ରାପିଡୋ ବୁକ୍‌ କରିବାରୁ ଯାତ୍ରୀଙ୍କ ବାଟ ଓଗାଳି ଧମକାଇଲେ ଅଟୋ ଚାଳକ

Advertisment

ବେଙ୍ଗାଲୁରୁରେ ଜଣେ ବ୍ୟକ୍ତି ଅଟୋ ରିକ୍ସା ବଦଳରେ ରାପିଡୋ ବୁକ୍‌ କରିଥିବାରୁ ଅଟୋ ଚାଳକଙ୍କ କ୍ଷୋଭର ଶିକାର ହୋଇଛନ୍ତି। ସେ କାହିଁକି ‌ଅଟୋ ବଦଳରେ ରାପିଡୋ ବୁକ୍‌ କଲେ ବୋଲି ପ୍ରଶ୍ନ କରି ଅଟୋ ଚାଳକମ‌ାନେ ତାଙ୍କୁ ଧମକାଇଥିବା ବ୍ୟକ୍ତି ଜଣକ ଅଭିଯୋଗ ଆଣିଛନ୍ତି।

ବେଙ୍ଗାଲୁରୁରେ ଜଣେ ବ୍ୟକ୍ତି ଅଟୋ ରିକ୍ସା ବଦଳରେ ରାପିଡୋ ବୁକ୍‌ କରିଥିବାରୁ ଅଟୋ ଚାଳକଙ୍କ କ୍ଷୋଭର ଶିକାର ହୋଇଛନ୍ତି। ସେ କାହିଁକି ‌ଅଟୋ ବଦଳରେ ରାପିଡୋ ବୁକ୍‌ କଲେ ବୋଲି ପ୍ରଶ୍ନ କରି ଅଟୋ ଚାଳକମ‌ାନେ ତାଙ୍କୁ ଧମକାଇଥିବା ବ୍ୟକ୍ତି ଜଣକ ଅଭିଯୋଗ ଆଣିଛନ୍ତି।

ରାପିଡୋ

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଜଣେ ବ୍ୟକ୍ତି ଅଟୋ ରିକ୍ସା ବଦଳରେ ରାପିଡୋ ବୁକ୍‌ କରିଥିବାରୁ ଅଟୋ ଚାଳକଙ୍କ କ୍ଷୋଭର ଶିକାର ହୋଇଛନ୍ତି। ସେ କାହିଁକି ‌ଅଟୋ ବଦଳରେ ରାପିଡୋ ବୁକ୍‌ କଲେ ବୋଲି ପ୍ରଶ୍ନ କରି ଅଟୋ ଚାଳକମ‌ାନେ ତାଙ୍କୁ ଧମକାଇଥିବା ବ୍ୟକ୍ତି ଜଣକ ଅଭିଯୋଗ ଆଣିଛନ୍ତି।

ଦକ୍ଷିଣ ବେଙ୍ଗାଲୁରୁରେ ଘଟିଥିବା ଏହି ଘଟଣା ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଜୋର୍‌ରେ ଭାଇରାଲ୍‌ ହେବାରେ ଲାଗିଛି। ଘଟଣାଟିକୁ ପୀଡ଼ିତ ତାଙ୍କ ରେଡିଟ୍‌ ଆକାଉଣ୍ଟ୍‌ରେ ସେୟାର କରିବା ପରେ ଘଟଣାଟି ଚର୍ଚ୍ଚାର ପରିସର ଭିତରକୁ ଆସିଛି। 

ଯେତେବେଳେ ଯାତ୍ରୀ ଜଣକ ଏକ ମେଟ୍ରୋ ଷ୍ଟେସନରୁ ବାହାରି ରାପିଡୋ ବୁକିଂ କରିବା ଆରମ୍ଭ କଲେ ସେତେବେ ସେଠାରେ ଠିଆ ହୋଇଥିବା ଜଣେ ଅଟୋ ଡ୍ରାଇଭର ଆସି କହିଲେ କି ବୁକ୍‌ କରନ୍ତୁ ନାହିଁ। ମୁଁ ଆପଣଙ୍କୁ ନେଇଯିବି। ହେଲେ ସେ ଏହାକୁ ଅଣଦେଖା କରି ରାପିଡୋ ବୁକ୍‌ କରିଥିଲେ। ତା’ପ‌ରେ ରାପିଡୋ ଚାଳକ ଆସି ପହଞ୍ଚିବା ପରେ ବ୍ୟକ୍ତି ଜଣକ ସେଥି‌ରେ ବସି ଯିବାକୁ ବାହାରିଥିଲେ।

ହେଲେ ଅଚାନକ ଏକ ଅଟୋ ଚାଳକ ଗ୍ରୁପ୍‌ ଚିତ୍କାର କରି ଧମକ ଦେବାକୁ ଲାଗିଲେ। 'ତୁମେ ତାଙ୍କ ସହିତ ଯିବ? ଆମେ ତୁମକୁ ଦେଖିନେବୁ।’

ତା’ପରେ ଅଟୋ ଚାଳକ ଜଣକ ତାଙ୍କ ବାଟ ଓଗାଳି ତାଙ୍କୁ ଧମକ ଦେଇ କହିଥି‌ଲେ, ‘‘ଯଦି ଆମେ ମନ କରିବୁ ତ ତୁମ ଜୀବନ ନର୍କ କରିଦେବୁ। ତୁମେ ଏ ସହରରେ ଚାଲିବାକୁ ସମର୍ଥ ହେବନାହିଁ।’’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe