ପଶ୍ଚିମବଙ୍ଗ ନିର୍ବାଚନ ପରବର୍ତ୍ତୀ ହିଂସା: ବିଜେପି କର୍ମୀଙ୍କ ମୃତ୍ୟୁ ମାମଲାରେ ୭ ଜଣଙ୍କୁ ଗିରଫ କଲା ସିବିଆଇ

Advertisment
ପଶ୍ଚିମବଙ୍ଗ ନିର୍ବାଚନ ପରବର୍ତ୍ତୀ ହିଂସା: ବିଜେପି କର୍ମୀଙ୍କ ମୃତ୍ୟୁ ମାମଲାରେ ୭ ଜଣଙ୍କୁ ଗିରଫ କଲା ସିବିଆଇ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପରେ ରାଜ୍ୟରେ ସଂଘଟିତ ରାଜନୈତିକ ହିଂସା ମାମଲାର ତଦନ୍ତ କରୁଥିବା କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଶୁକ୍ରବାର କୁଚ୍‌ବେହାର ଜିଲ୍ଲାର ଶୀତଲକୁଚି ଅଞ୍ଚଳରେ ଭାରତୀୟ ଜନତା ପାର୍ଟି (ବିଜେପି) କର୍ମୀ ମାଣିକ ମୋଇତ୍ରଙ୍କ ମୃତ୍ୟୁ ଘଟଣାରେ ୭ ଜଣଙ୍କୁ ଗିରଫ କରିଛି।

ସିବିଆଇ ସୂତ୍ରରୁ ହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ ଯେ ଗିରଫ ଅଭିଯୁକ୍ତମାନେ କୁଚ୍‌ବେହାର ଜିଲ୍ଲାରେ ଥିବା ଏକ ଗାଁର ବାସିନ୍ଦା। ସେମାନଙ୍କୁ ଜିଲ୍ଲାର ଏକ ଅଦାଲତରେ ହାଜର କରାଯିବ ବୋଲି ସିବିଆଇ ସୂତ୍ରରୁ ପ୍ରକାଶ।
ଉଲ୍ଲେଖଯୋଗ୍ୟ, ଗତବର୍ଷ ଅଗଷ୍ଟରେ କଲିକତା ହାଇକୋର୍ଟଙ୍କ ନିର୍ଦ୍ଦେଶରେ ସିବିଆଇ ଏହି ମାମଲା ରୁଜ୍ଜୁ କରିବା ସହ ତଦନ୍ତ ଭାର ହାତକୁ ନେଇଥିଲା। ଅଗଷ୍ଟ ୧୯ରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ଯେ ଏହି ମାମଲାରେ ଏନଏଚଆରସି ରିପୋର୍ଟକୁ ଧ୍ୟାନ ଦେଇ ସିବିଆଇ ଦ୍ୱାରା ବଳାତ୍କାର ଏବଂ ହତ୍ୟା ସମ୍ବନ୍ଧୀୟ ଏହି ମତଦାନ ପରବର୍ତ୍ତୀ ହିଂସା ମାମଲାର ତଦନ୍ତ କରାଯିବ।

publive-image

ସେହିପରି ଅନ୍ୟ ଏକ ଘଟଣାରେ ଶୁକ୍ରବାର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଅନ୍ୟତମ ବିଜେପି କର୍ମୀ ଅଭିଜିତ ସରକାରଙ୍କ ହତ୍ୟା ମାମଲାରେ ଫେରାର ଥିବା ପ୍ରତ୍ୟେକ ଅଭିଯୁକ୍ତଙ୍କ ଉପରେ ୫୦ ହଜାର ଟଙ୍କା ପୁରସ୍କାର ଘୋଷଣା କରିଛି ବୋଲି ସିବିଆଇର ଜଣେ ଅଧିକାରୀ କହିଛନ୍ତି। ସୂଚନାଦାତାଙ୍କ ନାମ ଏବଂ ପରିଚୟ ଗୁପ୍ତ ରଖାଯିବ ବୋଲି ସିବିଆଇ ଆଶ୍ୱାସନା ଦେଇଛି। ଫେରାର ଅଭିଯୁକ୍ତମାନଙ୍କ ମଧ୍ୟରେ ଅମିତ ଦାସ, ତୁମ୍ପା ଦାସ, ଅରୂପ ଦାସ, ସଞ୍ଜୟ ବାରିକ ଏବଂ ପାପିଆ ବାରିକ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe