ବିଜେପିକୁ ଲାଗିଲା ବଡ଼ ଝଟକା: ଯୋଗ ଦେବାର ୩ବର୍ଷ ପରେ ପୁଣି ଟିଏମସିର ହାତ ଧରିଲେ ଅର୍ଜୁନ ସିିଂହ

Advertisment
ବିଜେପିକୁ ଲାଗିଲା ବଡ଼ ଝଟକା: ଯୋଗ ଦେବାର ୩ବର୍ଷ ପରେ ପୁଣି ଟିଏମସିର ହାତ ଧରିଲେ ଅର୍ଜୁନ ସିିଂହ

କୋଲକାତା: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଶେଷ ହେବା ପରଠାରୁ ଅନେକ ବିଜେପି ନେତା ଟିଏମସିରେ ଯୋଗ ଦେଇଛନ୍ତି। ଦଳରୁ ବିଜେପି ନେତାଙ୍କ ଇସ୍ତଫା ଏବେ ବି ଜାରି ରହିଛି। ଏବେ ପଶ୍ଚିମବଙ୍ଗର ବିଜେପି ଉପାଧ୍ୟକ୍ଷ ଅର୍ଜୁନ ସିଂହ ବିଜେପି ହାତ ଛାଡ଼ି ପୁଣି ଥରେ ଟିଏମସି ହାତ ଧରିଛନ୍ତି। ପୂର୍ବରୁ ଏନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏବେ ତାହା ସତ ବୋଲି ପ୍ରମାଣ ହୋଇଛି। ସେ ଲୋକସଭା ନିର୍ବାଚନ ପୂର୍ବରୁ ଟିଏମସି ଛାଡି ୨୦୧୯ ରେ ବିଜେପିରେ ଯୋଗ ଦେଇଥିଲେ।

Image

ଟିଏମସିରେ ଯୋଗଦେବା ପରେ ଅର୍ଜୁନ ସିଂ ରବିବାର କହିଛନ୍ତି, ଅନେକ ଲୋକ ପଶ୍ଚିମବଙ୍ଗର ବିକାଶକୁ ରୋକିବାକୁ ଚେଷ୍ଟା କରୁଥିବାରୁ ମୁଁ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିଲି। ସେଥିପାଇଁ ମୁଁ ପୁନର୍ବାର ମୋ ଘରକୁ ଫେରି ଆସିଛି। ଜାତୀୟ ସ୍ତରରେ ସଂଗ୍ରାମର ନେତୃତ୍ୱ ନେବେ ମମତା। ଜାତୀୟ ସ୍ତରରେ ଖୁବ୍ ଶୀଘ୍ର ଏକ ବଡ ଲଢ଼େଇ ଆରମ୍ଭ ହେବ ବୋଲି କହିବା ସହ ଆସନ୍ତାକାଲି ସେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିବେ ବୋଲି କହିଛନ୍ତି।

ଟିଏମସି ନିଜ ଅଫିସିଆଲ୍ ଟ୍ବିଟର ହ୍ୟାଣ୍ଡେଲରୁ ଟୁଇଟ୍ କରି କହିଛି, ପଶ୍ଚିମବଙ୍ଗ ବିଜେପିର ପୂର୍ବତନ ଉପାଧ୍ୟକ୍ଷ ତଥା ବରାକପୁରର ସାଂସଦ ଅର୍ଜୁନ ସିଂଙ୍କଙ୍କୁ ଅଲ ଇଣ୍ଡିଆ ତୃଣମୂଳ କଂଗ୍ରେସ ପରିବାର ସ୍ୱାଗତ କରୁଛି। ସେ ଆଜି ଆମ ଜାତୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କ ଉପସ୍ଥିତିରେ ଟିଏମସିରେ ଯୋଗ ଦେଇଛନ୍ତି।

ଏହା ପୂର୍ବରୁ ପଶ୍ଚିମବଙ୍ଗର ବିଜେପି ଉପାଧ୍ୟକ୍ଷ ଅର୍ଜୁନ ସିଂ ଅଭିଯୋଗ କରିଥିଲେ ଯେ, ସଂଗଠନରେ ଜଣେ ବରିଷ୍ଠ ପଦବୀ ପାଇ ମଧ୍ୟ ତାଙ୍କୁ ଠିକ୍ ଭାବରେ କାମ କରିବାକୁ ଅନୁମତି ଦିଆଯାଉନାହିଁ। ଏଥିସହ ସେ ରାଜ୍ୟରେ ବିଜେପି ନେତୃତ୍ୱକୁ ନେଇ ପ୍ରଶ୍ନ ଉଠାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe