ନୂଆଦିଲ୍ଲୀ: ଆଇସିଏମ୍ଆର (ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ) ପକ୍ଷରୁ ଆଜି କରୋନାଭାଇରସ୍ ଟେଷ୍ଟିଂ କିଟ୍ର ମୂଲ୍ୟ ପ୍ରସଙ୍ଗରେ ସ୍ପଷ୍ଟୀକରଣ ଦିଆଯାଇଛି। ସରକାର ଅଧିକ ମୂଲ୍ୟରେ ଟେଷ୍ଟ୍ କିଟ୍ କିଣୁଥିବା ନେଇ କଂଗ୍ରେସ ନେତା ଉଦିତ ରାଜ ଅଭିଯୋଗ କରିଛନ୍ତି। ଉଦିତ୍ ରାଜ ଗତକାଲି ଏକ ଟ୍ବିଟ୍ର ସ୍କ୍ରିନ୍ସଟ୍ ଟ୍ବିଟ୍ କରି ଦାବି କରିଛନ୍ତି ଯେ, କେନ୍ଦ୍ର ସରକାର ଗୁଜରାଟର ଏକ କମ୍ପାନୀକୁ କରୋନା ଟେଷ୍ଟିଂ କିଟ୍ ପାଇଁ ଟେଣ୍ଡର ମଂଜୁର କରିଛନ୍ତି। ପ୍ରତି କିଟ୍ ପାଇଁ ସରକାର ୪,୫୦୦ ଟଙ୍କା ମୁଲ୍ୟ ରଖିଛନ୍ତି। କିନ୍ତୁ ଅନ୍ୟ ୧୭ଟି କମ୍ପାନି ଦ୍ବାରା ଏହି ସମାନ କିଟ୍ର ମୂଲ୍ୟ ୫୦୦ ଟଙ୍କା ରଖାଯାଇଛି। ରାଜ୍ କହିଛନ୍ତି ଯେ, ଏହା ଏବେ ସୋସିଆଲ ମିଡିଆରେ ଜାରି ହୋଇଛି। କିନ୍ତୁ ପ୍ରକୃତ ତଥ୍ୟ ଜାଣିବା କଷ୍ଟଦାୟକ ହୋଇଯାଇଛି। କଂଗ୍ରେସ ନେତାଙ୍କର ଏହି ଟ୍ବିଟ୍ ପରେ ଆଇସିଏମ୍ଆର ପକ୍ଷରୁ ଏନେଇ ସ୍ପଷ୍ଟୀକରଣ ଦିଆଯାଇଛି। ଆଇସିଏମ୍ଆର ପକ୍ଷରୁ କୁହାଯାଇଛି ଯେ ଏହା ମିଥ୍ୟା ଖବର। କୌଣସି ଟେଷ୍ଟ୍ କିଟ୍ ୪୫୦୦ ଟଙ୍କାରେ କିଣାଯାଇନି। ୭୫୦-୧୧୫୦ ଟଙ୍କାରେ ଆରଟି-ପିସିଆର କିଣାଯାଇଛି ଏବଂ ୫୨୮-୭୯୫ ଟଙ୍କାରେ ରୢାପିଡ୍ ଟେଷ୍ଟ୍ କିଟ୍ କିଣାଯାଇଛି ବୋଲି ଆଇସିଏମ୍ଆର ପକ୍ଷରୁ କୁହାଯାଇଛି। ସେହିପରି ଯେକୌଣସି ଭାରତୀୟ କମ୍ପାନି ଯଦି କମ୍ ମୂଲ୍ୟରେ ଟେଷ୍ଟ୍ କିଟ୍ ଯୋଗଇବାକୁ ଚାହୁଥିବେ ସେମାନଙ୍କୁ ଆଇସିଏମ୍ଆର ସହ ଯୋଗାଯୋଗ କରିବାକୁ କୁହାଯାଇଛି। ଅନ୍ୟପକ୍ଷେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଅଭିଯୋଗ କରିଛନ୍ତି ଯେ, କିଛି କମ୍ପାନି ସରକାରଙ୍କୁ ରୢାପିଡ୍ ଟେଷ୍ଟ୍ କିଟ୍ ବିକ୍ରି କରିବାରେ ଲାଭ ରଖୁଛନ୍ତି। ସରକାରଙ୍କୁ ୧୫୦ ପ୍ରତିଶତ ଲାଭ ରଖି ରୢାପିଡ୍ ଟେଷ୍ଟ୍ କିଟ୍ ବିକ୍ରି ହେଉଥିବା ସଂକ୍ରାନ୍ତ ଏକ ମିଡିଆ ରିପୋର୍ଟକୁ ଆଧାର କରି କଂଗ୍ରେସ ପକ୍ଷରୁ ଏହି ଅଭିଯୋଗ କରାଯାଇଛି।
ଟେଷ୍ଟ୍ କିଟ୍ରୁ ଫାଇଦା ନେଇଛନ୍ତି ମୁନାଫାଖୋର୍: କଂଗ୍ରେସ
Advertisment
Follow Us