ବେଙ୍ଗାଲୁରୁ ରମେଶ୍ୱରମ କ୍ୟାଫେ ବିସ୍ଫୋରଣ: ଏନ୍‌ଆଇଏ କରିବ ତଦନ୍ତ

Advertisment
ବେଙ୍ଗାଲୁରୁ ରମେଶ୍ୱରମ କ୍ୟାଫେ ବିସ୍ଫୋରଣ: ଏନ୍‌ଆଇଏ କରିବ ତଦନ୍ତ

www.ndtv.com

ବେଙ୍ଗାଲୁର: ନିକଟରେ ବେଙ୍ଗାଲୁରୁ ରମେଶ୍ୱରମର ଏକ କ୍ୟାଫେରେ ବିସ୍ଫୋରଣ ଘଟିଥିଲା। ଏବେ ସେହି ଘଟଣାର ତଦନ୍ତ ଭାର ନେସ୍‌ନାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍ସି (ଏନ୍‌ଆଇଏ)କୁ ହସ୍ତାନ୍ତର କରାଯିବ। ଏନେଇ ସୋମବାର ଏକ ବିଶେଷ ସୂତ୍ରରୁ ଖବର ମିଳିଛି।

ଶୁକ୍ରବାର ଦିନ ବିସ୍ଫୋରଣ ଘଟି ୧୦ ଜଣ ଆହତ ହୋଇଥିବା ଅଭିଯୁକ୍ତଙ୍କୁ ଖୋଜିବା ପାଇଁ ପୁଲିସ୍‌ ୭-୮ଟି ଟିମ ଗଠନ କରିଥିଲା। ସିସିଟିଭି ଯାଞ୍ଚ୍‌ କରିବାରୁ ପୁଲିସ୍‌ ଶନିବାର ଦିନ ଦେଖିବାକୁ ପାଇଥିଲା ଯେ ବ୍ୟକ୍ତି ଜଣକ ଏକ ଧରା ସାର୍ଟ ପିନ୍ଧି କାନ୍ଧରେ ବ୍ୟାଗ୍‌ ପକାଇ ଓ ମୁଣ୍ଡରେ ଟୋପି ପିନ୍ଧି କ୍ୟାଫେ ଆଡକୁ ଯାଉଥିଲେ।

ଶୁକ୍ରବାର ଦିନ ବେଙ୍ଗାଲୁରୁର ରମେଶ୍ୱରମ୍ କାଫେରେ ଟାଇମର୍ ବ୍ୟବହାର କରି ଆଇଡି ବୋମା ଖଞ୍ଜା ଯାଇଥିଲା। ବୋମାଟି ବିସ୍ଫୋରଣ ଘଟିବାରୁ ସେଠାରେ ଥିବା ୧୦ ଜଣ ଆହତ ହୋଇଥିଲେ। ଏହି ସମୟରେ, ନ୍ୟାସନାଲ ସିକ୍ୟୁରିଟି ଗାର୍ଡ (ଏନଏସଜି) ଦଳ ଏହାର ଯାଞ୍ଚ ପାଇଁ ଶନିବାର ସକାଳେ ବିସ୍ଫୋରଣସ୍ଥଳରେ ପହଞ୍ଚିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe