Image Courtesy of News Nation
ବେଙ୍ଗାଲୁରୁ: ସୋମବାର ପ୍ରତ୍ୟୁଷରେ ପରିବା ବଜାର ଅଞ୍ଚଳରେ ଥିବା ଏକ ବାର୍-କମ୍-ରେସ୍ତୋରାଁରେ ନିଅାଁ ଲାଗିଯିବାରୁ ପାଞ୍ଚ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି।
ପୁଲିସ କହିବା ଅନୁସାରେ କୁମ୍ବାର ସଂଘ କୋଠାର ତଳ ତାଲାରେ ଥିବା କୈଳାଶ ବାର୍ ଏବଂ ରେସ୍ତୋରାଁରେ ନିଅାଁ ଲାଗିଥିଲା। ରେସ୍ତୋରାଁ ଭିତରେ ଶୋଇଥିବା ପାଞ୍ଚ ଜଣ କର୍ମଚାରୀ ଏହି ଅଗ୍ନିକାଣ୍ଡ ଯୋଗୁଁ ଜୀବନ ହରାଇଛନ୍ତି।
ମୃତ ବ୍ୟକ୍ତିମାନେ ହେଲେ ତୁମ୍କୁର୍ ବାସିନ୍ଦା ୨୩ ବର୍ଷିୟ ସ୍ୱାମୀ, ୨୦ ବର୍ଷିୟ ପ୍ରସାଦ ଓ ୩୫ ବର୍ଷିୟ ମହେଶ, ହସନ୍ ବାସିନ୍ଦା ୪୫ ବର୍ଷିୟ ମଞ୍ଜୁନାଥ ଏବଂ ମନ୍ଦ୍ୟା ନିବାସୀ ୨୪ ବର୍ଷିୟ କିର୍ତ୍ତି।
ରାତି ପ୍ରାୟ ସାଢ଼େ ଦୁଇଟା ବେଳେ ସ୍ଥାନୀୟ ଲୋକେ ରେସ୍ତୋରାଁ ଭିତରୁ ଧୂଅାଁ ଉଠୁ ଥିବାର ଦେଖିଥିଲେ। ଦମକଳକୁ ଖବର ଦିଆଯିବାରୁ ତୁରନ୍ତ ସେମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ।
ନିଅାଁ ଲିଭା ଯାଇଥିଲା। ଅଗ୍ନିକାଣ୍ଡର କାରଣ ଜଣା ପଡ଼ି ନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି।
  
 Follow Us