ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଲେଖିଥିବା ଚିଠି ‘ଟୁଇଟ୍‌’ କରି ପଶ୍ଚିମବଙ୍ଗ ସରକାରଙ୍କ ରୋଷର ସରବ୍ୟ ହେଲେ ରାଜ୍ୟପାଳ ଧନଡ଼ଖ

Advertisment
ଜଗଦୀପ ଧନଖଡ଼ଙ୍କୁ ପ୍ରାର୍ଥୀ କରିବା ପଛରେ ବିଜେପିର ଅଛି ଏହି ଯୋଜନା!

Image Courtesy of The Hindu

କୋଲ୍‌କାତା: ନିର୍ବାଚନ ପରବର୍ତ୍ତୀ ହିଂସାକାଣ୍ଡ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଲେଖିଥିବା ଚିଠିକୁ ‘ଟୁଇଟର୍‌ର’ରେ ପୋଷ୍ଟ୍‌ କରିବା ଭଳି ଅଭୂତପୂର୍ବ ପଦକ୍ଷେପ ନେଇ ପଶ୍ଚିମବଙ୍ଗର ରାଜ୍ୟପାଳ ଜଗଦୀପ ଧନଖଡ଼ ମଙ୍ଗଳବାର ଦିନ ରାଜ୍ୟ ସରକାରଙ୍କ କ୍ରୋଧର ସରବ୍ୟ ହୋଇଛନ୍ତି। ରାଜ୍ୟରେ ନିର୍ବାଚନ ପରବର୍ତ୍ତୀ ହିଂସାକାଣ୍ଡ ରୋକିବାରେ ସରକାରଙ୍କ ବ୍ୟର୍ଥତା ଦର୍ଶାଇ ଉକ୍ତ ଚିଠିରେ ସେ ମୁଖ୍ୟମନ୍ତ୍ରୀଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।

କେତେଗୁଡ଼ିଏ ଟୁଇଟ୍‌ରେ ରାଜ୍ୟ ଗୃହ ବିଭାଗ କହିଛି ଯେ, ଏକତରଫା ଭାବେ ଏହି ଚିଠିକୁ ହଠାତ୍‌ ସାର୍ବଜନୀନ କରିଦେବା କ୍ଷୋଭର କଥା। ଏହାଛଡ଼ା, ଉକ୍ତ ଚିଠିର ବିଷୟବସ୍ତୁ ବାସ୍ତବ ନୁହେଁ, କପୋଳକଳ୍ପିତ।

ସେଥିରୁ ଗୋଟିଏ ଟୁଇଟ୍‌ରେ ଉଲ୍ଲେଖ ଅଛି, ଉକ୍ତ ଚିଠି ସମସ୍ତ ପାରମ୍ପରିକ ନିୟମ ଉଲ୍ଲଂଘନ କରିଛି। ଚିଠିଟି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପାଖକୁ ପଠାଯିବା ସଙ୍ଗେ ସଙ୍ଗେ ‘ଟୁଇଟ୍‌ର’ ଭଳି ସାମାଜିକ ଗଣମାଧ୍ୟମରେ ସର୍ବସାଧାରଣଙ୍କ ‌ଗୋଚରାର୍ଥେ ରିଲିଜ୍ କରାଯିବା ଫଳରେ ଏହି ଚିଠିର ମର୍ଯ୍ୟାଦା ନଷ୍ଟ ହୋଇଛି।

publive-image Image Courtesy of NDTV

ନିର୍ବାଚନ କମିସନ୍ ଆଇନଶୃଙ୍ଖଳା ଦାୟିତ୍ବରେ ଥିବା ବେଳେ ନିର୍ବାଚନ ପରବର୍ତ୍ତୀ ହିଂସାର ମାତ୍ରା କିଛି ପରିମାଣରେ ବୃଦ୍ଧି ପାଇଥିଲା। ଶପଥ ଗ୍ରହଣ କରିବା ପରେ କ୍ୟାବିନେଟ୍‌ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସ୍ବାଭାବିକ କରିଥିଲା।

ଅସାମାଜିକ ତତ୍ତ୍ବମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠନ ଗ୍ରହଣ କରିବା ଲାଗି ପୁଲିସକୁ କଡ଼ା ନିର୍ଦେଶ ଦିଆଯାଇଥିଲା। ସାମାଜିକ ପ୍ରଥା ଓ ପରମ୍ପରା ପ୍ରତି ଦୃଷ୍ଟି ଦେବା ସହ ଆଇନଶୃଙ୍ଖଳା ପରିସ୍ଥିତି ବଜାୟ ରଖିବାକୁ ସରକାର ପ୍ରତିବଦ୍ଧ ଅଛନ୍ତି ବୋଲି ଅନ୍ୟ ଏକ ଟୁଇଟ୍‌ରେ ରାଜ୍ୟ ସରକାର ଲେଖିଛନ୍ତି।

ନିର୍ବାଚନ ପରବର୍ତ୍ତୀ ହିଂସାକାଣ୍ଡରେ ରକ୍ତପାତ ଭଳି ସଂଘର୍ଷ, ମାନବିକ ଅଧିକାର ଉଲ୍ଲଂଘନ, ମହିଳାଙ୍କୁ ବେଇଜ୍ଜତ କରାଯିବା, ସ୍ଥାବର ସମ୍ପତ୍ତି ନଷ୍ଟ କରାଯିବା ଏବଂ ବିରୋଧୀ ରାଜନେତାଙ୍କ ଉପରେ ଅତ୍ୟାଚାର କରାଯାଉଥିବା ବେଳେ ମୁଖ୍ୟମନ୍ତ୍ରୀ ନିରବ ଓ ନିଷ୍କ୍ରିୟ ଥିବା କଥା ଉକ୍ତ ପତ୍ରରେ ଧନଖଡ଼ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe