ହାଜତ ଭିତରେ ଅଭିଯୁକ୍ତକୁ ପରିସ୍ରା ପିଆଇବା ମହଙ୍ଗା ପଡ଼ିଲା; ସବ୍‌ଇନସ୍‌ପେକ୍ଟର ନିଲମ୍ବିତ

Advertisment
ହାଜତ ଭିତରେ ଅଭିଯୁକ୍ତକୁ ପରିସ୍ରା ପିଆଇବା ମହଙ୍ଗା ପଡ଼ିଲା; ସବ୍‌ଇନସ୍‌ପେକ୍ଟର ନିଲମ୍ବିତ

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଜଣେ ଗିରଫ ଅଭିଯୁକ୍ତ ଯୁବକଙ୍କୁ ଥାନା ହାଜତ ଭିତରେ ପରିସ୍ରା ପିଇବାକୁ ବାଧ୍ୟ କରିବା ଘଟଣା ଜଣେ ପୁଲିସ୍‌ ଅଧିକାରୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଏ ସଂପର୍କରେ ଅଭିଯୋଗ ମିଳିବା ପରେ ଘଟଣାରେ ସଂପୃକ୍ତ ପୁଲିସ ସବ୍‌ ଇନ୍‌ସପେକ୍ଟରଙ୍କୁ ନିଲମ୍ବିତ କରାଯାଇଛି।

ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଘଟଣାର ବିଭାଗୀୟ ତଦନ୍ତ ପରେ ଅଭିଯୁକ୍ତ ସବ୍‌ ଇନ୍‌ସପେକ୍ଟର ହରିଶ କେଏନଙ୍କୁ ନିଲମ୍ବିତ କରାଯାଇଛି। ତାଙ୍କ ବିରୋଧରେ କର୍ତ୍ତବ୍ୟରେ ଅବହେଳା ଏବଂ ଅଭିଯୋଗ ପଞ୍ଜିକରଣ ନକରିବା ଅଭିଯୋଗ ହୋଇଛି।

ଘଟଣାରୁ ପ୍ରକାଶ, କିଛି ଦିନ ପୂର୍ବେ ବେଙ୍ଗାଲୁରୁର ବାୟାତରାୟାନାପୁରା ଅଞ୍ଚଳରେ ଏହି ଘଟଣାକୁ କେନ୍ଦ୍ରକରି ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା। ପୁଲିସ ସ୍ଥାନୀୟ ଅଞ୍ଚଳର ଜଣେ ୨୩ ବର୍ଷିୟ ଯୁବକଙ୍କୁ ପରିସ୍ରା ପିଇବାକୁ ବାଧ୍ୟ କରିଥିବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇବାରୁ ଯୁବକଙ୍କ ସମ୍ପର୍କୀୟଙ୍କ ଅଭିଯୋଗ ଆଧାରରେ ଉପରିସ୍ଥ ଅଧିକାରୀଙ୍କୁ ବାୟାତରାୟାନାପୁରା ପୁଲିସ ଷ୍ଟେସନରେ ମୁତୟନ ଥିବା ସବ୍‌ ଇନ୍‌ସପେକ୍ଟରଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିବାକୁ ବାଧ୍ୟ କରିଥିଲା।

ଯୁବକଙ୍କ ପିତା ଅଭିଯୋଗ କରିଥିଲେ ଯେ ପଡ଼ୋଶୀମାନଙ୍କ ସହ ଝଗଡା କରିବା ଅଭିଯୋଗରେ ପୁଲିସ ଗତ ଗୁରୁବାର ଦିନ ତାଙ୍କ ପୁଅକୁ ଉଠାଇ ନେଇଥିଲା। ସେ ଅଭିଯୋଗ କରିଥିଲେ ଯେ ପୁଲିସ କର୍ମଚାରୀମାନେ ତାଙ୍କୁ ପିଟିଥିଲେ ଏବଂ ତାଙ୍କୁ ଛାଡ଼ିବା ପାଇଁ ଟଙ୍କା ମଧ୍ୟ ଦାବି କରିଥିଲେ। ଏହି ଘଟଣାର ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା ଯେଉଁଥିରେ ତାଙ୍କୁ ପରିସ୍ରା ପିଇବାକୁ ପୁଲିସ୍‌ ବାଧ୍ୟ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe