ମହିଳାଙ୍କୁ ନିସ୍ତୁକ ମାଡ଼ ମାରିଲେ ବେଙ୍ଗାଲୁରୁ ଦୋକାନ ମାଲିକ, ସହାୟକ

ବେଙ୍ଗାଲୁରୁ ସିଟି ମା‌ର୍କେଟ ପୁଲିସ ଜଣେ ପୋଷାକ ଦୋକାନ ମାଲିକ ଏବଂ ତାଙ୍କ ସହଯୋଗୀଙ୍କୁ ଗିରଫ କରିଛି। ଚୋରି ଅଭିଯୋଗରେ ସେମାନେ ଜଣେ ମହିଳାଙ୍କୁ ନିସ୍ତୁକ ମାଡ଼......

Untitled-10

Photograph: (https://timesofindia.indiatimes.com/)

ବେଙ୍ଗାଲୁରୁ: ବେଙ୍ଗାଲୁରୁ ସିଟି ମା‌ର୍କେଟ ପୁଲିସ ଜଣେ ପୋଷାକ ଦୋକାନ ମାଲିକ ଏବଂ ତାଙ୍କ ସହଯୋଗୀଙ୍କୁ ଗିରଫ କରିଛି। ଚୋରି ଅଭିଯୋଗରେ ସେମାନେ ଜଣେ ମହିଳାଙ୍କୁ ନିସ୍ତୁକ ମାଡ଼ ମାରୁଥିବା ଏବଂ ତଳେ ପକାଇ ବୁଟ୍‌ରେ ଗୋଇଠା ମାରୁଥିବାର ଭିଡିଓ ଭାଇରାଲ୍‌ ହେବାପରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି।  

ବ୍ୟସ୍ତ ବହୁଳ ଆାଭେନ୍ୟୁ ରୋଡ୍‌ରେ ଏହି ଘଟଣା ଘଟିଥିଲା। ଦୋକାନରୁ ମହିଳା ଜଣଙ୍କ ଏକ ଶାଢ଼ି ଚୋରି କରିଥିବା ଅଭିଯୋଗ ହୋଇଥିଲା। ଏଥିପାଇଁ ଦୋକାନ ମାଲିକ ଏବଂ ତାଙ୍କ ସହଯୋଗୀ ମହିଳାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ତାଙ୍କୁ ରାସ୍ତାରେ ଘୋଷାଡ଼ିଥିଲେ ଏବଂ ଲଗାତାର ବୁଟ୍‌ରେ ଗୋଇଠା ମାରିଥିଲେ।  ଏଭଳି ଆକ୍ରମଣ ପରେ ମହିଳାଙ୍କ ବିରୋଧରେ ଚୋରି ଅଭିଯୋଗରେ ଏକ ମାମଲା ରୁଜୁ ହୋଇଥିଲା ଏବଂ ସେ ଗିରଫ ହୋଇଥିଲେ।   ‌ତେବେ ଭିଡିଓ ଭାଇରାଲ୍‌ ହେବାପରେ ମାମଲାରେ ନୂଆ ମୋଡ଼ ଆସିଲା ଏବଂ ପୁଲିସ ଆକ୍ରମଣକାରୀ ଦ୍ବୟଙ୍କୁ ଗିରଫ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe