ପରିବାରବାଦ ଅଭିଯୋଗ ହେଉଛି ଆଇନଶୃଙ୍ଖଳା ପରିସ୍ଥିତିରୁ ଲୋକଙ୍କ ଧ୍ୟାନ ହଟାଇବାକୁ ‘ଟିଏମ୍‌ସି’ର କୌଶଳ: ପଶ୍ଚିମବଙ୍ଗ ରାଜ୍ୟପାଳ

ପରିବାରବାଦ ଅଭିଯୋଗ ହେଉଛି ଆଇନଶୃଙ୍ଖଳା ପରିସ୍ଥିତିରୁ ଲୋକଙ୍କ ଧ୍ୟାନ ହଟାଇବାକୁ ‘ଟିଏମ୍‌ସି’ର କୌଶଳ: ପଶ୍ଚିମବଙ୍ଗ ରାଜ୍ୟପାଳ

Image Courtesy of India Today

କୋଲ୍‌କାତା: ତୃଣମୂଳ କଂଗ୍ରେସର ସାଂସଦ ମହୁଆ ମୈତ୍ର ଉଠାଇଥିବା ପରିବାରବାଦ ଅଭିଯୋଗକୁ ଆଜି ପଶ୍ଚିମବଙ୍ଗର ରାଜ୍ୟପାଳ ଜଗଦୀପ ଧନଖଡ଼ ଖଣ୍ଡନ କରି କହିଛନ୍ତି ଯେ, ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ଉପରୁ ଲୋକଙ୍କ ଧ୍ୟାନ ହଟାଇବାକୁ ଏଇଟା ‘ଟିଏମ୍‌ସି’ର ଗୋଟାଏ କୌଶଳ।

ମହୁଆ ଅଭିଯୋଗ କରିଥିଲେ ଯେ, ରାଜ୍ୟପାଳଙ୍କ ସମ୍ପର୍କୀୟମାନଙ୍କୁ କୋଲ୍‌କାତା ରାଜଭବନରେ ‘ଅଫିସର୍‌ସ୍‌ ଅନ୍‌ ସ୍ପେସାଲ୍‌ ଡିୟୁଟି’ (ଓଏସ୍‌ଡି) ଭାବେ ନିଯୁକ୍ତ କରାଯାଇଛି।

ଅଭିଯୋଗ ଖଣ୍ଡନ କରିବାକୁ ଯାଇ ଜଗଦୀପ ଧନଖଡ଼ ଟୁଇଟ୍‌ କରି ଲେଖିଛନ୍ତି, ‘ଓଏସ୍‌ଡି’ ଭାବେ ନିଯୁକ୍ତି ପାଇଥିବା ୬ଜଣଙ୍କ ବାବଦରେ ମହୁଆ ମୈତ୍ର ଦେଇଥିବା ତଥ୍ୟ ତ୍ରୁଟିପୂର୍ଣ୍ଣ। ନିଯୁକ୍ତ ‘ଓଏସ୍‌ଡି’ମାନେ ତିନୋଟି ପୃଥକ୍ ରାଜ୍ୟର ବାସିନ୍ଦା ଏବଂ ଚାରି ଜାତିର। ସେମାନଙ୍କ ମଧ୍ୟରୁ କେହି ମୋ ପରିବାର ସମ୍ବନ୍ଧ ନୁହନ୍ତି। ସେମାନଙ୍କ ମଧ୍ୟରୁ ଚାରିଜଣ ମୋ ଜାତିର କି, ମୋ ରାଜ୍ୟର ନୁହନ୍ତି।

publive-image Image Courtesy of NDTV

ଧନଖଡ଼ ଅଭିଯୋଗ କରିଛନ୍ତି ଯେ, ମୈତ୍ରଙ୍କ ଅଭିଯୋଗ ହେଉଛି ପଶ୍ଚିମବଙ୍ଗର ଆଇନଶୃଙ୍ଖଳା ପରିସ୍ଥିତି ଉପରୁ ଜନତାଙ୍କ ଧ୍ୟାନ ହଟାଇବା ନିମନ୍ତେ ଗୋଟାଏ କୌଶଳର ଅଂଶବିଶେଷ।

ଉଲ୍ଲେଖଯୋଗ୍ୟ, ରବିବାର ଦିନ କୃଷ୍ଣନଗର ସାଂସଦ ମହୁଆ ମୈତ୍ର ଟୁଇଟ୍‌ରେ ୬ଜଣ ‘ଓଏସ୍‌ଡି’ଙ୍କ ନାମ ଓ ରାଜ୍ୟପାଳ ଧନଖଡ଼ଙ୍କ ସହ ସେମାନଙ୍କ ସମ୍ପର୍କ କଥା ଉଲ୍ଲେଖ କରିଥିଲେ।

ସେ ପୋଷ୍ଟ୍‌ କରିଥିବା ତାଲିକା ଅନୁସାରେ, ରାଜ୍ୟପାଳଙ୍କ ‘ଓଏସ୍‌ଡି’ ଅରବିନ୍ଦ ସିଂହ ସେଖାୱତ୍ ହେଉଛନ୍ତି ତାଙ୍କ ପୁଅର ଶାଳକ। ସମନ୍ବୟକାରୀ ‘ଓଏସ୍‌ଡି’ ଅଖିଳ ଚୌଧୁରୀ ହେଉଛନ୍ତି ରାଜ୍ୟପାଳଙ୍କ ପରିବାରର ଘନିଷ୍ଠ ବନ୍ଧୁ। ପ୍ରଶାସନିକ ‘ଓଏସ୍‌ଡି’ ରୁଚି ଦୁବେ ହେଉଛନ୍ତି ରାଜ୍ୟପାଳଙ୍କର ପୂର୍ବ ‘ଏଡିସି’ ମେଜର ଗୋରାଙ୍ଗ ଦୀକ୍ଷିତଙ୍କର ପତ୍ନୀ। ପ୍ରୋଟୋକଲ୍‌ ‘ଓଏସ୍‌ଡି’ ପ୍ରଶାନ୍ତ ଦୀକ୍ଷିତ ହେଉଛନ୍ତି ମେଜର ଗୋରାଙ୍ଗ ଦୀକ୍ଷିତଙ୍କର ଭାଇ। ଆଇ.ଟି. ‘ଓଏସ୍‌ଡି’ କୌସ୍ତୁଭ ଏସ୍ ୱାଲିକର୍ ହେଉଛନ୍ତି ସମ୍ପ୍ରତି ରାଜ୍ୟପାଳଙ୍କର ‘ଏଡିସି’ ଥିବା ଆଇପିଏସ୍‌ ଶ୍ରୀକାନ୍ତ ଜନାର୍ଦ୍ଦନ ରାଓଙ୍କର ଶାଳକ। ନବ ନିଯୁକ୍ତ ‘ଓଏସ୍‌ଡି’ କୃଷ୍ଣ ଧନଖଡ଼ ହେଉଛନ୍ତି ରାଜ୍ୟପାଳଙ୍କର ନିବିଡ଼ ଆତ୍ମୀୟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe