ଆଗୁଆ କୋଭିଡ୍‌ ଭେରିଏଣ୍ଟ୍‌ ଚିହ୍ନଟ କରି ଶାସ୍ତି ପାଉଛୁ: ଦକ୍ଷିଣ ଆଫ୍ରିକା

Advertisment
ଆସନ୍ତା ୩୦-୪୫ ଦିନ ପାଇଁ କୋଭିଡ ନିୟମାବଳୀ ପାଳନ କର: ସ୍ବାସ୍ଥ୍ୟ ବିଭାଗ

Image Courtesy of India Today

ଜୋହାନସ୍‌ବର୍ଗ: କୋଭିଡ୍‌-୧୯ର ଅନ୍ୟ ଏକ ଭେରିଏଣ୍ଟ୍‌କୁ ଆଗୁଆ ଚିହ୍ନଟ କରିବାର ଦକ୍ଷତା ପ୍ରତିପାଦିତ କରିଥିବାରୁ ଦକ୍ଷିଣ ଆଫ୍ରିକା ଶାସ୍ତି ପାଉଛି ବୋଲି ଶନିବାର ଦିନ ଦକ୍ଷିଣ ଆଫ୍ରିକା କହିଛି।

ଦ୍ରୁତ ସଂକ୍ରମଣଶୀଳ ହେବାର ସମ୍ଭାବନା ଥିବା ଦ୍ରୁତ ସଂକ୍ରମଣଶୀଳ ‘ଓମିକ୍ରନ୍‌ ଭେରିଏଣ୍ଟ୍‌’ ଚିହ୍ନଟ ଯୋଗୁଁ ବିଶ୍ବର ବିଭିନ୍ନ ଦେଶ ଦକ୍ଷିଣ ଆଫ୍ରିକା ଉପରେ ଗମନାଗମନ କଟକଣା ଜାରି କରିଥିବାରୁ ସେଠାକାର ସରକାର ଏଭଳି କଥା କହିଛନ୍ତି।

ଏ ସଂକ୍ରାନ୍ତରେ ବିଶ୍ବ ନେତୃବୃନ୍ଦଙ୍କ ପ୍ରତି ବିବୃତି ଦେଇ ‘ଆନ୍ତର୍ଜାତିକ ସମ୍ପର୍କ ଓ ସହଯୋଗ ବିଭାଗ’ କହିଛି, ‘ଓମିକ୍ରନ୍‌ ଭେରିଏଣ୍ଟ୍‌’ ଚିହ୍ନଟର ପରିଣାମସ୍ବରୂପ ନିର୍ବିଚାର ଭାବେ କୌଣସି କଟକଣା ଜାରି ନ କରାଯାଉ।

ଏଥିରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ, ଉନ୍ନତ ଗୁଣସୂତ୍ରୀୟ-କ୍ରମ ଏବଂ ତୁରନ୍ତ ନୂଆ ‘ଭେରିଏଣ୍ଟ୍‌’ ଚିହ୍ନଟ କରିବାର ଦକ୍ଷତା ଥିବାରୁ ଭ୍ରମଣ ନିଷେଧାଜ୍ଞା ଦକ୍ଷିଣ ଆଫ୍ରିକା ପ୍ରତି ଶାସ୍ତି ସହ ସମାନ। ବୈଜ୍ଞାନିକ ଚମତ୍କାରିତାକୁ ଶାସ୍ତି ନୁହେଁ, ପ୍ରଶଂସା କରାଯିବା ଉଚିତ।

publive-image Image Courtesy of The Indian Express

‘ଆନ୍ତର୍ଜାତିକ ସମ୍ପର୍କ ଓ ସହଯୋଗ ବିଭାଗ’ କହିଛି ଯେ, ଅନ୍ୟ ଦେଶମାନଙ୍କରେ ମଧ୍ୟ ନୂଆ ‘ଭେରିଏଣ୍ଟ୍‌’ ଚିହ୍ନଟ କରାଯାଇଛି। ଏବେ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିବା ‘ଭେରିଏଣ୍ଟ୍‌’ ସେଗୁଡ଼ିର କୌଣସି ସାମଞ୍ଜସ୍ୟ ନାହିଁ।

ଦକ୍ଷିଣ ଆଫ୍ରିକା ଗମନା ଗମନ ଉପରେ କଟକଣା ଜାରି କରିଥିବା ଦେଶମାନଙ୍କ ସହ ଆଲୋଚନା କରାଯାଉଛି। କଟକଣା ପ୍ରତ୍ୟାହାର କରିବା ଲାଗି ଦକ୍ଷିଣ ଆଫ୍ରିକାର ସରକାରୀ ଅଧିକାରୀମାନେ ସେମାନଙ୍କୁ ବୁଝାଉଛନ୍ତି।

ଦକ୍ଷିଣ ଆଫ୍ରିକାର ବୈଦେଶିକ ମନ୍ତ୍ରୀ ନାଲେଦି ପ‌ନ୍ଦୋର ମଧ୍ୟ କଟକଣା ଜାରି କରିଥିବା ଇଂଲଣ୍ଡ ଏବଂ ଅନ୍ୟ ରାଷ୍ଟ୍ରମାନଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି, ନିଜ ନିଜର ନାଗରିକମାନଙ୍କୁ ସୁରକ୍ଷା ଦେବା ପାଇଁ ଆବଶ୍ୟକ ସତର୍କତାମୂଳକ ପଦକ୍ଷେପ ନେବା ପାଇଁ ବିଭିନ୍ନ ଦେଶର ଅଧିକାରକୁ ଆମେ ସମ୍ମାନ ପ୍ରଦର୍ଶନ କରୁଛୁ। କିନ୍ତୁ, ଆମେ ମନେରଖିବା ଉଚିତ ଯେ, ମହାମାରୀ ଦମନ ସହଯୋଗ ଓ ପାରଦର୍ଶୀତା ଆଦାନପ୍ରଦାନ ଆବଶ୍ୟକ କରେ।

ସେ ପୁଣି କହିଛନ୍ତି, ଏଭଳି କଟକଣା ଜନସାଧାରଣଙ୍କ ପରିବାର, ଗମନାଗମନ ଓ ପର୍ଯ୍ୟଟନ ଶିଳ୍ପ ଓ ବାଣିଜ୍ୟକୁ ପ୍ରଭାବିତ କରୁଥିବାରୁ ଆମେ ଚିନ୍ତାକୁଳ ହୋଇପଡ଼ିଛୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe