୨୭ବର୍ଷ ପରେ ନିଜର କେଶ କାଟି‌ଲେ ଅଯୋଧ୍ୟା ରାୟକୁ ଅପେକ୍ଷା କରି ରହିଥିବା ବାରିକ

୨୭ବର୍ଷ ପରେ ନିଜର କେଶ କାଟି‌ଲେ ଅଯୋଧ୍ୟା ରାୟକୁ ଅପେକ୍ଷା କରି ରହିଥିବା ବାରିକ

hairreplacementsgg.com

ବେଙ୍ଗାଲୁରୁ: ଅଯୋଧ୍ୟା ମାମଲାରେ ସୁପ୍ରିମ କୋର୍ଟ ନଭେମ୍ବର ୯, ୨୦୧୯ରେ ଐତିହାସିକ ରାୟ ଶୁଣାଇଥିଲେ। ବିବାଦୀୟ ୨.୭୭ ଏକର ଜମିରେ ମନ୍ଦିର ନିର୍ମାଣ ପାଇଁ ଅନୁମତି ଦେବା ସହ ମସଜିଦ ନିର୍ମାଣ ପାଇଁ ଅଯୋଧ୍ୟାର ଏକ ପ୍ରମୁଖ ସ୍ଥାନରେ ୫ ଏକର ଜମି ପ୍ରଦାନ କରିବା ଲାଗି ସରକାରଙ୍କୁ ନିର୍ଦେଶ ଦେଇଥିଲେ ସୁପ୍ରିମ କୋର୍ଟ । ସର୍ବେ‌ାଚ୍ଚ ଅଦାଲତଙ୍କ ଏହି ରାୟ ପ‌ରେ ୭୦ବର୍ଷରୁ ଅଧିକ ସମୟ ଧରି ଚାଲିଥିବା ଅଯୋଧ୍ୟା ନ୍ୟାୟିକ ବିବାଦର ଅନ୍ତ ଘଟିଥିଲା। ତେବେ ଦୀର୍ଘ ବର୍ଷ ଧରି ଚାଲିଥିବା ଏହି ବିବାଦର ସମାଧାନ ପାଇଁ ଭାରତରେ ଅନେକ ଲୋକେ ଭିନ୍ନ ଭିନ୍ନ ପ୍ରକାରର ମାନସିକ କରିଥିବା ସାମ୍ନାକୁ ଆସିଥିଲା।

ପୂର୍ବରୁ ଉର୍ମିଲା ଚତୁର୍ବେଦୀ ନାମକ ଜଣେ ୮୧ବର୍ଷୀୟା ମହିଳା ଅଯୋଧ୍ୟା ମାମଲାର ସମାଧାନ ପାଇଁ ୨୭ବର୍ଷ ଧରି କେବଳ କ୍ଷୀର ଓ ଫଳ ଖାଇ ରହୁଥିବା ଖବର ସାମ୍ନାକୁ ଆସିଥିଲା। ନଭେମ୍ବର ୯, ୨୦୧୯ରେ ସର୍ବେ‌ାଚ୍ଚ ଅଦାଲତ ଐତିହାସିକ ରାୟ ଶୁଣାଇବା ପରେ ଉର୍ମିଲା ନିଜର ମାନସିକ ଭାଙ୍ଗିଥିଲେ। ଏବେ ବେଙ୍ଗାଲୁରୁରୁ ସେଭଳି ଏକ ଘଟଣା ସାମ୍ନାକୁ ଆସିଛି। ପେସାରେ ବାରିକ ଥିବା ଜଣେ ଯୁବକ ଅଯୋଧ୍ୟା ମାମଲାର ସମାଧାନ ପାଇଁ ୨୭ବର୍ଷ ଧରି ନିଜର କେଶ କାଟି ନଥିବା ସାମ୍ନାକୁ ଆସିଛି।

publive-image Salon Evangelos

ବେଙ୍ଗାଲୁରୁର ଲକ୍ଷ୍ମୀନାରାୟଣପୁରାରେ ସେଲୁନ କରିଥିବା ଅଧିନାରାୟଣ ୨୭ବର୍ଷ ହେଲାଣି ନିଜର କେଶ କାଟି ନଥିଲେ। ପେସାରେ ବାରିକ ‌ହୋଇଥିବାରୁ ଅନ୍ୟମାନଙ୍କ କେଶ କାଟୁଥିବା ଅଧିନାରାୟଣ ନିଜ ଜିଦରେ ଅଟଳ ଥିଲେ। ୨୭ବର୍ଷ ପରେ ନଭେମ୍ବର ୯, ୨୦୧୯ରେ ଐତିହାସିକ ରାୟ ଆସିବା ପରେ ସେ ଏବେ ନିଜର କେଶ କାଟିଛନ୍ତି। ରାୟ ଆସିବା ପରେ ଅଯୋଧ୍ୟା ଯାଇ ସେ ନିଜ କେଶ କାଟିଥିବା ସାମ୍ନାକୁ ଆସିଛି। ଆନ୍ଧ୍ରପ୍ରଦେଶର ଅନନ୍ତପୁରରେ ଜନ୍ମ ହୋଇଥିବା ଅଧିନାରାୟଣ ୪୬ବର୍ଷ ତଳେ ବେଙ୍ଗାଲୁରୁ ଆସି ସେଲୁନ କାର୍ଯ୍ୟ ଆରମ୍ଭ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe