୨୨ବର୍ଷ ବୟସରେ କ୍ରିକେଟରଙ୍କ ମୃତ୍ୟୁ, ଥିଲା ଭାରତୀୟ ଟିମ୍‌ରେ ସାମିଲ ହେବାର ସ୍ବପ୍ନ

କ୍ରିକେଟ ଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ପଶ୍ଚିମବଙ୍ଗର ଉଦୀୟମାନ କ୍ରିକେଟର ପ୍ରିୟଜିତ ଘୋଷଙ୍କ ଆଜି ହୃଦଘାତ ଯୋଗୁଁ ମୃତ୍ୟୁ ଘଟିଛି। ପ୍ରିୟଜିତ ଘୋଷଙ୍କୁ ମାତ୍ର ୨୨ ବର୍ଷ ବୟସ ହୋଇଥିଲା।

New Project (29)

କୋଲକାତା: କ୍ରିକେଟ ଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ପଶ୍ଚିମବଙ୍ଗର ଉଦୀୟମାନ କ୍ରିକେଟର ପ୍ରିୟଜିତ ଘୋଷଙ୍କ ଆଜି ହୃଦଘାତ ଯୋଗୁଁ ମୃତ୍ୟୁ ଘଟିଛି। ପ୍ରିୟଜିତ ଘୋଷଙ୍କୁ ମାତ୍ର ୨୨ ବର୍ଷ ବୟସ ହୋଇଥିଲା। ସକାଳେ ଜିମ୍‌ରେ ବ୍ୟାୟାମ କରୁଥିବା ସମୟରେ ପ୍ରିୟଜିତଙ୍କ ହୃଦଘାତ ହୋଇଥିଲା, ଯାହା ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି ଜଣାଯାଇଛି। ତାଙ୍କର ଏଭଳି ଅକାଳ ମୃତ୍ୟୁ ତାଙ୍କ ବନ୍ଧୁ, ପରିବାର ଏବଂ ସାଥୀ ଖେଳାଳିମାନଙ୍କୁ ଶକ୍ତ ଝଟକା ଦେଇଛି।

ପ୍ରିୟଜିତ ଘୋଷ ପଶ୍ଚିମବଙ୍ଗର ବୀରଭୂମି ଜିଲ୍ଲାରେ ଥିବା ବୋଲପୁରର ବାସିନ୍ଦା ଥିଲେ। ତାଙ୍କର ସ୍ୱପ୍ନ ଥିଲା ପ୍ରଥମେ ବଙ୍ଗଳା ରଣଜୀ ଦଳରେ ସ୍ଥାନ ପାଇବା, ତା’ପରେ ଘରୋଇ କ୍ରିକେଟରେ ଭଲ ପ୍ରଦର୍ଶନ କରିବା ଏବଂ ଏହା ପରେ ସେ ଦିନେ ଭାରତୀୟ ଦଳ ପାଇଁ ମଧ୍ୟ ଖେଳିବାକୁ ଚାହୁଁଥିଲେ। କ୍ରିକେଟ ତାଙ୍କ ପାଇଁ କେବଳ ଏକ ଖେଳ ନଥିଲା, ବରଂ ତାଙ୍କ ଦୈନନ୍ଦିନ ଜୀବନର ଏକ ଅଂଶ ହୋଇଯାଇଥିଲା।

priyajjt

ପ୍ରିୟଜିତ ଘୋଷଙ୍କ କ୍ରିକେଟ ଯାତ୍ରା ଜିଲ୍ଲା ସ୍ତରରୁ ଆରମ୍ଭ ହୋଇଥିଲା। ୨୦୧୮-୧୯ ସିଜିନରେ, ପ୍ରିୟଜିତ ଘୋଷ ଆନ୍ତଃ ଜିଲ୍ଲା ୧୬ ବର୍ଷରୁ କମ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ରନ ସ୍କୋରର ଥିଲେ। ସେହି ଟୁର୍ଣ୍ଣାମେଣ୍ଟ କ୍ରିକେଟ ଆସୋସିଏସନ ଅଫ୍ ବେଙ୍ଗଲ (ସିଏବି) ଦ୍ୱାରା ଆୟୋଜିତ ହୋଇଥିଲା। ଏହି ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ତାଙ୍କୁ ସିଏବି ଦ୍ୱାରା ସମ୍ମାନିତ ମଧ୍ୟ କରାଯାଇଥିଲା। ପ୍ରିୟଜିତ ଘୋଷ ପାଇଥିବା ପଦକ ଏବେ ବି ତାଙ୍କ କୋଠରୀରେ ସଂରକ୍ଷିତ ଅଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe