ ଅଞ୍ଚଳ ଏବଂ ଭାରତୀୟ ଉପମହାଦେଶରେ ଅସ୍ଥିରତା ଲାଗିରହିବ। କୌଣସି ବାହ୍ୟ ଶକ୍ତି ଏହି ଅବସ୍ଥାକୁ ବଦଳାଇ ପାରିବ ନାହିଁ।

ଏହା ବ୍ୟତୀରେକେ, ମୁଖପତ୍ରରେ ଆହୁରି ମଧ୍ୟ କୁହାଯାଇଛି ଯେ, ଆମେରିକା ନିଜ ସ୍ବାର୍ଥ ଉପରେ ଧ୍ୟାନ ଦେବାକୁ ଚେଷ୍ଟା କରୁଥିବାରୁ ଭାରତ ତା’ କଥାରେ ଭଳିଯିବା ଅନୁଚିତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe