କୋଲକାତାର ହୁକା ବାର୍‌ ଉପରେ ନିଷେଧାଦେଶ ଜାରିକଲେ ପଶ୍ଚିମବଙ୍ଗ ସରକାର

କୋଲକାତାର ହୁକା ବାର୍‌ ଉପରେ ନିଷେଧାଦେଶ ଜାରିକଲେ ପଶ୍ଚିମବଙ୍ଗ ସରକାର

କୋଲକାତା: ହୁକା ବାର୍‌ ଉପରେ ନିଷେଧାଦେଶ ଜାରି କରିଛନ୍ତି ପଶ୍ଚିମବଙ୍ଗ ସରକାର। ଜନସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଉଥିବା ଦର୍ଶାଇ କୋଲକାତାରେ ସକ୍ରିୟ ଥିବା ହୁକା ବାର୍‌ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ପଶ୍ଚିମବଙ୍ଗ ସରକାର।

ଶୁକ୍ରବାର ଦିନ ଏହି ନିଷ୍ପତ୍ତି ଘୋଷଣା କରି କୋଲକାତାର ମେୟର ଫିରହାଦ ହାକିମ କହିଛନ୍ତି ଯେ କୋଲକାତା ମ୍ୟୁନିସିପାଲିଟି କର୍ପୋରେସନ (କେଏମସି) ସହରରେ ହୁକା ବାର୍‌ ଚଳାଉଥବା ରେସ୍ତୋରାଁର ଲାଇସେନ୍‌ସ ବାତିଲ କରିବ। ‘ଆମେ ହୁକା ବାର୍‌ ବନ୍ଦ କରିବାକୁ ଅନୁରୋଧ କରିବାକୁ ନିଷ୍ପତ୍ତି ନେଇଛୁ। ଏହା ଏଣିକି ରେସ୍ତୋରାଁରେ ବନ୍ଦ ରହିବ’ ବୋଲି ହାକିମ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରଶାସନ ଅଭିଯୋଗ ପାଇଛି ଯେ କିଛି ବିଷାକ୍ତ ପଦାର୍ଥ ଏଥିରେ ବ୍ୟବହାର କରାଯାଉଛି ଯାହା ଦ୍ୱାରା ଯୁବକମାନେ ହୁକାରେ ନିଶା ଗ୍ରସ୍ତ ହେଉଛନ୍ତି। ଏହିପରି ହୁକାରେ ବ୍ୟବହୃତ ରାସାୟନିକ ପଦାର୍ଥ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଖରାପ। ତେଣୁ ଆମେ ହୁକା ବାରକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛୁ ବୋଲି ସେ କହିଛନ୍ତି।

କୋଲକାତାର ମେୟର କହିଛନ୍ତି ଯେ କେଏମସି ଏକ ଚେତାବନୀ ଜାରି କରିଛି ଯେ ସହରରେ ଏପରି ହୁକା ବାର୍‌ ଚଳାଉଥିବା ରେସ୍ତୋରାଁଗୁଡ଼ିକର ଲାଇସେନ୍‌ସ ରଦ୍ଦ କରାଯିବ। ହାକିମ କହିଛନ୍ତି ଯେ ଆମେ ନୂତନ ଲାଇସେନ୍‌ସ ଦେବୁ ନାହିଁ ଏବଂ ଆମେ ବର୍ତ୍ତମାନ କାର୍ଯ୍ୟକ୍ଷମ ଥିବା ଲାଇସେନ୍‌ସ ଗୁଡ଼ିକୁ ବାତିଲ କରିବୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe