ଘରୋଇ ଝଗଡ଼ାକୁ ନେଇ ସ୍ତ୍ରୀକୁ ହତ୍ୟା କରି ଜୀବନ ହାରିଲା ସ୍ବାମୀ

Advertisment
fwgwg

ବେଙ୍ଗାଲୁରୁ: ଘରୋଇ ଝଗଡ଼ାକୁ ନେଇ ସ୍ତ୍ରୀକୁ ହତ୍ୟା କରି ଜୀବନ ହାରିଲା ସ୍ବାମୀ। ବେଙ୍ଗାଲୁରୁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ପିଲାମାନେ ସ୍କୁଲ ଯିବା ପରେ ସ୍ବାମୀ-ସ୍ତ୍ରୀ ଝଗଡ଼ା କରିଥିଲେ। ଏମଧ୍ୟରେ ଅଭିଯୁକ୍ତ ସ୍ବାମୀ ଏକ ଡମ୍ବେଲ ସାହାଯ୍ୟରେ ପତ୍ନୀଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣ ପରେ ପତ୍ନୀ ମରିଯିବା ଦେଖି ଅଭିଯୁକ୍ତ ନିଜେ ଜୀବନ ହାରିଥିଲେ। ଘଟଣାଟି ମେ’ ୨୭ ତାରିଖରେ ଘଟିଥିବା ବେଳେ  ମୃତକଙ୍କ ନାମ ବସବଚାରୀ (୪୮) ଏବଂ ସୁମା (୩୬) ବୋଲି ଜଣାପଡ଼ିଛି।

କୁହାଯାଉଛି ଯେ, ଦମ୍ପତିଙ୍କ ମୃତଦେହ ପ୍ରଥମେ ସ୍କୁଲରୁ ଫେରିଥିବା ସେମାନଙ୍କ ପୁଅ ଦେଖିଥିଲେ।ତଦନ୍ତରୁ ଜଣାପଡିଛି ଯେ, ଦମ୍ପତି ବିଜୟପୁରା ସହରରେ ଏକ ଭଡା ଘରେ ରହୁଥିଲେ ଏବଂ ଘରୋଇ ସମସ୍ୟାକୁ ନେଇ ସେମାନଙ୍କ ମଧ୍ୟରେ ପ୍ରାୟତଃ ଝଗଡ଼ା ହେଉଥିଲା। ଦୁହିଁଙ୍କର ୧୨ବର୍ଷର ପୁଅ ଥିଲା। ସ୍କୁଲରୁ ଘରକୁ ଫେରିବା ପରେ ମହିଳାଙ୍କ ମୃତଦେହ ଶୋଇବା ଘର ଭିତରେ ପଡ଼ିଥିବା ଦେଖିବା ସହ ଅଭିଯୁକ୍ତ ବାପାର ମୃତଦେହ ଘରର ହଲ୍‌ରେ ଝୁଲୁଥିବା ଦେଖିଥିଲେ ତାଙ୍କ ପୁଅ। ଏହା ପରେ ସେ ପଡୋଶୀଙ୍କୁ ଏବିଷୟରେ ଜଣାଇଥିବା ବେଳେ ପରେ ପୁଲିସକୁ ଖବର ଦିଆଯାଇଥିଲା। ଏବେ ମାମଲାର ଅଧିକ ତଦନ୍ତ ଜାରି ରହିଛି। ସୁମାଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତ ନିଜେ ଜୀବନ ହାରିଥିବ ବୋଲି ସନ୍ଦେହ କରୁଛି ପୁଲିସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe