ବେଙ୍ଗାଲୁରୁ ଦଙ୍ଗା: ୪୩ ସ୍ଥାନରେ ତଲାସ କଲା ‘ଏନ୍‌ଆଇଏ’

Advertisment
ବେଙ୍ଗାଲୁରୁ ଦଙ୍ଗା: ୪୩ ସ୍ଥାନରେ ତଲାସ କଲା ‘ଏନ୍‌ଆଇଏ’

Image Courtesy of Hindustan Times

ନୂଆଦିଲ୍ଲୀ: ସାମ୍ପ୍ରଦାୟିକ ଦଙ୍ଗା ସଂକ୍ରାନ୍ତ ମାମଲାରେ ବେଙ୍ଗାଲୁରୁର ପୂର୍ବତନ ମେୟର୍‌ ସମ୍ପତ ରାଜ ଗିରଫ ହେବାର ଦୁଇ ଦିନ ପରେ ‘ସୋସିଆଲ୍‌ ଡେମୋକ୍ରାଟିକ୍ ପାର୍ଟି ଅଫ୍ ଇଣ୍ଡିଆ’ (ଏଡିପିଆଇ) ଏବଂ ‘ଦି ପଲିଟିକାଲ୍‌ ୱିଙ୍ଗ୍ ଅଫ୍ ପପୁଲାର୍‌ ଫ୍ରଣ୍ଟ୍‌ ଅଫ୍ ଇଣ୍ଡିଆ’ର (ପିଏଫ୍‌ଆଇ) ଚାରିଟି କାର୍ଯ୍ୟାଳୟ ସମେତ ‘ନ୍ୟାସ୍‌ନାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍‌ସି’ (ଏନ୍‌ଆଇଏ) ୪୩ଟି ସ୍ଥାନରେ ତଲାସ କରିଛି। ଅଗଷ୍ଟ ୧୧ ତାରିଖ ଦିନ ଏହି ଦଙ୍ଗା ଘଟିଥିଲା।

ଏକ ବିବୃତିରେ ‘ଏନ୍‌ଆଇଏ’ କହିଛି, ବହୁସଂଖ୍ୟକ ବ୍ୟକ୍ତି ମାରଣାସ୍ତ୍ର ଧରି ଡିଜେ ହାଲି ଏବଂ କେଜି ହାଲି ପୁଲିସ ସମେତ ବହୁ ପୁଲିସ କର୍ମଚାରୀଙ୍କୁ ଆହତ କରିବା, ସର୍ବସାଧାରଣ ଓ ଘରୋଇ ସମ୍ପତ୍ତିକୁ ନଷ୍ଟ କରିବା ସହ ଏହି ମାମଲା ଜଡ଼ିତ। ଏହି ଦଙ୍ଗା ଆଖପାଖ ଅଞ୍ଚଳରେ ଭୟ ଓ ଆତଙ୍କର କାରଣ ହୋଇଥିଲା। ସମାଜରେ ଆତଙ୍କ ସୃଷ୍ଟି କରାଇବା ଥିଲା ଏହାର ଉଦ୍ଦେଶ୍ୟ।

publive-image Image Courtesy of Zee News

ଏପର୍ଯ୍ୟନ୍ତ ଡିଜେ ହାଲି ଥାନାରେ ୧୨୪ ଅଭିଯୁକ୍ତ ଏବଂ କେଜି ହାଲି ଥାନାରେ ୧୬୯ ଅଭିଯୁକ୍ତ ଗିରଫ ହୋଇ ସାରିଲେଣି।

ତଲାସ ସମୟରେ, ‘ଏଡିପିଆଇ’ ଏବଂ ‘ପିଏଫ୍‌ଆଇ’ ସହ ସମ୍ପୃକ୍ତି ଥିବା କିଛି ଅପରାଧିକ ସାମଗ୍ରୀ ଏବଂ ଖଣ୍ଡା, ଛୁରା, ଲୁହାଛଡ଼ ଆଦି ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି ବୋଲି ‘ଏନ୍‌ଆଇଏ’ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe