ନୀରବି ଗଲେ ‘ମାଟିର ମଣିଷ’ର କାରିଗର : ୯୫ ବର୍ଷ ବୟସରେ ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ମୃଣାଳ ସେନଙ୍କ ଦେହାନ୍ତ

Advertisment

ଓଡ଼ିଆ ଚଳଚ୍ଚିତ୍ର ‘ମାଟିର ମଣିଷ’ର ନିର୍ଦେଶକ ଥିଲେ ମୃଣାଳ ସେନ

ଓଡ଼ିଆ ଚଳଚ୍ଚିତ୍ର ‘ମାଟିର ମଣିଷ’ର ନିର୍ଦେଶକ ଥିଲେ ମୃଣାଳ ସେନ

ନୀରବି ଗଲେ ‘ମାଟିର ମଣିଷ’ର କାରିଗର : ୯୫ ବର୍ଷ ବୟସରେ  ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ମୃଣାଳ ସେନଙ୍କ ଦେହାନ୍ତ

କୋଲକାତା: କିଂବଦନ୍ତି  ଚଳଚ୍ଚିତ୍ର ନିର୍ମାତା ଏବଂ ପଦ୍ମଭୂଷଣ ସମ୍ମାନପ୍ରାପ୍ତ ଚଳଚ୍ଚିତ୍ର ବ୍ୟକ୍ତିତ୍ବ ମୃଣାଳ ସେନଙ୍କର କୋଲକାତାରେ ପରଲୋକ ଘଟିଛି। ତାଙ୍କୁ ୯୫ ବର୍ଷ ହୋଇଥିଲା।

ରବିବାର ଦିନ କୋଲକାତା ଅନ୍ତର୍ଗତ ଭବାନୀପୁରସ୍ଥିତ ତାଙ୍କ ବାସଭବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ପଶ୍ଚମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ମୃତ୍ୟୁ ସଂକ୍ରାନ୍ତରେ ଟୁଇଟ୍‌ କରି ଲେଖିଛନ୍ତି: ମୃଣାଳ ସେନଙ୍କ ବିୟୋଗରେ ମୁଁ ଦୁଃଖିତ। ତାଙ୍କ ନିଧନରେ ଭାରତୀୟ ଚଳଚ୍ଚିତ୍ର ଶିଳ୍ପର ଅପୂରଣୀୟ କ୍ଷତି ହେଲା। ତାଙ୍କ ପରିବାର ପ୍ରତି ସମ୍ବେଦନା ଜଣାଉଛି।

publive-image indianexpress.com

ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ମାତା ସେନଙ୍କର କେତେଗୁଡ଼ିଏ ଚଳଚ୍ଚିତ୍ର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଲାଭ  କରିଥିଲା। ୧୯୬୦ର ବଙ୍ଗଳା ଚଳଚ୍ଚିତ୍ର ‘ବୈଶେ ଶ୍ରାବଣ’, ୧୯୮୦ର ‘ଅକାଲେର୍‌ ସନ୍ଧ୍ୟା’, ୧୯୮୨ର ‘ଖରିଜ’ ୧୯୬୯ର ହିନ୍ଦୀ ଚଳଚ୍ଚିତ୍ର ‘ଭୁବନ ଶୋମ’, ୧୯୭୬ର ‘ମୃଗୟା’, ୧୯୮୩ର ‘ଖନ୍ଦାହାର’ ଓ ୧୯୭୭ର ତାମିଲ ଚଳଚ୍ଚିତ୍ର ‘ଓକା ଊରି କଥା’ ଆଦି ଚଳଚ୍ଚିତ୍ର ପାଇଁ ସେ ଖ୍ୟାତି ଲାଭ କରିଥିଲେ।

ଓଡ଼ିଆ ଚଳଚ୍ଚିତ୍ର ‘ମାଟିର ମଣିଷ’ର ମଧ୍ୟ ସେ ନିର୍ଦେଶକ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe