ମିରଟ ମେଡିକାଲ କଲେଜରେ ବେଲି ଡ୍ୟାନ୍‌ସ୍‌ ଓ ମଦ ବୋତଲ ଘଟଣାର ତଦନ୍ତ କରାଯିବ

ମିରଟ ମେଡିକାଲ କଲେଜରେ ବେଲି ଡ୍ୟାନ୍‌ସ୍‌ ଓ ମଦ ବୋତଲ ଘଟଣାର ତଦନ୍ତ କରାଯିବ

Image Courtesy of India Today

ମିରଟ: ସୋମାବର ଦିନ ମିରଟସ୍ଥିତ ସରକାରୀ ମେଡିକାଲ୍‌ କଲେଜରେ ଅନୁଷ୍ଠିତ ଉତ୍ସବରେ ରୁଷୀୟ ନୃତ୍ୟାଙ୍ଗନା ବେଲି ନୃତ୍ୟ ପରିବେଶଣ କରିଥିବା ଘଟଣାର ତଦନ୍ତ କରିବାକୁ ଉତ୍ତର ପ୍ରଦେଶ ସରକାର ଆଦେଶ ଦେଇଛନ୍ତି।

ଏହି ମାମଲାର ତଦନ୍ତ କରିବା ପାଇଁ ଡାକ୍ତରୀ ଶିକ୍ଷାର ମହାନିର୍ଦେଶକଙ୍କ ନେତୃତ୍ୱରେ ଏକ କମିଟି ଗଠନ କରାଯାଇଥିବା କଥା ରାଜ୍ୟ ଡାକ୍ତରୀ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ଆଶୁତୋଷ ଟଣ୍ଡନ କହିଛନ୍ତି। ସେ କହିଛନ୍ତି: ଏ ଘଟନା ଅତି ଦୁଃଖଦାୟକ। ତିନି ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ମୁଁ ତଦନ୍ତ କମିଟିକୁ କହିଛି। ରିପୋର୍ଟ ମିଳିବା ପରେ ଆମେ ଭବିଷ୍ୟତର କାର୍ଯ୍ୟାନୁଷ୍ଠାନ କଥା ସ୍ଥିର କରିବୁ। ମଙ୍ଗଳବାର ଦିନ ଗୋରଖପୁରରେ ଏକ ଅନୁଷ୍ଠାନକୁ ଆସିଥିବା ଅବସରରେ ସେ ଏ କଥା କହିଛନ୍ତି।

ଲାଲା ଲଜପତ ରାୟ ମେଡିକାଲ କଲେଜରେ ରୁଷୀୟ ନୃତ୍ୟାଙ୍ଗନା ପ୍ରଦର୍ଶନ କରିଥିବା ବେଲି ନୃତ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେବା ପରେ ଏ ବିଷୟ ଜଣାପଡ଼ିଥିଲା। ମଦ ବୋତଲ ଆଣିବାକୁ ଗୋଟିଏ ଆମ୍ବୁଲାନ୍‌ସ୍‌ରେ ବ୍ୟବହାର ହୋଇଥିବା କଥା ମଧ୍ୟ ଅଭିଯୋଗ ହୋଇଥିଲା।
କଲେଜର ୧୯୬୭ ବ୍ୟାଚ୍‌ର ସୁବର୍ଣ୍ଣ ଜୟନ୍ତ୍ରୀ ପାଳନ ଉତ୍ସବର ଆୟୋଜକମାନେ କହିଛନ୍ତି ଯେ ବେଲି ନୃତ୍ୟରେ କୌଣସି ଆପତ୍ତିଜନକ ପ୍ରସଙ୍ଗ ନ ଥିଲା। ୩୫ ଜଣ ସଦସ୍ୟ ବିଶିଷ୍ଟ ଅନୁଷ୍ଠାନର ଆୟୋଜକ କମିଟିର ନେତୃତ୍ୱ ନେଇଥିବା ଡାକ୍ତର ପରଭେଜ୍‌ କହନ୍ତି: ବେଲି ଗୋଟିଏ ପ୍ରକାର ନୃତ୍ୟ। ଏଥିରେ ପାରଙ୍ଗମ ରୁଷୀୟ ନୃତ୍ୟାଙ୍ଗନା ଇଲାଙ୍କୁ ନୃତ୍ୟ ପ୍ରଦର୍ଶନ ପାଇଁ ଆମନ୍ତ୍ରଣ କରାଯାଇଥିଲା। ଡାକ୍ତରମାନେ ସପରିବାର ସେ ନୃତ୍ୟ ଦେଖିଥିଲେ।

publive-image Image Courtesy of HT

ଉକ୍ତ କାର୍ଯ୍ୟକ୍ରମର ଏକ ଭିଡିଓ ରେକଡିଙ୍ଗ୍‌ରେ ଦେଖାଯାଉଛି ଯେ ଗୋଟିଏ ଆମ୍ବୁଲାନ୍‌ସ୍‌ରେ ମଦ ବୋତଲ ଭରା କାଗଜ ପେଟି ନେଇ କଲେଜ ପରିସରରେ ଅଟକୁଛି। କ୍ରିସ୍‌ମାସ୍‌ କ୍ୟାପ୍‌ ପିନ୍ଧିଥିବା ଯୁବତୀମାନେ ଡାକ୍ତରମାନଙ୍କୁ ମଦ ପରିବେଷଣ କରୁଛନ୍ତି। ଏବଂ ପରେ ସେହି ଯୁବତୀମାନେ ବାଦ୍ୟର ତାଳେ ତାଳେ ନୃତ୍ୟ ପରିବେଶଣ କରୁଛନ୍ତି।

କିନ୍ତୁ, ମଦ ଅଣାଯିବା ପାଇଁ ଆମ୍ବୁଲାନ୍‌ସ୍‌ ବ୍ୟବହାର କରାଯାଇଥିବା କଥାକୁ ସେ ଅସ୍ୱୀକାର କରିଛନ୍ତି। ସେ କହିଛନ୍ତି: ଏଥିରେ ମଦ ବୋତଲ ନ ଥିଲା, ଥିଲା କିଛି ଖାଲି କାଗଜ ପେଟି ଏବଂ ଉପହାର।

ଡାକ୍ତର ପର୍‌ଭେଜ୍‌ କହିଛନ୍ତି: ୧୯୬୭ ବ୍ୟାଚ୍‌ର ଡାକ୍ତରମାନଙ୍କ ପାଇଁ ୧୯୯୨ ବ୍ୟାଚ୍‌ ଅନୁଷ୍ଠାନ ଆୟୋଜନ କରିଥିଲେ। ପ୍ରାକ୍ତନ ଛାତ୍ରଛାତ୍ରୀଙ୍କ ପାଇଁ ଗତ ୩୫ ବର୍ଷ ହେବ ମେଡିକାଲ କଲେଜ ଉତ୍ସବ ଆୟୋଜନ କରି ଆସୁଛି। ଏହି ଅନୁଷ୍ଠାନର ଡାକ୍ତରଖାନା ସହ କୌଣସି ସମ୍ପର୍କ ନାହିଁ। ଏହା ମେଡିକାଲ୍‌ କଲେଜର ଲନ୍‌ରେ ଅନୁଷ୍ଠିତ ହୋଇଥିଲା।
ଡାକ୍ତର ପର୍‌ଭେଜ୍‌ କହନ୍ତି: ଆୟୋଜକ କମିଟି ଏଥିପାଇଁ ଆବଶ୍ୟ

କ ସମସ୍ତ ଔପଚାରିକତା ପୂରଣ କରିଥିଲା। କଲେଜ ଓ ସ୍ଥାନୀୟ ପ୍ରଶାସନକୁ ଉତ୍ସବ ପାଳନ ପାଇଁ ଆବେଦନ କରିବା ଠାରୁ ଆରମ୍ଭ କରି ଏକ ଦିବସୀୟ ବାର୍‌ ପାଇଁ ଲାଇସେନ୍‌ସ୍‌ ପାଇଁ ସମସ୍ତ ପ୍ରକାର ଔପଚାରିକ ଆବେଦନ କରାଯାଇଥିଲା। ଏ ସବୁ କଲେଜର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଡାକ୍ତର ବିନୟ ଅଗ୍ରଓ୍ଵାଲ୍‌ ଲିଖିତ ଭାବେ ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କୁ ଜଣାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe