ଉତ୍ତ୍ୟକ୍ତ ଆନ୍ଦୋଳନକାରୀଙ୍କୁ ଆନ୍ଦୋଳନରୁ ନିବୃତ୍ତ ରଖିବାକୁ ପୁଲିସ୍‌ ଡିସିପି ଗାଇଲେ, ‘ଜନଗଣମନ...’; ଭିଡିଓ ହେଲା ଭାଇରାଲ, ଦେଖନ୍ତୁ...

ଉତ୍ତ୍ୟକ୍ତ ଆନ୍ଦୋଳନକାରୀଙ୍କୁ ଆନ୍ଦୋଳନରୁ ନିବୃତ୍ତ ରଖିବାକୁ ପୁଲିସ୍‌ ଡିସିପି ଗାଇଲେ, ‘ଜନଗଣମନ...’; ଭିଡିଓ ହେଲା ଭାଇରାଲ, ଦେଖନ୍ତୁ...

New Indian Express

ବେଙ୍ଗାଲୁରୁ: ନାଗରିକତା (ସଂଶୋଧନ) ଆଇନ୍‌ (ସିଏଏ)କୁ ବିରୋଧ କରି ଆନ୍ଦୋଳନ ପ୍ରଦର୍ଶନ ଉଦ୍ଦେଶ୍ୟରେ ଗୁରୁବାର ଦିନ ବେଙ୍ଗାଲୁରୁ ଟାଉନ୍‌ ହଲ୍‌ ଠାରେ ଏକତ୍ରିତ ହୋଇଥିବା ଶତାଧିକ ଉତ୍ୟକ୍ତ ଆନ୍ଦୋଳନକାରୀଙ୍କୁ ଥଣ୍ଡା କରାଇ ସେମାନଙ୍କୁ ଆନ୍ଦୋଳନରୁ ନିବୃତ୍ତ ରଖିବା ପାଇଁ ବେଙ୍ଗାଲୁରୁର ଡିସିପି ଯେଉଁ ଉପାୟ ଆପଣାଇ ଥିଲେ ତାହା ଏବେ ଦେଶବ୍ୟାପି ଚର୍ଚ୍ଚାର ବିଷୟ ପାଲଟିଛି।

ହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ, ୧୪୪ ଧାରା ବଳବତ୍ତର ରହିଥିବା ସତ୍ତ୍ୱେ ନାଗରିକତା (ସଂଶୋଧନ) ଆଇନ୍‌ (ସିଏଏ)କୁ ବିରୋଧ କରି ଆନ୍ଦୋଳନ ପ୍ରଦର୍ଶନ ଉଦ୍ଦେଶ୍ୟରେ ଗୁରୁବାର ଦିନ ବେଙ୍ଗାଲୁରୁ ଟାଉନ୍‌ ହଲ୍‌ ଠାରେ ଶତାଧିକ ଉତ୍ୟକ୍ତ ଜନତା ଏକତ୍ରିତ ହୋଇଥିଲେ। ସେଠାରେ, ଆଇନ୍‌ ଶୃଙ୍ଖଳା ରକ୍ଷା ଉଦ୍ଦେଶ୍ୟରେ ଉପସ୍ଥିତ ଥିବା ବେଙ୍ଗାଲୁରୁ (କେନ୍ଦ୍ରୀୟ) ଡିସିପି ଚେତନ ସିଂହ ରାଠୋର ଆନ୍ଦୋଳନକାରୀଙ୍କୁ ଯେତେ ପ୍ରକାରରେ ବୁଝାବୁଝି କରିଥିଲେ ମଧ୍ୟ ସେମାନେ ତାଙ୍କର କୌଣସି କଥା ଶୁଣିବା ପାଇଁ ପ୍ରସ୍ତୁତ ନଥିଲେ। ଏ ପରିସ୍ଥିତିରେ ଅନୋନ୍ୟପାୟ ହୋଇ ଡିସିପି ରାଠୋର ତାଙ୍କ ନିକଟରେ ଥିବା ଡାକବାଜି ଯନ୍ତ୍ର ସାହାଯ୍ୟରେ ଜାତୀୟ ସଂଗୀତ ‘ଜନଗଣ ମନ ଅଧି ନାୟକ...’ ବୋଲିବା ପାଇଁ ଆରମ୍ଭ କରିଥିଲେ।

ଏ ଘଟଣାରେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଆନ୍ଦେଳନକାରୀମାନେ ହଠାତ୍‌ କିଛି ବୁଝି ନପାରି ନିଜ ନିଜ ଜାଗାରେ ଠିଆ ହୋଇ ପଡ଼ିଥିଲେ। ପରେ, ଡିସିପି ରାଠୋରଙ୍କ ଜାତୀୟ ସଂଗୀତ ବୋଲା ଶେଷ ହେବା ବେଳକୁ ଆନ୍ଦୋଳନକାରୀମାନେ ତାଙ୍କ ସହ ବିନା କୌଣସି ଯୁକ୍ତିତର୍କରେ ଆନ୍ଦୋଳନ ନକରି ସେ ସ୍ଥାନ ଛାଡ଼ି ଚାଲି ଯାଇଥିଲେ। ଏହି ପୂରା ଘଟଣାର ଭିଡିଓ ଏବେ ଭାଇରାଲ ହେବା ସହ ଏହାକୁ ନେଇ ଏବେ ଦେଶବ୍ୟାପି ଚର୍ଚ୍ଚା ଆରମ୍ଭ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe