'ହସି ହସି ସେମାନଙ୍କ ଶବ ଦେଖିବି' ; ବେଙ୍ଗାଲୁରୁର ୪୦ଟି ସ୍କୁଲକୁ ବୋମା ଧମକ ଦେଇ ଏଭଳି ଲେଖିଲା ଅଭିଯୁକ୍ତ

New Project (6)

ବେଙ୍ଗାଲୁରୁ: 'ହସି ହସି ସେମାନଙ୍କ ଶବ ଦେଖିବି'; ବେଙ୍ଗାଲୁରୁର ୪୦ଟି ସ୍କୁଲକୁ ବୋମା ଧମକ ଦେଇ ଏଭଳି ଲେଖିଲା ଅଭିଯୁକ୍ତ। ଗତ ଗୋଟିଏ ସପ୍ତାହ ମଧ୍ୟରେ ଦେଶର ରାଜଧାନୀ ଦିଲ୍ଲୀର ଅନେକ ସ୍କୁଲକୁ ବୋମା ଧମକ ମିଳିଛି। ଦିଲ୍ଲୀ ପରେ ଏବେ ଟାର୍ଗେଟକୁ ଆସିଛି ବେଙ୍ଗାଲୁରୁ। ଶୁକ୍ରବାର ସକାଳେ, ବେଙ୍ଗାଲୁରୁର ପ୍ରାୟ ୪୦ଟି ସ୍କୁଲକୁ ବୋମା ଧମକ ମିଳିଛି। ବେଙ୍ଗାଲୁରୁରେ ହଠାତ୍ ସେତେବେଳେ ଆତଙ୍କ ଖେଳିଗଲା ଯେତେବେଳେ ୪୦ଟି ସ୍କୁଲରେ ବୋ‌ମା ଥିବା ନେଇ ଧମକ ମିଳିଥିଲା। ଏହି ଧମକ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଅଭିଭାବକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଥିଲା।

ସ୍କୁଲଗୁଡ଼ିକୁ ଏହି ମେଲ୍ ମିଳିବା ମାତ୍ରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ପିଲା ଏବଂ କର୍ମଚାରୀମାନଙ୍କୁ ସ୍କୁଲରୁ ବାହାର କରାଯାଇ ବୋମା ଚିହ୍ନଟ ଏବଂ ନିଷ୍କ୍ରିୟକାରୀ ଦଳ (ବିଡିଡିଏସ) ଓ ସ୍ଥାନୀୟ ପୁଲିସ ପ୍ରତ୍ୟେକ ସ୍କୁଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଏହି ସମସ୍ତ ପ୍ରକ୍ରିୟା ସୁରକ୍ଷା ପ୍ରୋଟୋକଲ ଅନୁଯାୟୀ କରାଯାଇଥିଲା। ତେବେ ଯାଞ୍ଚ ପରେ ‌କୌଣସି ବୋମା ମିଳିନଥିଲା।

ପୁଲିସର ସୂଚନା ଅନୁଯାୟୀ, ସକାଳ ପ୍ରାୟ ୭:୨୪ ସମୟରେ, ସ୍କୁଲଗୁଡ଼ିକୁ ସମାନ ପ୍ରକାରର ଇମେଲ୍ ଆସିଥିଲା, ଯାହାର ବିଷୟ ଥିଲା - "ସ୍କୁଲ ଭିତରେ ବୋମା"। ଏହି ଇମେଲ୍‌ରେ, ପ୍ରେରକ ନିଜର ନାମ 'ରୋଡ୍ କିଲ୍' ଦେଇଥିଲେ। ଇମେଲ୍‌ରେ ଲେଖାଯାଇଥିଲା ଯେ, "ମୁଁ ସ୍କୁଲର ଶ୍ରେଣୀଗୃହରେ ଅନେକ ବୋମା ରଖିଛି। ବୋମାଗୁଡ଼ିକ କଳା ପ୍ଲାଷ୍ଟିକ୍ ବ୍ୟାଗରେ ଲୁଚାଇ ରଖାଯାଇଛି। ମୁଁ ତୁମ ସମସ୍ତଙ୍କୁ ଏହି ଦୁନିଆରୁ ହଟାଇ ଦେବି। କେହି ବଞ୍ଚିପାରିବେ ନାହିଁ। ପିତାମାତାମାନେ ସ୍କୁଲରେ ସେମାନଙ୍କ ପିଲାମାନଙ୍କର ମୃତଦେହ ପଡ଼ିଥିବା ଦେଖିବେ ଆଉ ମୁଁ ହସି ହସି ଦେଖିବି।"

ଏହା ବ୍ୟତୀତ, ଅଭିଯୁକ୍ତ ତା’ର ଅବସାଦ ଏବଂ ମାନସିକ ଅବସ୍ଥା ବିଷୟରେ ଲେଖି ମନସ୍ତାତ୍ତ୍ୱିକ ବିଶେଷଜ୍ଞଙ୍କ ଉପରେ କ୍ରୋଧ ପ୍ରକାଶ କରିଥିଲା। ସେ ଏହା ମଧ୍ୟ ଲେଖିଥିଲା ଯେ, ଏହି ମେଲ୍ ଗଣମାଧ୍ୟମ ପାଖରେ ପହଞ୍ଚିବା ଆବଶ୍ୟକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe