ମମତାଙ୍କ ନିର୍ବାଚନ ଏଜେଣ୍ଟ୍‌ଙ୍କୁ ସୁପ୍ରିମ୍‌କୋର୍ଟରୁ ଆଶ୍ବସ୍ତି, ହାଇକୋର୍ଟଙ୍କ ରାୟ ଉପରେ ରୋକ

Advertisment
ସୁପ୍ରିମ୍‌ କୋର୍ଟ ପ୍ରେକ୍ଷାଳୟରେ ହେବ ନୂତନ ବିଚାରପତିମାନଙ୍କ ଶପଥଗ୍ରହଣ ଉତ୍ସବ

Image Courtesy of New Indian Express

କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନକୁ ଆଉ ମାତ୍ର କିଛି ଦିନ ଥିବା ବେଳେ ସୁପ୍ରିମ୍‌କୋର୍ଟଙ୍କ ଦ୍ବାରସ୍ଥ ହୋଇଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଇଲେକ୍ସନ ଏଜେଣ୍ଟ୍‌ ଏସ୍‌କେ ସୁପିୟାନଙ୍କୁ ମିଳିଛି ସାମୟିକ ଆଶ୍ବସ୍ତି। ସେ ନିର୍ବାଚନରେ ମମତାଙ୍କ ଏଜେଣ୍ଟ ଭାବେ କାର୍ଯ୍ୟ କରିପାରିବେ। ୨୦୦୭-୦୯ ନନ୍ଦୀଗ୍ରାମ ହିଂସାରେ ସଂପୃକ୍ତି ଥିବା ନେଇ ତାଙ୍କ ନାମରେ ରୁଜୁ ହୋଇଥିବା  ଅପରାଧିକ ମାମଲା କାଲକାଟା ହାଇକୋର୍ଟଙ୍କ ଏକ ନିର୍ଦ୍ଦେଶନାମା ବଳରେ ପୁନଃସକ୍ରିୟ ହେବା ଫଳରେ ସେ ନିର୍ବାଚନ ଏଜେଣ୍ଟ ଭାବେ କାର୍ଯ୍ୟ କରିବା ଉପରେ ଅଙ୍କୁଶ ଲାଗିଥିଲା। ଏହା ବିରୋଧରେ ସୁପିଆନ୍ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

ସୁପିୟାନଙ୍କ ଆବେଦନର ଶୁଣାଣି କରି ଜଷ୍ଟିସ୍ ଇନ୍ଦିରା ବାନାର୍ଜୀ ଏବଂ ଜଷ୍ଟିସ୍ କ୍ରିଷ୍ଣା ମୁରାରୀଙ୍କୁ ନେଇ ଗଠିତ ସ୍ବତନ୍ତ୍ର ଖଣ୍ଡପୀଠ  ତାଙ୍କୁ ଚଳିତ ନିର୍ବାଚନରେ ମମତାଙ୍କ ଇଲେକସନ୍ ଏଜେଣ୍ଟ ଭାବେ କାମ କରିବାକୁ ଅନୁମତି ଦେଇଛନ୍ତି। ଏଥିସହ କାଲକାଟା ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ରୋକ ଲଗାଇଛନ୍ତି। ତେବେ ପରବର୍ତ୍ତୀ ସମୟରେ ମାମଲାର ଚୂଡ଼ାନ୍ତ ଶୁଣାଣି ହାଇକୋର୍ଟ କରିବେ ବୋଲି ଖଣ୍ଡପୀଠ କହିଛନ୍ତି।

୨୦୨୦ ମସିହାରେ ପଶ୍ଚିମବଙ୍ଗ ସରକାର ଏସ୍‌କେ ସୁପିୟାନଙ୍କ ବିରୋଧରେ ଅପରାଧିକ ମାମଲାକୁ ପ୍ରତ୍ୟାହାର କରି ସାରିଥିଲେ ବି କଲିକତା ହାଇକୋର୍ଟ ନିକଟରେ ଏକ ଆଦେଶ ଜାରି କରିବା ପରେ ଏହି ମାମଲା ପୁଣି ସକ୍ରିୟ ହୋଇଥିଲା । ମାମଲାର ବିଚାର ନହେଲେ ଜଣେ ନିର୍ବାଚନ ଏଜେଣ୍ଟ ଭାବରେ ତାଙ୍କର କାର୍ଯ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଉଛି ବୋଲି କହି ସୁପିୟାନ୍‌ଙ୍କ ତରଫରୁ ବରିଷ୍ଠ ଓକିଲ ବିକାଶ ସିଂ ଖଣ୍ଡପୀଠ ସମ୍ମୁଖରେ ତାଙ୍କ ପକ୍ଷ ରଖିବା ପରେ ଅଦାଲତ ମାମଲାରେ ତୁରନ୍ତ ଶୁଣାଣି କରିବାକୁ ନିଷ୍ପତ୍ତି ନେଇଥିଲେ।

ଆବେଦନକାରୀ ବର୍ତ୍ତମାନ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ଜଣେ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ଏଜେଣ୍ଟ ଭାବରେ ମଧ୍ୟ କାର୍ଯ୍ୟ କରୁଛନ୍ତି। ତାଙ୍କ ନିର୍ବାଚନ ମଣ୍ଡଳୀରେ ଆସନ୍ତା ଏପ୍ରିଲ ୧ ତାରିଖରେ ଭୋଟ୍ ଗ୍ରହଣ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe