ପଶ୍ଚିମବଙ୍ଗ ନିର୍ବାଚନ: ସକାଳ ୯ଟା ସୁଦ୍ଧା ୧୫.୮୫% ମତଦାନ

Advertisment
ପଶ୍ଚିମବଙ୍ଗ ନିର୍ବାଚନ: ସକାଳ ୯ଟା ସୁଦ୍ଧା ୧୫.୮୫% ମତଦାନ

କୋଲ୍‌କାତା: ଆଜି ଚତୁର୍ଥ ପର୍ଯ୍ୟାୟରେ ପଶ୍ଚିମବଙ୍ଗର ୪୪ଟି ବିଧାନସଭା ପାଇଁ ଭୋଟ୍‌ ଗ୍ରହଣ ଚାଲିଥିବା ବେଳେ ସକାଳ ୯ଟା ସୁଦ୍ଧା ୧୫.୮୫% ମତଦାନ ରେକର୍ଡ କରାଯାଇଥିବା କଥା ନିର୍ବାଚନ କମିସନ୍‌ ସୂଚନା ଦେଇଛି।

ପଶ୍ଚିମବଙ୍ଗର କୁଚ୍‌ବିହାରରେ ୧୫.୩୯%, ଆଲିପୁରଦୁଆର୍‌ରେ ୧୭.୯୭%, ହାଓଡ଼ାରେ ୧୭.୪୮%, ଦକ୍ଷିଣ ୨୪ ପ୍ରଗଣାରେ ୧୩.୨୬% ଏବଂ ହୁଗୁଳିରେ ୧୭.୦୪% ମତଦାନ ରେକର୍ଡ କରାଯାଇଛି।

publive-image Image Courtesy of India Today

ଏହାଛଡ଼ା, କୁଚ୍‌ବିହାର ଅନ୍ତର୍ଗତ ଶୀତଳକୁଚିରେ ବିଜେପି ଏବଂ ତୃଣମୂଳ କଂଗ୍ରେସ କର୍ମୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିବା ସୂଚନା ମିଳିଛି। ଲୋକମାନଙ୍କୁ ଘଉଡ଼ାଇ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ପୁଲିସ ଲାଠି ଚାଳନା କରିଥିଲା। ସଂଘର୍ଷର କାରଣ ଜଣାପଡ଼ି ନାହିଁ। ସଦ୍ୟତମ ସୂଚନା ଅନୁସାରେ, ଏହି ୮୫ ବୁଥ୍‌ ବାହାରେ ଜଣେ ଭୋଟ୍‌ଦାତାଙ୍କୁ ଅଜ୍ଞାତ ବ୍ୟକ୍ତିମାନେ ଗୁଳି ମାରି ହତ୍ୟା କରିଛନ୍ତି। ମୃତ ବ୍ୟକ୍ତିଜଣକ ହେଉଛନ୍ତି ଆନନ୍ଦ ବର୍ମନ।

publive-image Image Courtesy of ANI

ଏସବୁ ଘଟଣା ମଧ୍ୟରେ ସମ୍ପ୍ରତି ବିଜେପି ଜଣେ ସାମ୍ବାଦିକଙ୍କଦ୍ୱାରା ଆୟୋଜିତ ‘ଓପେନ୍‌ କ୍ଲବ୍‌ହାଉସ୍‌’ ଆଳାପଆଲୋଚନାର ଅଡିଓ ରିଲିଜ୍‌ କରିଛି। ଏଥିରେ ‘ଆଇପିଏସି’ର ପ୍ରଶାନ୍ତ କିଶୋର ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପରାମର୍ଶ ଦେଉଥିବା ଶୁଣାଯାଉଛି। ପ୍ରଶାନ୍ତ କହୁଛନ୍ତି ଯେ, ଭାରତୀୟ ଜନତା ପାର୍ଟି ଜିତିବ।

ଏହି କ୍ଲବ୍‌ହାଉସ୍‌ ଅଡିଓ ଲିକ୍‌ ହେବା ପରେ ବିଜେପିର ଲକେଟ୍‌ ଚାଟାର୍ଜି କହିଛନ୍ତି, ମୋଦୀ ଜୀ ସର୍ବୋତ୍ତମ ବୋଲି ପ୍ରଶାନ୍ତ କିଶୋର ଜାଣନ୍ତି ଏବଂ ତାଙ୍କ ନେତୃତ୍ୱରେ ‘ସୁନାର ବଙ୍ଗ’ ନିର୍ମାଣ ହେବ। କିନ୍ତୁ, ବୋକାମି କରି ସେ ତୃଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe