ପ୍ରେମିକାଠାରୁ ପ୍ରତିଶୋଧ ନେବା ପାଇଁ ୩୦୦ଟି ‘ସିଓଡି’ ପାର୍ସଲ ପଠାଇଲେ ପ୍ରେମିକ

Advertisment

ବ୍ରେକ-ଅପ୍ ହେବା ପରେ ପୂର୍ବତନ ପ୍ରେମିକାଙ୍କଠାରୁ ପ୍ରତିଶୋଧ ନେବା ପାଇଁ ପଶ୍ଚିମବଙ୍ଗର ଜଣେ ବ୍ୟକ୍ତି ଏକ ଅଭିନବ ଉପାୟ ଆପଣାଇଥିଲେ। ଯାହା ପାଇଁ ତାଙ୍କୁ ଏବେ ପୁଲିସ୍‌ ଗିରଫ କରିଛି।

ବ୍ରେକ-ଅପ୍ ହେବା ପରେ ପୂର୍ବତନ ପ୍ରେମିକାଙ୍କଠାରୁ ପ୍ରତିଶୋଧ ନେବା ପାଇଁ ପଶ୍ଚିମବଙ୍ଗର ଜଣେ ବ୍ୟକ୍ତି ଏକ ଅଭିନବ ଉପାୟ ଆପଣାଇଥିଲେ। ଯାହା ପାଇଁ ତାଙ୍କୁ ଏବେ ପୁଲିସ୍‌ ଗିରଫ କରିଛି।

ସିଓଡି

କୋଲକାତା: ବ୍ରେକ-ଅପ୍ ହେବା ପରେ ପୂର୍ବତନ ପ୍ରେମିକାଙ୍କଠାରୁ ପ୍ରତିଶୋଧ ନେବା ପାଇଁ ପଶ୍ଚିମବଙ୍ଗର ଜଣେ ବ୍ୟକ୍ତି ଏକ ଅଭିନବ ଉପାୟ ଆପଣାଇଥିଲେ। ଯାହା ପାଇଁ ତାଙ୍କୁ ଏବେ ପୁଲିସ୍‌ ଗିରଫ କରିଛି। ସେ ତାଙ୍କ ପୂର୍ବତନ ପ୍ରେମିକାଙ୍କ ନିକଟକୁ ଗତ ୪ ମାସ ମଧ୍ୟରେ ୩୦୦ଟି କ୍ୟାସ୍‌-ଅନ୍‌-ଡେଲିଭରି (ସିଓଡି) ପାର୍ସଲ ପଠାଇଥିବା ଅଭିଯୋଗ ହୋଇଛି। ସେ ତାଙ୍କ ପୂର୍ବତନ ପ୍ରେମିକାଙ୍କୁ ହଇରାଣ କରିବା ପାଇଁ ଏପରି ଉପାୟ ଆପଣେଇଥିଲେ ବୋଲି ପୁଲିସ୍‌ ସମ୍ମୁଖରେ ସ୍ବୀକାର କରିଛନ୍ତି।

ସୁମନ ସିକଦାର ନାମକ ୨୫ ବର୍ଷୀୟ ଯୁବକଙ୍କୁ କୋଲକାତାର ଲେକ୍ ଟାଉନ୍ ଅଞ୍ଚଳରେ ରହୁଥିବା ତାଙ୍କ ପୂର୍ବତନ ପ୍ରେମିକା ତଥା ଜଣେ ବ୍ୟାଙ୍କ କାର୍ଯ୍ୟନିର୍ବାହୀଙ୍କୁ ହଇରାଣ କରିବା ଅଭିଯୋଗରେ କୋଲକାତା ପୁଲିସ ଗିରଫ କରିଛି।

୨୦୨୪ ମସିହା ନଭେମ୍ବର ମାସରେ ଦମ୍ପତିଙ୍କ ସମ୍ପର୍କ ଭାଙ୍ଗିବା ପରେ ଯୁବତୀଙ୍କ ନିକଟକୁ ଗୋଟାଏ ପରେ ଗୋଟାଏ ପାର୍ସଲ ପହଞ୍ଚିବା ଆରମ୍ଭ ହୋଇ ଯାଇଥିଲା। ଯାହାଫଳରେ ଯୁବତୀ ଜଣକ ଟଙ୍କା ଦେଇ ପାର୍ସଲ ରଖି ରଖି ଥକି ପଡ଼ିଥିଲେ। 

ଅନାବଶ୍ୟକ ପ୍ୟାକେଟଗୁଡ଼ିକ ବାରମ୍ବାର ଆସି ତାଙ୍କ ଘରେ ପହଞ୍ଚିବାରୁ ସେ ବିରକ୍ତ ହୋଇ ପଡ଼ଥିଲେ। ତାଙ୍କ ନିକଟକୁ ଆମାଜନ୍‌, ଫ୍ଲିପ୍‌କାର୍ଟ ଭଳି ଇ-କମର୍ସ ପ୍ଲାଟଫର୍ମରୁ ପାର୍ସଲ ସବୁ ଆସୁଥିଲା। 

ସେ ମାର୍ଚ୍ଚ ୨୦୨୫ ରେ ଏକ ପୁଲିସ ଅଭିଯୋଗ ଦାୟର କରିଥିଲେ, ଯାହା ପରେ ଏକ ଏଫ୍‌ଆଇଆର୍‌ ପଞ୍ଜିକୃତ ହୋଇଥିଲା ଏବଂ ତଦନ୍ତ ଆରମ୍ଭ ହୋଇଥିଲା। ତଦନ୍ତରେ ନାଦିଆ ବାସିନ୍ଦା ସିକଦାରଙ୍କର କାରନାମାର ପର୍ଦ୍ଦାଫାସ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe