Image Courtesy of New-burgh Gazette
ବେଙ୍ଗାଲୁରୁ: ରବିବାର ଦିନ ବ୍ରାଣ୍ଡ୍ ବେଙ୍ଗାଲୁରୁ ନିଜସ୍ୱ ଲୋଗୋ ପ୍ରସ୍ତୁତ କରିଛି। ଏହାର ଟ୍ୟାଗ୍ ଲାଇନ୍ ରହିଛି: ବେଙ୍ଗାଲୁରୁ- ବି ୟୁ (‘Bengaluru - Be U’ (be you))। ବିଶ୍ୱସ୍ତରରେ ଏହା ସହରର ମାନ୍ୟତା ବୃଦ୍ଧି କରିବ ବୋଲି ଆଶା କରାଯାଉଛି।
ନିଜସ୍ୱ ଆଇଡେଣ୍ଟିଟି ବ୍ୟାଜ୍ ପାଇବାରେ ବେଙ୍ଗାଲୁରୁ ହେଉଛି ପ୍ରଥମ ସହର। ଏଥି ପାଇଁ ୧୩୫୦ଟି ଏଣ୍ଟ୍ରି ମିଳିଥିଲା। ସେଥିରୁ ଉପରୋକ୍ତ ଲୋଗୋଟିକୁ ମନୋନୀତ କରାଯାଇଛି। ମନୋନୀତ ଲୋଗୋଟି ବେଙ୍ଗାଲୁରୁର ବହୁଦେଶୀୟ ସଂସ୍କୃତି, ଆପଣା ଭାବ ଏବଂ ଏହାର ୪୮୦ ବର୍ଷର ଇତିହାସ ଏବଂ ଆଗାମୀ ଦୃଷ୍ଟିଭଙ୍ଗୀକୁ ଚିହ୍ନିତ କରୁଛି। ଆଇଟି-ବିଟି ଏବଂ ପର୍ଯ୍ୟଟନ ମନ୍ତ୍ରୀ ପ୍ରିୟାଙ୍କ୍ ଖାର୍ଗେ କହିନ୍ତି, ଏଇ ଲୋଗୋଟି କର୍ଣ୍ଣାଟକର ପର୍ଯ୍ୟଟନ ବୃଦ୍ଧି କରାଇବାରେ ଉପଯୋଗ ହୋଇ ପାରିବ।
Image Courtesy of HTଡିଜାଇନର୍ ହୋଇଥିବା ବ୍ୟାଙ୍କ୍ କର୍ମଚାରୀ ଋଷି ପଟେଲ୍ ଏବଂ ନାମ୍ମୁର୍ ଡିଜାଇନ୍ ଫାର୍ମର ପ୍ରତିଷ୍ଠାତା ଏମ୍ ଭେଙ୍କଟେଶ୍ୱର ରାଓ ଏହାର ଅକ୍ଷର ତିଆରି କରିଛନ୍ତି। ବେଙ୍ଗାଲୁରୁର ପ୍ରଥମ ଦୁଇ ଇଂରାଜୀ ଅକ୍ଷର ବି, ଇ ଏବଂ ଶେଷ ଅକ୍ଷର ୟୁ ଲାଲ୍ ରଙ୍ଗରେ ଲେଖାଯାଇ ଟ୍ୟାଗ୍ ଲାଇନ୍ ବି ୟୁକୁ ହାଇଲାଇଟ୍ କରୁଛି। ସପ୍ତମ ଓ ଅଷ୍ଟମ ଅକ୍ଷର ୟୁ ଏବଂ ଆର୍ କନ୍ନଡ଼ ଭାଷାର ସ୍ୱରବର୍ଣ୍ଣ ଊ ସହ ମେଳ ଖାଉଛି।
ବିଧାନ ସୌଧ ଉତ୍ସବରେ ଲୋଗୋଟିକୁ ଉନ୍ମୋଚନ କରାଯାଇଥିଲା। ଏଥିରେ ଉପସ୍ଥିତ ଥିଲେ ବେଙ୍ଗାଲୁରୁ ବିକାଶ ମନ୍ତ୍ରୀ କେ ଜେ ଜର୍ଜ, ଗାନ୍ଧୀନଗର ବିଧାୟକ ଦୀନେଶ ଗୁଣ୍ଡୁ ରାଓ ଏବଂ ଶାନ୍ତିନଗର ବିଧାୟକ ଏନ୍ ଏ ହରିଶ ଏବଂ ବେଙ୍ଗାଲୁରୁର ମେୟର ଆର୍ ସମ୍ପତ ରାଜ।
Follow Us