ଦୁର୍ଘଟଣା ପରେ ଆରସିବି ମାର୍କେଟିଂ ମୁଖ୍ୟ ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ମାଡ଼ିବସିଲା ପୁଲିସ

ଗତବୁଧବାର ଏହି ଦୁର୍ଘଟଣା ଘଟିଥିବା ବେଳେ ପୁଲିସ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଆରସିବି ମାର୍କେଟିଂ ମୁଖ୍ୟ ନିଖିଲ ସୋସଲେଙ୍କ ସମେତ ଚାରି ଜଣଙ୍କୁ ଗିରଫ କରିଛି। ଗିରଫ ଅନ୍ୟ ତିନିଜଣ ହେଲେ କିରଣ, ସୁମନ୍ତ ଓ ସୁନୀଲ।

ନପଦପନସନସ

ନୂଆଦିଲ୍ଲୀ: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆଇପିଏଲ ୨୦୨୫ର ଟାଇଟଲ ଜିତିବା ପରଦିନ ବେଙ୍ଗାଲୁରୁରେ ଦଳାଚକଡା ପରିସ୍ଥିତି ସୃଷ୍ଟି ହୋଇଥିଲା।

ଆଇପିଏଲ‌ରେ ଚାମ୍ପିଅନ ହେବାପରେ ଦଳ  ବିଜୟ ପରେଡରେ ସାମିଲ ହେବାପାଇଁ ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ପହଞ୍ଚିଥିଲା। ଅତ୍ୟଧିକଲୋକଙ୍କ ଭିଡ଼ ସହିତ ସୁରକ୍ଷା ବ୍ୟବସ୍ଥାରେ ଅବହେଳା ହେତୁ ଦଳାଚକଡା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ଦୁର୍ଘଟଣାରେ ୧୧ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଯାଇଥିଲା। 

ଗତବୁଧବାର ଏହି ଦୁର୍ଘଟଣା ଘଟିଥିବା ବେଳେ ପୁଲିସ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଆରସିବି ମାର୍କେଟିଂ ମୁଖ୍ୟ ନିଖିଲ ସୋସଲେଙ୍କ ସମେତ ଚାରି ଜଣଙ୍କୁ ଗିରଫ କରିଛି। ଗିରଫ ଅନ୍ୟ ତିନିଜଣ ହେଲେ କିରଣ, ସୁମନ୍ତ ଓ ସୁନୀଲ। ଦାବି କରାଯାଉଛି କି ଏହି ଦୁର୍ଘଟଣା ପରେ ନିଖିଲ ମୁମ୍ବାଇ ଫେରାର ହୋଇଯିବାକୁ ଉଦ୍ୟମ କରିଥିଲେ। କିନ୍ତୁ ବିଶେଷ ସୂତ୍ରରୁ ଖବର ପାଇବା ପରେ ବିମାନବନ୍ଦରରେ ପୁଲିସ ଆରସିବି ମାର୍କେଟିଂ ମୁଖ୍ୟଙ୍କୁ ମାଡ଼ି ବସିଥିଲା। 

ପ୍ରକାଶିତ ରିପୋର୍ଟ ମୁତାବକ, ଆରସିବିର ମାର୍କେଟିଂ ମୁଖ୍ୟ ନିଖିଲ ସୋସଲେ ପୁଲିସ ଅନୁମତି ବିନା ବିଧାନସଭାରୁ ଚିନ୍ନାସ୍ୱାମୀ ଷ୍ଟାଡିୟମକୁ ବିଜୟ ପରେଡ୍ ଘୋଷଣା କରିଥିଲେ। ପୁଲିସର ବରାଣ ସତ୍ତ୍ୱେ, ନିଖିଲ କରିଥିବା ପୋଷ୍ଟଟିକୁ ସୋସିଆଲ ମିଡିଆରୁ ହଟାଇ ନଥିଲେ।

ଯାହାଫଳରେ ହଜାର ହଜାର ପ୍ରଶଂସକ ଭ୍ରମିତ ହୋଇ ଯାଇଥିଲେ। ଗତବୁଧବାର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ‌ହୋଇଥିବା ଦଳଚକଡା ପରିସ୍ଥିତିର ସାମ୍ନା କରିଥିବା ଦର୍ଶକ ଦାବି କରି କହିଛନ୍ତି, ‘ଗତବୁଧବାର ଅପରାହ୍ନ ୧ଟାରେ ଗେଟ୍ ୯ ଏବଂ ୧୦ ପାଖରେ ମାଗଣା ଟିକେଟ୍ ବଣ୍ଟନ କରାଯିବାର ସୂଚିତ ହୋଇଥିଲା, କିନ୍ତୁ ତାହା ହୋଇପାରିଲା ନାହିଁ, ଯାହା ଫଳରେ ପ୍ରବଳ ଭିଡ଼ ଜମି ଯାଇଥିଲା।’

ସେହିପରି  ଅନ୍ୟ ଏକ ପୋଷ୍ଟରେ କୁହାଯାଇଛି ଯେ ଷ୍ଟାଡିୟମରେ ପ୍ରବେଶ ଅପରାହ୍ନ ୩ଟାରେ ଆରମ୍ଭ ହେବାର ଥିଲା। ଯାହାକି ହେଲାନାହିଁ। ଯାହାଫଳରେ ଦ୍ୱନ୍ଦ୍ୱକୁ ଆହୁରି ବୃଦ୍ଧି କରି ପାଇଥିଲା।’

ଏ ସମସ୍ତ ଘୋଷଣା ଆରସିବିର ସରକାରୀ ସୋସିଆଲ ମିଡିଆ ହ୍ୟାଣ୍ଡେଲ ମାଧ୍ୟମରେ କରାଯାଇଥିଲା, ଯାହା ସୋସଲେଙ୍କ ଦଳ ଦ୍ୱାରା ପରିଚାଳିତ ହେଉଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe