ବିରୁଟ୍ ବିସ୍ଫୋରଣ: ନିଜ ଜୀବନକୁ ବାଜି ଲଗାଇ ଶିଶୁର ଜୀବନ ବଞ୍ଚାଇଲେ ଗୃହ ସହାୟିକା, ଭାଇରାଲ ହେଲା ଭିଡିଓ

Advertisment
ବିରୁଟ୍ ବିସ୍ଫୋରଣ: ନିଜ ଜୀବନକୁ ବାଜି ଲଗାଇ ଶିଶୁର ଜୀବନ ବଞ୍ଚାଇଲେ ଗୃହ ସହାୟିକା, ଭାଇରାଲ ହେଲା ଭିଡିଓ

ବିରୁଟ୍ : ମଙ୍ଗଳବାର ବିରୁଟ୍ ବନ୍ଦରରେ ଘଟିଥିବା ବିଶାଳ ବିସ୍ଫୋରଣ ଏବେ ସାରା ବିଶ୍ବରେ ଚର୍ଚ୍ଚାର ବିଷୟ ପାଲଟି ଯାଇଛି। ବିସ୍ଫୋରଣ ସମୟର ଅନେକ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଥିବା ବେ‌ଳେ ଭିଡିଓରେ ବିସ୍ଫୋରଣ କେତେ ଭୟାବହ ଥିଲା, ତାହାର ଆକଳନ କରାଯାଇ ପାରୁଛି। ଏହି ଦୁର୍ଘଟଣାରେ ପ୍ରାୟ ୧୦୦ଜଣ ପ୍ରାଣ ହରାଇଥିବା ବେଳେ ୪,୦୦୦ରୁ ଅଧିକ ଲୋକ ଆହତ ହୋଇଥିବାର ଖବର ରହିଛି। ତେବେ ଦୁର୍ଘଟଣା ସମୟର ଆଉ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଥିବା ଦେଖାଯାଇଛି, ଯେଉଁଥିରେ ଜଣେ ଗୃହ ସହାୟିକା ନିଜ ଜୀବନକୁ ବାଜି ଲଗାଇ ଏକ ଶିଶୁର ଜୀବନ ବଞ୍ଚାଉଥିବା ଦେଖାଯାଇଛି।

ସୋସିଆଲ ମିଡିଆରେ ବିରୁଟ୍ ବିସ୍ଫୋରଣର ହୃଦୟ ବିଦାରକ ଫଟୋ ଏବଂ ଭିଡିଓ ମଧ୍ୟରେ ଗୃହ ସହାୟିକାଙ୍କ ସାହସିକତାର ଏକ ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ଜଣେ ଗୃହ ସହାୟିକା ଏକ ଛୋଟ ପିଲାକୁ ବିସ୍ଫୋରଣର ପ୍ରଭାବରୁ ରକ୍ଷା କରୁଥିବା ଦେଖାଯାଇଛି। ଭିଡିଓରେ କ୍ୟାପସନ୍ ଦିଆଯାଇଛି, "ସମସ୍ତେ ଆଜିର ଭୟାବହ ବିରୁଟ୍ ବିସ୍ଫୋରଣର ଭିଡିଓ ସେୟାର କରୁଛନ୍ତି। ବିସ୍ଫୋରଣ ଘଟିବା ପରି ଜଣେ ଗୃହ ସହାୟିକା ନିଜ ମାଲିକର ପିଲାକୁ ବଞ୍ଚାଇବା ପାଇଁ ନିଜ ଜୀବନକୁ ବିପଦରେ ପକାଇଥିବା ଦେଖାଯାଇଛି। ହିରୋମାନେ ଯେ କୌଣସି ସ୍ଥାନରେ ରହିପାରନ୍ତି।"

ସିସିଟିଭି ଫୁଟେଜରେ ଗୃହ ସହାୟିକା ଏକ ଭ୍ୟାକ୍ୟୁମ କ୍ଲିନର୍ ଦ୍ବାରା ଘର ସଫା କରୁଥିବା ବେଳେ ହଠାତ୍ ଜୋରରେ ଶବ୍ଧ ହେଉଛି। ଏହା ପରେ ଘର ଭିତରକୁ ଜୋରରେ ଏକ ପବନ ଝଟକା ଆସିବା ଦେଖି ଗୃହ ସହାୟିକାଜଣଙ୍କ ଶିଶକୁ ଜାବୁଡି ଧରି ଘର ଭିତରକୁ ଚାଲି ଯାଉଛନ୍ତି। ଏ ମଧ୍ୟରେ ବିସ୍ଫୋରଣର ପ୍ରଭାବରେ ଘରର କାଚ ଭାଙ୍ଗି ଯାଉଥିବା ଭିଡିଓରେ ଦେଖାଯାଉଛି। ଘରର ସଦସ୍ୟ ନ ହୋଇ ମଧ୍ୟ ଗୃହ ସହାୟିକାଙ୍କ ଏଭଳି କାମ କରିବାର ଦୃଶ୍ୟ ତାଙ୍କୁ ପ୍ରଶଂସାର ପାତ୍ର ବନାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe